ETV Bharat / international

ଇରାକରେ ମହମ୍ମଦ ସିୟା ଅଲ ସୁଦାନୀଙ୍କୁ ବିରୋଧ, ସଂସଦରେ ପଶି ନାଚିଲେ ଗାଇଲେ ବିକ୍ଷୋଭକାରୀ

ଇରାକରେ ଶ୍ରୀଲଙ୍କା ଭଳି ରାଜନୈତିକ ଅସ୍ଥିରତା । ବାଗଦାଦରେ ସଂସଦ ଭବନକୁ କବଜା କରିଛନ୍ତି ପ୍ରଦର୍ଶନକାରୀ । ସଂସଦ ଭବନରେ ପଶି ଗୀତ ଗାଇ ନାଚିବା ସହ ବାଚସ୍ପତିଙ୍କ ଡେସ୍କ ଉପରେ ଚଢି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ବିକ୍ଷୋଭକାରୀ । ଅଧିକ ପଢନ୍ତୁ

ରେ ମହମ୍ମଦ ସିୟା ଅଲ ସୁଦାନୀଙ୍କୁ ବିରୋଧ
ରେ ମହମ୍ମଦ ସିୟା ଅଲ ସୁଦାନୀଙ୍କୁ ବିରୋଧ
author img

By

Published : Jul 28, 2022, 9:38 AM IST

ବାଗଦାଦ: ଇରାକରେ ଶ୍ରୀଲଙ୍କା ଭଳି ରାଜନୈତିକ ଅସ୍ଥିରତା ଦେଖାଦେଇଛି । ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନକୁ ବିରୋଧ କରି ଉଗ୍ର ହୋଇଛି ବିକ୍ଷୋଭ । ଗତକାଲି(ବୁଧବାର) ଇରାକରର ବାଗଦାଦରେ ସଂସଦ ଭବନକୁ କବଜା କରିଛନ୍ତି ପ୍ରଦର୍ଶନକାରୀ । ସଂସଦ ଭବନରେ ପଶି ଗୀତ ଗାଇ ନାଚିବା ସହ ବାଚସ୍ପତିଙ୍କ ଡେସ୍କ ଉପରେ ଚଢି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।

ସୂଚନାଅନୁସାରେ, ଅଧିକାଂଶ ପ୍ରଦର୍ଶନକାରୀ ଇରାକ ସିୟା ନେତା ମୁକ୍ତତାଦା ଅଲ ସଦରଙ୍କ(Moqtada al-Sadr) ସମର୍ଥକ ଅଟନ୍ତି । ତେବେ ପ୍ରଧାନମନ୍ତ୍ରୀ ପଦ ପାଇଁ ମହମ୍ମଦ ସିୟା ଅଲ ସୁଦାନୀଙ୍କ(Shai al-sudani) ପ୍ରାର୍ଥୀତ୍ୱକୁ ବିରୋଧ କରି ସଂସଦ ଭବନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ ବିକ୍ଷୋଭକାରୀଙ୍କୁ ନିଜ ନିଜ ଘରକୁ ଫେରିଯିବା ପାଇଁ ଟ୍ବିଟ କରି କହିଥିଲେ ଅଲ ସଦର । ଏହାସହ ମହମ୍ମଦ ସିୟା ଅଲ ସୁଦାନୀ ମଧ୍ୟ ବିକ୍ଷୋଭକାରୀମାନଙ୍କୁ ଯଥାଶିଘ୍ର ଆନ୍ଦୋଳନରୁ ପ୍ରତ୍ୟାହୃତ କରିବା ପାଇଁ ଚେତାବନୀ ଦେବା ସହ ବିକ୍ଷୋଭକାରୀଙ୍କୁ ତୁରନ୍ତ ଗ୍ରୀନ ଜୋନ୍ ଖାଲି କରିବାକୁ କହିଛନ୍ତି । ସେ ଏକ ବିବୃତ୍ତିରେ ଚେତାବନୀ ଦେଇଛନ୍ତି ଯେ "ରାଜ୍ୟ ଅନୁଷ୍ଠାନ ଏବଂ ବିଦେଶୀ ମିଶନକୁ ସୁରକ୍ଷା ଦେବା ଏବଂ ବ୍ୟବସ୍ଥାର କୌଣସି କ୍ଷତି ନହେବା ପାଇଁ ସୁରକ୍ଷା ବାହିନୀ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବେ ।"

ବିକ୍ଷୋଭକାରୀମାନେ ସଂସଦ ଗୃହରେ ପ୍ରବେଶ କରିବା ସମୟରେ ସୁରକ୍ଷାକର୍ମୀଙ୍କୁ ଛାଡି ଅନ୍ୟ କେହି ଉପସ୍ଥିତ ନଥିଲେ । ସେମାନେ ମଧ୍ୟ ବିକ୍ଷୋଭକାରୀଙ୍କୁ ଭିତରକୁ ପ୍ରବେଶ ନିମନ୍ତେ ଅନୁମତି ଦେଇଥିଲେ । ବିକ୍ଷୋଭକାରୀମାନେ ସିଆ ନେତା ଅଲ-ସାଦରଙ୍କ ଫଟୋ ଧରି ଭିତରକୁ ପ୍ରବେଶ କରିଥିଲେ । ସଂସଦ ଭିତରେ ଭଙ୍ଗାରୁଜା କରିବା ସହ ଅଲ-ସୁଦାନୀ ଆଉଟ(Al-Sudani, out!) ନାରା ଦେଇଥିଲେ । ଏହାକୁ ରୋକିବା ପାଇଁ ପୋଲିସ ତରଫରୁ ପାଣିମାଡ କରାଯାଇଥିଲା । ଏହାସହ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ସୁଦ୍ଧା ସଂସଦର ଦୁଇଟି ପ୍ରବେଶ ପଥରେ ବିକ୍ଷୋଭକରୀ ପ୍ରବେଶ କରି ହଙ୍ଗାମା କରିଥିଲେ ।

ସୂଚନାଯୋଗ୍ୟ, ଅଲ ସଦରଙ୍କ ଗୋଷ୍ଠୀ ଅକ୍ଟୋବର ୨୦୨୧ ସାଧାରଣ ନିର୍ବାଚନରେ ୭୩ ସିଟ୍‌ ହାତେଇଥିଲା । କିନ୍ତୁ ବହୁମତ ପ୍ରମାଣ କରିନପାରିବାରୁ ସେ ସରକାରରୁ ଓହରି ଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.