ETV Bharat / international

କତାରରେ ଫାଶୀଦଣ୍ଡ ମିଳିଥିବା ୮ ଭାରତୀୟଙ୍କୁ ଆଶ୍ବସ୍ତି, ସଜ୍ଜା ଉପରେ ଲାଗିଲା ରୋକ - କତାରରେ ଫାଶୀଦଣ୍ଡ ଘଟଣା

Qatar death row: କତାରରେ ୮ ପୂର୍ବତନ ଭାରତୀୟ ନୌସେନାଙ୍କୁ ଫାଶୀଦଣ୍ଡ ଘଟଣା । ସଜ୍ଜା କମ କଲେ କୋର୍ଟ । ଫାଶୀ ଦଣ୍ଡ ଉପରେ ଲାଗିଲା ରୋକ । ଅଧିକ ପଢନ୍ତୁ

Qatar death row
Qatar death row
author img

By ETV Bharat Odisha Team

Published : Dec 28, 2023, 3:42 PM IST

Updated : Dec 28, 2023, 4:24 PM IST

ନୂଆଦିଲ୍ଲୀ: ଉପସାଗରୀୟ ଦେଶ କତାରରେ ୮ ପୂର୍ବତନ ଭାରତୀୟ ନୌସେନାଙ୍କୁ ଫାଶୀଦଣ୍ଡ ଘଟଣା । ଗୁରୁବାର ବଡ଼ ଘୋଷଣା କରିଛନ୍ତି କତାର କୋର୍ଟ । ଏହି ଘଟଣାରେ ୮ ଭାରତୀୟଙ୍କୁ ମିଳିଥିବା ଫାଶୀଦଣ୍ଡ ଉପରେ କୋର୍ଟ ରୋକ ଲଗାଇଛନ୍ତି । ଏ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ବିରୋଧରେ ଗୁପ୍ତଚରଗିରି କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲା କତାର । ଭାରତ ବୈଦେଶିକ ମନ୍ତ୍ରଣାଳୟ ହସ୍ତକ୍ଷେପ କରିବା ପରେ ଏହି ସଜ୍ଜାକୁ କୋହଳ କରିଛନ୍ତି କତାର କୋର୍ଟ ।

  • "We have noted the verdict today of the Court of Appeal of Qatar in the Dahra Global case, in which the sentences have been reduced...The detailed judgement is awaited....Our Ambassador to Qatar and other officials were present in the Court of Appeal today, along with the family… pic.twitter.com/7U8kstibWq

    — ANI (@ANI) December 28, 2023 " class="align-text-top noRightClick twitterSection" data=" ">

ଏବେ କୋର୍ଟଙ୍କ ବିସ୍ତୃତ ରାୟ ଆସିନଥିବା ବେଳେ ମନ୍ତ୍ରଣାଳୟ ଏହାକୁ ଅପେକ୍ଷା କରିଛି । ଆଜି କୋର୍ଟରେ ଶୁଣାଣି ସମୟରେ ବୈଦେଶିକ ମନ୍ତ୍ରଣାଳୟର କିଛି ଅଧିକାରୀଙ୍କ ସମେତ ୮ ଭାରତୀୟଙ୍କ ପରିବାର ମଧ୍ୟ ଉପସ୍ଥିତ ରହିଥିଲେ । ସୂତ୍ର ଅନୁସାରେ ଗୁଇନ୍ଦାଗିରି ଅଭିଯୋଗରେ କତାର କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ୮ ଭାରତୀୟଙ୍କୁ ଫାଶୀ ଦଣ୍ଡ ବଦଳରେ ଜେଲ ଦଣ୍ଡ ଦିଆଯିବ ବୋଲି ସୂଚନା ମିଳିଛି ।

ଏହା ବି ପଢନ୍ତୁ- ପୂର୍ବ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡ ଘଟଣା; ଭାରତର ଆବେଦନକୁ ଗ୍ରହଣ କଲା କତାର

କଣ ଘଟଣା ? :- ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗତବର୍ଷ ୨୦୨୨ ଅଗଷ୍ଟରେ କତାରରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ସମସ୍ତେ ଏବେ କତାର ଜେଲରେ ବନ୍ଦୀ ଅଛନ୍ତି । ଏହି ମାମଲାରେ ଅକ୍ଟୋବର ୨୬ ତାରିଖରେ କତାରର ଏକ କୋର୍ଟ ୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡ ଶୁଣାଇଥିଲେ । ଏହାକୁ ଭାରତ ଆଶ୍ଚର୍ଯ୍ୟଜନକ ବୋଲି କହିବା ସହ ଅନ୍ତର୍ଜାତୀୟ ଆଇନରେ ଏହାକୁ ଚ୍ୟାଲେଞ୍ଜ କରିଥିଲା । ତେବେ ମୃତ୍ୟୁଦଣ୍ଡ ପାଇଥିବା ପୂର୍ବ ନୌସେନା ଅଧିକାରୀମାନେ ହେଲେ କ୍ୟାପ୍ଟେନ ନବତେଜ ସିଂ ଗିଲ, କ୍ୟାପ୍ଟେନ ବୀରେନ୍ଦ୍ର ବର୍ମା, କ୍ୟାପ୍ଟେନ ସୌରଭ ବାରିଷ୍ଟ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁନାକର ପକାଲା, କମାଣ୍ଡର ରାଜୀବ ଗୁପ୍ତା ଓ ସେଲର ରାଗେଶ ।

ଏହା ବି ପଢନ୍ତୁ- ମୃତ୍ୟୁ ଦଣ୍ଡାଦେଶ ପାଇଥିବା 8 ଭାରତୀୟଙ୍କୁ କତାରରେ ଜେଲରେ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

ଏହାପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ରାୟ ବିରୋଧରେ କତାର କୋର୍ଟଙ୍କ ନିକଟରେ ଅପିଲ କରିଥିଲେ । କୋର୍ଟ ଏହି ଆବେଦନକୁ ଗ୍ରହଣ କରିବା ସହ ଏହା ଉପରେ ଅନୁଧ୍ୟାନ କରିବେ ବୋଲି କହିଥିଲେ । ତେବେ କୋର୍ଟ ଗୁରୁବାର ଏହି ମାମଲା ଉପରେ ଶୁଣାଣି କରିବା ସମୟରେ ସଜ୍ଜାକୁ କୋହଳ କରିଛନ୍ତି । ଏବେ ବି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କତାର ପ୍ରତିପକ୍ଷଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ଭାରତୀୟଙ୍କ ପରିବାରର କହିଛନ୍ତି, "ସେମାନେ କୌଣସି ବେଆଇନ କାର୍ଯ୍ୟରେ ଲିପ୍ତ ନଥିଲେ । ବରଂ କତାର ନୌସେନାଙ୍କୁ ସୁଦୃଢ କରିବା ଲାଗି ଏକ ପ୍ରତିରକ୍ଷା କମ୍ପାନୀରେ କାମ କରୁଥିଲେ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଠୋସ ପ୍ରମାଣ ମଧ୍ୟ ନାହିଁ ।"

ଅନ୍ୟପଟେ ଚଳିତ ମାସ ପ୍ରାରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁବାଇରେ ଆୟୋଜିତ କପ୍‌୨୮ ସମ୍ମିଳନୀରେ କତାର ଶାସକ ତମିମ ବିନ ହମଦ ଅଲ-ଥାନିଙ୍କୁ ଭେଟିଥିଲେ । ଏହି ଭେଟଘାଟର କିଛି ସପ୍ତାହ ପରେ ଏହି ରାୟ ଆସିଛି । ପ୍ରଧାନମନ୍ତ୍ରୀ ମୋଦି ଓ କତାର ଶାସକଙ୍କ ମଧ୍ୟରେ କଣ ଆଲୋଚନା ହୋଇଥିଲା ତାହାକୁ ସାର୍ବଜନୀନ କରାଯାଇନଥିଲେ ସୁଦ୍ଧା ୮ ଭାରତୀୟଙ୍କୁ ଫାଶୀଦଣ୍ଡ ଘଟଣା ଉଠାଯାଇଥିଲା ବୋଲି ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 28, 2023, 4:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.