ETV Bharat / international

ଲିଜ ଟ୍ରସ ହେଲେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ, ନିଯୁକ୍ତ କଲେ ମହାରାଣୀ ଏଲିଜାବେଥ

author img

By

Published : Sep 6, 2022, 7:48 PM IST

ବିଧିବଦ୍ଧ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ମହାରାଣୀ ଏଲିଜାବେଥଙ୍କ ଦ୍ବାରା ନିଯୁକ୍ତ ହେଲେ ଲିଜ ଟ୍ରସ । ବ୍ରିଟିଶ ରାଜନୀତିରେ ତୃତୀୟ ମହିଳା ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଲିଜ ଟ୍ରସଙ୍କୁ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କଲେ ମହାରାଣୀ ଏଲିଜାବେଥ

ଲଣ୍ଡନ: ବୈଦେଶିକ ସଚିବ ଲିଜ ଟ୍ରସଙ୍କୁ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ବିଧିବଦ୍ଧ ଭାବେ ନିଯୁକ୍ତି ଦେଇଛନ୍ତି ମହାରାଣୀ ଏଲିଜାବେଥ । ବ୍ରିଟିଶ ରାଜନୈତିକ ପରମ୍ପରା ଅନୁସାରେ ରାଜପରିବାର ବଳିଷ୍ଠ ଭୂମିକା ରହିଥାଏ । ମହାରାଣୀ ଏଲିଜାବେଥ ଏବେ ଲଣ୍ଡନ ପରିବର୍ତ୍ତେ ସ୍କଟଲ୍ୟାଣ୍ଡରେ ଅଛନ୍ତି । ବୟସାଧିକ କାରଣରୁ ସେ ରାଜଧାନୀ ଲଣ୍ଡନ ନଆସିବାରୁ ଆଜି କାମଚଳା ପ୍ରଧାନମନ୍ତ୍ରୀ ଦାୟିତ୍ବରେ ଥିବା ବୋରିଶ ଜନସନ ସ୍କଟଲ୍ୟାଣ୍ଡ ଯାଇ ମହାରାଣୀଙ୍କୁ ଭେଟି ଇସ୍ତଫା ଦେଇଥିଲେ । ପରେ ସ୍କଟଲ୍ୟାଣ୍ଡରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହିଁ ଲିଜ ଟ୍ରସଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବେ ମହାରାଣୀଙ୍କ ପକ୍ଷରୁ ନିଯୁକ୍ତି ମିଳିଛି ।

ଗତ ଶୁକ୍ରବାର ଶାସକ କଞ୍ଜରଭେଟିବ ପାର୍ଟିରେ ହୋଇଥିବା ସାଙ୍ଗଠନିକ ଭୋଟିଂରେ ଭାରାତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ସାସଂଦ ଋଷି ସୁନକଙ୍କୁ 20 ହଜାରରୁ ଅଧିକ ଭୋଟରେ ପରାଜିତ କରି ବ୍ରିଟେନ ପ୍ରଧାନମନ୍ତ୍ରୀ ଗାଦି ଅକ୍ତିଆର କରିଥିଲେ 47 ବର୍ଷୀୟା ବ୍ରିଟିଶ ବୈଦେଶିକ ସଚିବ ଲିଜ ଟ୍ରସ । ବ୍ରିଟଶ ରାଜନୀତି ଇତିହାସରେ ସେ ତୃତୀୟ ମହିଳା ଭାବେ ସର୍ବୋଚ୍ଚ ପଦ ଅଳଙ୍କୃତ କରିଛନ୍ତି ।

ଏହା ବି ପଢନ୍ତୁ: ଲିଜ ଟ୍ରସ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ, ହାରିଲେ ଋଷି ସୁନକ

ବୋରିସ ଜନସନଙ୍କ ସରକାରରେ ଲିଜ ଟ୍ରସ ବିଦେଶ ମନ୍ତ୍ରୀ ଥିଲେ । ବୋରିଶଙ୍କ ଇସ୍ତଫା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଏକାଧିକ ସାସଂଦ ଇଚ୍ଛା ପ୍ରକାଶ କିଥିଲେ ସୁଦ୍ଧା ଆଗରେ ରହିଥିଲା ଲିଜ ଟ୍ରସଙ୍କ ନାମ । ଗତ 2 ମାସ ଧରି ଚାଲିଥିବା ଦଳୀୟ ନିର୍ବାଚନ ପ୍ରକ୍ରିୟାରେ ଋଷି ସୁନକଙ୍କ ସହ ଲିଜଙ୍କର କଡା ମୁକାବିଲା ହୋଇଥିଲା । ଅନ୍ତିମ ରାଉଣ୍ଡରେ ସେ ସୁନକଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ହେବା ନେଇ ଭୋଟିଂ ଆଧାରରେ ଚୟନ ହୋଇଥିଲେ ।

ଏହା ବି ପଢନ୍ତୁ...UK PM Race: ସର୍ଭେ ରିପୋର୍ଟରେ ଟ୍ରସଙ୍କ ପଲ୍ଲା ଭାରି, ଋଷି ସୁନକଙ୍କ ହାରିବା ଆଶଙ୍କା

ଚୂଡାନ୍ତ ପର୍ଯ୍ୟାୟ ନିର୍ବାଚନରେ ଲିଜ ଟ୍ରସଙ୍କୁ 81,316 ଖଣ୍ଡ ଭୋଟ ମିଳିଥିବା ବେଳେ ଋଷି ସୁନକଙ୍କୁ 60,399 ଭୋଟ ମିଳିଥିଲା । ମୋଟ ଭୋଟ ସଂଖ୍ୟା 1,71,437 ଥିବା ବେଳେ ଭୋଟିଂ ହାର ରହିଥିଲା 82.6 ପ୍ରତିଶତ ରହିଥିଲା । 654 ଖଣ୍ଡ ଭୋଟ ବିଭିନ୍ନ କାରଣରୁ ନାକଚ ହୋଇଥିଲା ।

ପ୍ରଥମ 5ଟି ପର୍ଯ୍ୟାୟ ଭୋଟିଂରେ ଟ୍ରସଙ୍କୁ ପଛରେ ପକାଇଥିଲେ ଋଷି । ପ୍ରାରମ୍ଭିକ ଆକଳନରୁ ଋଷି ବିଜୟୀ ହେବେ ବୋଲି ଆଶା କରାଯାଉଥିଲେ ସୁଦ୍ଧା ଶେଷ ମୁହୂର୍ତ୍ତରେ ବିପରୀତ ଫଳାଫଳ ଆସିଥିଲା ଓ ବାଜି ମାରି ନେଇଥିଲେ ଟ୍ରସ । ଆଜି ସେ ମହାରାଣୀଙ୍କ ଦ୍ବାରା ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ବ୍ରିଟିଶ ଗଣତନ୍ତ୍ର ଇତିହାସରେ ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ଭାବେ ସ୍ଥାନ ପକ୍କା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.