ETV Bharat / international

Earthquake strikes: ଶକ୍ତିଶାଳୀ ଭୂକମ୍ପରେ ଥରିଲା ତୁର୍କୀ, 190ରୁ ଊର୍ଦ୍ଧ୍ବ ମୃତ

author img

By

Published : Feb 6, 2023, 8:36 AM IST

Updated : Feb 6, 2023, 11:05 AM IST

ତୁର୍କୀରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ । ୭.୮ ଏବଂ ୬.୭ ତୀବ୍ରତା ଝଟ୍‌କାରେ ଥରିଲା ତୁର୍କୀ । ଏହି ଭୟଙ୍କର ଭୂକମ୍ପରେ ପ୍ରାୟ 190ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ

earthquake
earthquake

ଅଙ୍କାରା: ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ । ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ଥରିଛି ତୁର୍କୀ । ନୁରଦଗୀର ପୂର୍ବରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ମଧ୍ୟ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଶକ୍ତିଶାଳୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା 190ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଏହାସହ ୫୦ରୁ ଊର୍ଦ୍ଧ୍ବ ଘର ଭୁଶୁଡି ଯାଇଥିବା ନେଇ ସାନଲ୍ୟୁଫରା ମେରା ସୂଚନା ଦେଇଛନ୍ତି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହି ଶକ୍ତିଶାଳୀ ଭୂକମ୍ପରେ ସିରିଆ ଅଧିକା ପ୍ରଭାବିତ ହୋଇଛି ।

ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସକାଳୁ ସକାଳୁ ଦୁଇ ବଡ ଭୂକମ୍ପରେ ଥରିଛି ତୁର୍କୀ । ନୁରଦଗୀର ୨୩ କିଲୋମିଟର ପୂର୍ବରେ ଏକ ଭୂକମ୍ପ ହୋଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ମଧ୍ୟ ଭୂକମ୍ପ ହୋଇଛି । ନୁରଦଗୀରେ ଭୂକମ୍ପର ତୀବ୍ରତା ୭.୮ ରେକର୍ଡ କରାଯାଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ସୂଚନାଥାଉକି, ଏହା ପୂର୍ବରୁ ୨୦୨୨ ନଭେମ୍ବର ମାସରେ ଭୂକମ୍ପ ଅନୁଭୂତ ହୋଇଥିଲା । ଫଳରେ ଅନୁନ୍ୟ ୫୦ଜଣ ଲୋକ ଆହତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: PM Modi To Visit Karnataka: ଭାରତ ଶକ୍ତି ସପ୍ତାହକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୁରଦଗୀରେ ଭୂକମ୍ପର ଗଭୀରତା ୧୭.୯ କିମି ରେକର୍ଡ କରାଯାଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ଗଭୀରତା ୯.୯ କିମି ରେକର୍ଡ କରାଯାଇଥିଲା । ତେବେ ଦୁଇ ଶକ୍ତିଶାଳୀ ଭୂକମ୍ପରେ କ୍ଷୟକ୍ଷତି କିମ୍ବା ସୁନାମୀ ନେଇ ସରକାରୀ ସ୍ତରରେ କୌଣସି ଘୋଷଣା କରାଯାଇନାହିଁ । ଅନ୍ୟପଟେ ବଡ ଧରଣର ଭୂକମ୍ପରେ ଅନେକ କ୍ଷୟକ୍ଷତି ହୋଇଥିବା ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି ।

ଅନେକ କୋଠା ଭୁଶୁଡି ଯାଇଥିବା ନେଇ ଦେଖାଯାଇଥିବା ବେଳେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ କରିଛି । ଅନେକ କୋଠା ଦବି ଯାଇଥିବା ବେଳେ ରାସ୍ତାଘାଟରେ ମଧ୍ୟ ଫାଟ ଦେଖାଦେଇଛି । ତେବେ କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବା ନେଇ ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: Adani Row: ଆଜି ରାଜରାସ୍ତାକୁ ଓହ୍ଲାଇ ଦେଶବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ

ଭୂକମ୍ପ ନେଇ ସର୍ବଦା ଶୀର୍ଷରେ ରହିଛି ତୁର୍କୀ । ସେଠାରେ ଅନେକବାର ଭୂକମ୍ପ ହେଉଥିବା ବେଳେ ଅନେକ କ୍ଷୟକ୍ଷତି ମଧ୍ୟ ହେଉଛି । ପ୍ରକାଶଥାଉକି, ଗତ ଡିସେମ୍ବର ମାସରେ କାଲିଫର୍ଣ୍ଣିଆରେ ବଡ ଧରଣର ଭୂକମ୍ପ ହୋଇଥିଲା । ଭୂକମ୍ପର ତୀବ୍ରତା 6.5 ରେକର୍ଡ କରାଯାଇଥିଲା । ଭୂକମ୍ପ ଯୋଗୁଁ ଅତି କମରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 11 ଜଣ ଆହତ ହୋଇଥିଲେ । ପ୍ରାୟ 70 ହଜାରରୁ ଊର୍ଦ୍ଧ୍ବ ଘରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିଲା । ୧୯୯୯ରେ ହୋଇଥିବା ଭୂକମ୍ପରେ ୧୭ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

Last Updated : Feb 6, 2023, 11:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.