ETV Bharat / international

Sri Lanka Crisis: ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ

author img

By

Published : Jul 9, 2022, 7:05 PM IST

Updated : Jul 9, 2022, 10:55 PM IST

ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ । ସର୍ବଦଳୀୟ ସରକାର ଗଠନ ପାଇଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ରାନିଲ । ଅଧିକ ପଢନ୍ତୁ

Sri Lanka Crisis: ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ

କଲୋମ୍ବୋ: ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ (Ranil Wickremesinghe resigns as Prime Minister of Sri Lanka) । ଦେଶର ଉତ୍କଟ ଅର୍ଥନୈତିକ ସଙ୍କଟ ମଧ୍ୟରେ ରାନିଲ ଇସ୍ତଫା ଦେଇଛନ୍ତି । ତେବେ ସର୍ବଦଳୀୟ ସରକାର ଗଠନ ପାଇଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ରାନିଲ ବିକ୍ରମସିଂଘେ । ଆଜି ସକାଳେ ଆନ୍ଦୋଳନକାରୀ ରାଷ୍ଟ୍ରପତିଙ୍କ ବାସଭବନ ଘେରାଉ କରିବା ସହିତ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହାସହିତ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଥିଲେ ।

ଗତ କିଛି ମାସ ହେଲାଣି ଶ୍ରୀଲଙ୍କା ଉତ୍କଟ ଅର୍ଥନୈତିକ ସଙ୍କଟ ସହ ଜୁଝୁଛି । ଋଣ ବୋଝ ତଳେ ଦବି ରହିଛି ଦେଶ । ଖାଦ୍ୟସାମଗ୍ରୀ ଠାରୁ ଆରମ୍ଭ କରି ଇନ୍ଧନ ପାଇଁ ଲୋକେ ସଂଘର୍ଷ କରିଆସୁଛନ୍ତି । ଏହାକୁ ନେଇ ଦୀର୍ଘ ଦିନ ହେଲାଣି ଜଳୁଛି ଶ୍ରୀଲଙ୍କା । ନାଗରିକମାନେ ରାଜରାସ୍ତା ଉପରେ ବିକ୍ଷୋଭ କରୁଛନ୍ତି । ଗୁରୁତର ଆର୍ଥିକ ସଙ୍କଟ ପାଇଁ ପୂର୍ବରୁ ମହିନ୍ଦା ରାଜପକ୍ଷେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀରୁ ଇସ୍ତଫା ଦେଇଥିଲେ । ଏହାପରେ ରାନିଲ ବିକ୍ରମସିଙ୍ଘେ ପ୍ରଧାନମନ୍ତ୍ରୀ ପଦରେ ବସିଥିଲେ । କିନ୍ତୁ ଆର୍ଥିକ ସଙ୍କଟ ମୁକାବିଲାରେ ଅସଫଳ ରାନିଲ ମଧ୍ୟ ପ୍ରଧାନମନ୍ତ୍ରୀ ଭାବେ ବେଶୀ ଦିନ ଯାଏଁ ତିଷ୍ଠି ପାରିନାହାନ୍ତି । ଆଜି ନାଗରିକଙ୍କ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ପରେ ସେ ମଧ୍ୟ ଇସ୍ତଫା ଦେଇଛନ୍ତି ।

ଆଜି ଶ୍ରୀଲଙ୍କାର ଲକ୍ଷାଧିକ ସଂଖ୍ୟାକ ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନ ଘେରାଉ କରିବା ସହ ଘର ଭିତରକୁ ପଶିଥିଲେ । ସେମାନେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଏହାପରେ ଭୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ଭବନ ଛାଡି ପଳାଇ ଯାଇଛନ୍ତି । ଏପଟେ ରାନିଲ ବିକ୍ରମସିଂଘେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

Last Updated : Jul 9, 2022, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.