ETV Bharat / international

ଚୀନରେ ତେଜୁଛି ଜିରୋ କୋଭିଡ ନୀତି ବିରୋଧୀ ଆନ୍ଦୋଳନ, ଲିଫ୍ଟ ଦ ଲକ୍‌ଡାଉନ୍‌ ନାରା ଦେଲେ ଲୋକେ - ଜିନପିଙ୍ଗ ଜିରୋ କୋଭିଡ୍‌ ନୀତି

ଚୀନରେ ତେଜୁଛି ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଜିରୋ କୋଭିଡ୍‌ ନୀତି ପ୍ରତିବାଦ । ଏହାକୁ ବିରୋଧ କରି ଚାଇନାର ଜିନଜିଆଙ୍ଗ ପ୍ରଦେଶରେ ଉଗ୍ର ରୂପ ଧାରଣ କରିଛି ଆନ୍ଦୋଳନ । ଅଧିକ ପଢନ୍ତୁ

ଜିରୋ କୋଭିଡ ନୀତି
ଜିରୋ କୋଭିଡ ନୀତି
author img

By

Published : Nov 27, 2022, 11:26 AM IST

ବେଜିଂ: କିଛି ଦିନର ବ୍ୟବଧାନ ପରେ ଚୀନରେ ପୁଣି କଡ ଲେଉଟାଇଛି କୋରୋନା ସଂକ୍ରମଣ । ଏହା ଉପରେ ରୋକ ଲଗାଇବା ପାଇଁ ଚୀନର ରାଷ୍ଟ୍ରପତି ଜିନପିଙ୍ଗ ଜିରୋ କୋଭିଡ୍‌ ନୀତି ଅବଲମ୍ବନ କରିଛନ୍ତି । ସରକାରଙ୍କ ଏହି ନୀତିକୁ ବିରୋଧ କରି ରାଜରାସ୍ତାରେ ବିକ୍ଷୋଭ କରିଛନ୍ତି ଲୋକେ । ସଂଘାଇରେ ଉଗ୍ର ରୂପ ଧାରଣ କରିଛି ଏହି ଆନ୍ଦୋଳନ ।

ସୂଚନାନୁସାରେ, ଗତ 24 ତାରିଖରେ ଉତ୍ତର ପଶ୍ଚିମ ଚୀନର ଜିନଜିଆଙ୍ଗ ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିଲା । ଫଳରେ 10ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 9 ଜଣ ଆହତ ହୋଇଥିଲେ । ତେବେ କୋଭିଡ କଟକଣା ଯୋଗୁଁ ଠିକ ସମୟରେ ସହାୟତା ମିଳିନପାରି ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଶୁକ୍ରବାର ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସାମ୍ନାକୁ ଆସିଥିବା ଭିଡିଓରେ ଶତାଧିକ ଲୋକ ଜିନଜିଆଙ୍ଗର ରାଜଧାନୀ ଉରୁମକ୍ୟିରେ ରାସ୍ତାରେ ଚାଲିଚାଲି ଜିନପିଙ୍ଗଙ୍କ ବିରୋଧରେ ନାରା ଦେଉଥିବା ଦେଖିବାକୁ ମିଳିଛି । ଚୀନ ସରକାର ବିରୋଧରେ ନାରାବାଜି କରୁଛନ୍ତି । ଏହାସହ କମ୍ୟୁନିଷ୍ଟ ସରକାରଙ୍କ କୋଭିଡ କଟକଣାକୁ ବିରୋଧ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଚୀନର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, 10 ମୃତ

ଏନେଇ ଏକ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧୀ ଟ୍ବିଟ କରି କହିଛନ୍ତି, ଉରୁମ୍କିରେ ଅନେକ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ଆମେ PCR ଟେଷ୍ଟ ଚାହୁଁନୁ, ଆମେ ସ୍ବାଧିନତା ଚାହୁଁଛୁ । ଜିନଜିଆଙ୍ଗରରେ ତାଲା ବନ୍ଦି ନୀତି ହଟାଯାଉ ।"

ଏହାସହ ସେ ନିଜେ ଟ୍ବିଟରରେ #Xinjiang, end lockdown, #Xinjiang, end lockdown, ଲେଖିଥିଲେ। ଏହାସହ ସେ ଆହୁରି ମଧେୟ କହିଛନ୍ତି,"ଜିରୋ କୋଭିଡ୍‌ ନୀତିକୁ ନେଇ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଲୋକମାନଙ୍କ ଏହି ବିକ୍ଷୋଭକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଏକ ଡଜନରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ।"

  • SHANGHAI: Rare protests erupt in #China’s largest city over Covid restrictions & gov. rules. “We want freedom” the crowd chants in this video from Wulumuqi road tonight: pic.twitter.com/aHEtDQV42a

    — Joyce Karam (@Joyce_Karam) November 26, 2022 " class="align-text-top noRightClick twitterSection" data=" ">

ଏନେଇ ଅନ୍ୟ ଏକ ଗଣମାଧ୍ୟମର ସମ୍ବାଦଦାତା ଟ୍ବିଟକରି କହିଛନ୍ତି, " ଜିରୋ କୋଭିଡ୍‌ ନୀତିକୁ ବିରୋଧ କରି ଉରୁମ୍କି ରୋଡରେ ପ୍ରତିବାଦ ଜୋର ଧରିଛି । ଅନେକ ଲୋକ ଏହି ନୀତିକୁ ବିରୋଧ କରିବା ସହ ସ୍ବାଧିନତା ଦେବା ପାଇଁ କହିଛନ୍ତି । "

ଦୀର୍ଘ ଦିନ ହେଲା ଉରୁମକ୍ୟି ସମେତ ଜିନଜିଆଙ୍ଗର ଏକାଧିକ ସ୍ଥାନରେ ଲକଡାଉନ ଲାଗୁ କରାଯାଇଛି । ଏହି ଲକଡାଉନ ଯୋଗୁଁ ଲୋକମାନେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଗାତାର ୩ ଦିନ ଧରି ଚୀନ୍‌ରେ ରେକର୍ଡ ସଂକ୍ରମଣ ରିପୋର୍ଟ କରାଯାଇଛି । ଶୁକ୍ରବାର ଦିନ ଚୀନ୍‌‌ରେ ୩୫,୯୦୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.