ETV Bharat / international

ଇକ୍ବାଡୋରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା - ଇକ୍ବାଡୋର

ଇକ୍ବାଡୋରରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା । ନିର୍ବାଚନୀ ରାଲିରେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ଇକ୍ବାଡୋରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା

author img

By

Published : Aug 10, 2023, 8:37 AM IST

Updated : Aug 10, 2023, 9:32 AM IST

କ୍ବିଟୋ: ଇକ୍ବାଡୋରରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା । ନିର୍ବାଚନର ମାତ୍ର ୧୦ ଦିନ ପୂର୍ବରୁ ଗତକାଲି(ବୁଧବାର) ରାଷ୍ଟ୍ରପତି ପ୍ରାର୍ଥୀ ଫର୍ଣ୍ଣାଡୋ ଭିଲାଭିକେନସିଓଙ୍କୁ ଗୁଳିକରି ହତ୍ୟା କରାଯାଇଛି । ରାଜଧାନୀ କ୍ବିଟୋରେ ଏକ ନିର୍ବାଚନୀ ରାଲିରେ ତାଙ୍କର ମୁଣ୍ଡକୁ ଗୁଳିମାଡ ହୋଇଛି । ଏଥିରେ ଭିଲାଭିକେନସିଓଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନର ଇକ୍ବାଡୋର ରାଷ୍ଟ୍ରପତି ଗ୍ବିଲେରମାଓ ଲାସୋ ଭିଲାଭିକେନସିଓ ମୃତ୍ୟୁ ଖବର ସ୍ପଷ୍ଟ କରିଛନ୍ତି ଏବଂ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

  • Indignado y consternado por el asesinato del candidato presidencial Fernando Villavicencio. Mi solidaridad y mis condolencias con su esposa y sus hijas. Por su memoria y por su lucha, les aseguro que este crimen no va a quedar impune.

    El Gabinete de Seguridad se reunirá en…

    — Guillermo Lasso (@LassoGuillermo) August 10, 2023 " class="align-text-top noRightClick twitterSection" data=" ">

ଆସନ୍ତା ଅଗଷ୍ଟ ୨୦ ତାରିଖରେ ଇକ୍ବାଡୋରରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାର ଅଛି । ନିର୍ବାଚନରେ ୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫୯ ବର୍ଷୀୟ ଫର୍ଣ୍ଣାଡୋ ଭିଲାଭିକେନସିଓ ଅନ୍ୟତମ ଥିଲେ । ଯଦିଓ ସେ ନିର୍ବାଚନ ରେସରେ ଆଗୁଆ ନଥିଲେ ତଥାପି ତାଙ୍କୁ ହତ୍ୟା କରାଯାଇଛି । ବୁଧବାର ସନ୍ଧ୍ୟାରେ ସେ ରାଜଧାନୀରେ ଏକ ପ୍ରଚାର ଅଭିଯାନରେ ଯୋଗ ଦେବାକୁ ଯାଇଥିଲ । ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ । ଏନେଇ ରାଷ୍ଟ୍ରପତି ଲାସୋ ବିବୃତ୍ତିରେ କହିଛନ୍ତି ଯେ, ଏହି ଅପରାଧ ଘଟାଇଥିବା ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦେଶରେ ଅପରାଧିକ ମାମଲା ଖୁବ୍ ବଢିଯାଇଛି । କିନ୍ତୁ ଅପରାଧୀ ଆଇନ ହାତରୁ ବଞ୍ଚି ଯାଇପାରିବେ ନାହିଁ ।

ଏହାମଧ୍ୟ ପଢନ୍ତୁ: ଜେଲରେ ମଶା ମାଛି ପାଇଁ କଲବଲ ଇମ୍ରାନ, କହିଲେ ମୋତେ ଏଠୁ ବାହାର କର

ଦେଶରେ ହିଂସାକାଣ୍ଡ, ହତ୍ୟା ଏବଂ ନିଶାଦ୍ରବ୍ୟ ଚାଲାଣ ମାମଲା ବୃଦ୍ଧି ଇକ୍ବାଡୋର ସରକାରଙ୍କ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏଭଳି ହତ୍ୟାକାଣ୍ଡ ଘଟିଛି । ଭିଲାଭିକେନସିଓଙ୍କୁ ଗୁଳି ମାଡ ସମୟରେ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏଥିରେ ଦେଖାଯାଇଛି, ସୁରକ୍ଷାକର୍ମୀ ଛାଉଣି ଭିତରେ ରାଷ୍ଟ୍ରପତି ପ୍ରାର୍ଥୀ କୌଣସି କାର୍ଯ୍ୟକ୍ରମରୁ ବାହାରି ଧଳା ରଙ୍ଗର କାର୍ ଭିତରକୁ ପ୍ରବେଶ କରୁଛନ୍ତି । ଏତିକି ବେଳେ ଅତର୍କିତ ଭାବେ ଗୁଳିମାଡ ହେଉଛି ।

ମୃତ ପ୍ରାର୍ଥୀଙ୍କ ପ୍ରଚାର କମିଟି ପରାମର୍ଶଦାତା ପାଟ୍ରିସିଓ ଜୁକ୍ବିଲାଣ୍ଡା କହିଛନ୍ତି, ଗୁଳିମାଡ ପୂର୍ବରୁ ଭିଲାଭିକେନସିଓଙ୍କୁ ହତ୍ୟା ଧମକ ମିଳିଥିଲା । ଏ ସମ୍ପର୍କରେ ସେ ଅଧିକାରୀଙ୍କୁ ଜଣାଇଥିଲେ । ଦେଶରେ ବଢୁଥିବା ହିଂସା ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅନ୍ତର୍ଜାତୀୟ ଅଧିକାରୀମାନଙ୍କୁ କହିଥିଲେ । ହିଂସା ଓ ନିଶା କାରାବାର ମାମଲାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ପରାମର୍ଶଦାତା କହିଛନ୍ତି ।

Last Updated : Aug 10, 2023, 9:32 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.