ETV Bharat / international

କାଲିଠୁ ଗାଜାରେ 4 ଦିନିଆ ଅସ୍ତ୍ରବିରତି: ସକାଳୁ ଆରମ୍ଭ ହେବ ପଣବନ୍ଦୀ ମୁକ୍ତି ପ୍ରକ୍ରିୟା

କାଲିଠାରୁ ଗାଜାରେ 4 ଦିନ ଅସ୍ତ୍ରବିରତି କରିବ ଇସ୍ରାଏଲ । କାଲି ସକାଳୁ ପଣବନ୍ଦୀଙ୍କୁ ମୁକ୍ତି ପ୍ରକ୍ରିୟା ଆରମ୍ଭ କରିବ ହମାସ । ସଫଳ ହୋଇଥିଲା କତାରର ମଧ୍ୟସ୍ଥତା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 23, 2023, 10:06 PM IST

କାଲିଠାରୁ ଗାଜାରେ ଅସ୍ତ୍ରବିରତି: ସକାଳୁ ଆରମ୍ଭ ହେବ ପଣବନ୍ଦୀ ମୁକ୍ତି ପ୍ରକ୍ରିୟା

ହାଇଦ୍ରାବାଦ: ଦୀର୍ଘ ଦେଢମାସରୁ ଅଧିକ ସମୟ ଧରି ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଗାଜା ଧ୍ବଂସସ୍ତୁପରେ ପରିଣତ ହେବା ପରେ ଶେଷରେ କତାରର ମଧ୍ୟସ୍ଥତାରେ ଅସ୍ତ୍ରବିରତି ସମ୍ଭବ ହେବାକୁ ଯାଉଛି । ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରାଯିବା ସର୍ତ୍ତରେ 4 ଦିନିଆ ଅସ୍ତ୍ରବିରତିରେ ରାଜି ହୋଇଥିଲା ଇସ୍ରାଏଲ । ଏହି ପ୍ରକ୍ରିୟାରେ ମଧ୍ୟସ୍ଥତା କରି ସଫଳ ହୋଇଥିବା ମଧ୍ୟପ୍ରାଚ୍ୟ ଦେଶ କତାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି (ଶୁକ୍ରବାର) ସକାଳୁ ସିଜ-ଫାଏର ହେବା ସହ ପଣବନ୍ଦୀଙ୍କୁ ମୁକ୍ତ କରାଯିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ ।

ତେବେ ହମାସ କବଳରେ କେତେ ସଂଖ୍ୟକ ଇସ୍ରାଏଲୀ ଅଛନ୍ତି ସେ ନେଇ କୌଣସି ସ୍ପଷ୍ଟତା ଆସନଥିଲେ ସୁଦ୍ଧା ଏହି ଅବଧି ମଧ୍ୟରେ 50 ଜଣ ପଣବନ୍ଦୀ ମୁକ୍ତ ହେବେ । ପ୍ରାୟ 2ଶହରୁ ଅଧିକ ଇସ୍ରାଏଲୀ ନାଗରିକଙ୍କୁ ପଣବନ୍ଦୀ କରାଯାଇଥିବା ଇସ୍ରାଏଲ ଅଭିଯୋଗ କରିଥିଲା । ଏହାରି ମଧ୍ୟରେ କିଛି ପଣବନ୍ଦୀଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଇସ୍ରାଏଲର ଅତର୍କିତ ରକେଟମାଡ ଓ ସାଧାରଣ ଜନବସତି ଅଞ୍ଚଳରେ ଏୟାରଷ୍ଟ୍ରାଇକ ଫଳରେ କିଛି ଇସ୍ରାଏଲୀ ପଣବନ୍ଦୀଙ୍କ ମୃତ୍ୟୁ ହୋଇଥିବା ନିକଟରେ ହମାସ ଦାବି କରିଥିଲା ।

ତେବେ ମିଳିଥିବା ସୂଚନା ଅନୁସାରେ, ଏହି ଅବଧି ମଧ୍ୟରେ ପ୍ରାୟ 50 ପଣବନ୍ଦୀ ମୁକ୍ତ ହେବେ । ସେମାନଙ୍କୁ ହମାସ ଗୋଷ୍ଠୀ ମଧ୍ୟସ୍ଥିଙ୍କ ଜରିଆରେ ଇସ୍ରାଏଲ ସେନାକୁ ହସ୍ତାନ୍ତର କରିବ । ଏହି ମୁକ୍ତ ହେବାକୁ ଥିବା ପଣବନ୍ଦୀଙ୍କ ମଧ୍ୟରେ ଅଧିକାଂଶ ଇସ୍ରାଏଲୀ ନାଗରିକ ଥିବା ବେଳେ ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଏଥିରେ ଅଳ୍ପ କିଛି ବିଦେଶୀ ନାଗରିକ ମଧ୍ୟ ରହିଥିବା ସୂଚନା ମିଳିଛି । ତେବେ 4 ଦିନରେ ପର୍ଯ୍ୟାୟକ୍ରମେ ଏହି ବନ୍ଧକଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଶେଷ ହେବ ।

ଏହା ମଧ୍ୟ ପଢନ୍ତୁ :- ଇସ୍ରାଏଲ- ହମାସ ଯୁଦ୍ଧରେ ବ୍ରେକ ! ପଣବନ୍ଦୀଙ୍କ ମୁକ୍ତି ବଦଳରେ ଯୁଦ୍ଧ ବିରତି ପ୍ରସ୍ତାବରେ ନେତାନ୍ୟାହୁଙ୍କ ସମ୍ମତି

ଗତମାସ 7 ତାରିଖରେ ହମାସର ଆକ୍ରମଣ ପରେ ଏହି ସ୍ବତନ୍ତ୍ର ସାମରିକ ଅପରେସନ ଆରମ୍ଭ କରିଥିଲା ଇସ୍ରାଏଲ । 7 ତାରିଖ ରାତିରେ ରକେଟ ଆକ୍ରମଣ ସହ ହମାସ ଆତଙ୍କୀମାନେ ଇସ୍ରାଏଲ ସୀମାରେ ମଧ୍ୟ ପ୍ରବେଶ କରିଥିଲେ । ସେମାନେ ପ୍ରାୟ 200 ଲୋକଙ୍କୁ ପଣବନ୍ଦୀ ଭାବେ ଅପହରଣ କରିଥିଲେ । ତେବେ ଉତ୍ତର ଗାଜାରେ ସ୍ବତନ୍ତ୍ର ଅପରେସନ କରି ଇସ୍ରାଏଲ କିଛି ଲୋକଙ୍କୁ ମୁକ୍ତ କରିବାରେ ସଫଳ ମଧ୍ୟ ହୋଇଥିଲା ।

ପୂର୍ବରୁ ଗାଜାରେ ଅସ୍ତ୍ରବିରତି ପାଇଁ ବିଭିନ୍ନ ଦେଶ ଓ ଜାତିସଂଘ ଇସ୍ରାଏଲ ଉପରେ ସଂଙ୍କଳ୍ପ ପାରିତ କରି ଚାପ ସୃଷ୍ଟି କରିଥିଲେ ସୁଦ୍ଧାଏହା କାର୍ଯ୍ୟକାରୀ ହୋଇପାରିନଥିଲା । ମାତ୍ର ପଣବନ୍ଦୀଙ୍କୁ ମୁକ୍ତ କରାଯିବା ସର୍ତ୍ତରେ କତାରର ମଧ୍ୟସ୍ଥତା ସଫଳ ହୋଇଛି । ଏବେ 50 ଜଣଙ୍କୁ ହମାସ ମୁକ୍ତ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.