ETV Bharat / international

Russia Ukraine War: ଯୁଦ୍ଧ ଭିତରେ କିଭରୁ ୯୦୦ ମୃତଦେହ ଉଦ୍ଧାର

ଋଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଥିବା ବେଳେ ଏହାରି ଭିତରେ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସିଛି । ୟୁକ୍ରେନର ରାଜଧାନୀ କିଭରୁ ଋଷିଆର ପ୍ରତ୍ୟାବର୍ତ୍ତନ ପରେ ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ୯୦୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

Russia Ukraine War: କିଭରୁ ୯୦୦ ଜଣଙ୍କ ମୃତଦେହ ଉଦ୍ଧାର

author img

By

Published : Apr 16, 2022, 11:09 AM IST

କିଭ: ଋଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଥିବା ବେଳେ ଏହାରି ଭିତରେ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସିଛି । ୟୁକ୍ରେନର ରାଜଧାନୀ କିଭରୁ ଋଷିଆର ପ୍ରତ୍ୟାବର୍ତ୍ତନ ପରେ ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ୯୦୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ପୋଲିସ ପକ୍ଷରୁ ଶୁକ୍ରବାର ଦିନ ସୂଚନା ଦିଆଯାଇଛି ।

ୟୁକ୍ରେନର ରାଜଧାନୀ କିଭ ଓ ତାର ନିକଟବର୍ତ୍ତୀ ଅଞ୍ଚଳରୁ ଋଷ ସେନା ପ୍ରତ୍ୟାହାର କରିଥିଲେ ମଧ୍ୟ ସେଠାରେ ଆକ୍ରମଣକୁ ଜୋରଦାର କରାଯିବା ନେଇ ଋଷ ପକ୍ଷରୁ ଧମକ ଦିଆଯାଇଥିଲା । ଏହାର କିଛି ସମୟ ପରେ ଏକ ଆଶ୍ଟର୍ଯ୍ୟଜନକ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିଥିଲା । ଏହାରି ଭିତରେ ବ୍ଲାକ ସି'ରେ ଋଷିଆର ଯୁଦ୍ଧ ଜାହାଜକୁ ୟୁକ୍ରେନୀୟ ସୈନ୍ୟ କ୍ଷେପଣାସ୍ତ୍ର ମାଡ କରି ଧ୍ବଂସ କରିଦେଇଛି । ୟୁକ୍ରେନ ନିଜ ନେପଚୁନ ମିଶାଇଲ ମାଡ କରି ଏହାକୁ ଧ୍ବଂସ କରିଥିବା ଦାବି କରିଥିଲା । ଅନ୍ୟପଟେ ୟୁକ୍ରେନ ଆକ୍ରମଣରେ ଜାହାଜଟି ନଷ୍ଟ ହୋଇଯାଇଥିବା କଥାକୁ ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରଥମେ ଖଣ୍ଡନ କରିଥିଲା ଏବଂ ଏହାକୁ ଅଗ୍ନିକାଣ୍ଡ ଜନିତ କହିଥିଲା । ହେଲେ ଏବେ ଋଷିଆ ସତ ମାନିଛି । ମସ୍କୋର ଜାହାଜ ବୁଡିବା ପରେ ଋଷିଆର ଏକ ସରକାରୀ ଟିଭି ଚ୍ୟାନେଲ ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଯାଇଛି ବୋଲି କହିଛି ।

ଏପଟେ ଋଷ ସେନା ମାରିଉପୋଲ ଉପରେ ଘନଘନ ଆକ୍ରମଣ ଜାରି ରଖିଛନ୍ତି । ମାରିଉପୋଲ ସହରରେ ଯୁଦ୍ଧ ପୂର୍ବରୁ ୫ ଲକ୍ଷ ଲୋକ ବସବାସ କରୁଥିଲେ । ବର୍ତ୍ତମାନ ଏହି ସଂଖ୍ୟା ୧ ଲକ୍ଷକୁ ହ୍ରାସ ପାଇଛି । ଅନେକ ସଂଖ୍ୟକ ଲୋକ ସହର ଛାଡି ଅନ୍ୟତ୍ର ରହୁଛନ୍ତି । ଉତ୍ତର-ପୂର୍ବ ଖାର୍କିଭ ସହରର ଏକ ଆବାସିକ ଅଞ୍ଚଳରେ ଗୁଳିମାଡ ଯୋଗୁଁ 7 ମାସର ଶିଶୁ ସମେତ 34 ଜଣ ଆହତ ହୋଇଛନ୍ତି । ଗୁଳିମାଡ ଫଳରେ ୯୫ ଭାଗ ଲୋକଙ୍କର ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତିଦିନ ଅଳିଆ ଗଦାରୁ କୁଢକୁଢ ମୃତଦେହ ମିଳୁଛି । ବୁଚାରେ ସବୁଠାରୁ ଅଧିକ ସଂଖ୍ୟାରେ ମୃତଦେହ ଉଦ୍ଧାର କରାଯାଉଛି । ବର୍ତ୍ତମାନ ସୁଦ୍ଧା ବୁଚାରୁ ୩୫୦ ଜଣକ ମୃତଦେହ ଉଦ୍ଧାର କରାଯାଇଛି । ନେବିତୋଭଙ୍କ କହିବା ଅନୁସାରେ, ୟୁଟିଲିଟି କର୍ମଚାରୀ ମାନେ କିଭରୁ ମୃତଦେହ ଗୁଡିକୁ ସଂଗ୍ରହ କରି ପୋତି ଦେଇଛନ୍ତି ।

ଏନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନକ୍ସି କହିଛନ୍ତି ଯେ, ଋଷ ସୈନ୍ୟ ଖେରସନ ଓ ଜାପ୍ରୋଜିଆର କିଛି ଅଂଶ ଦଖଲ କରିଛନ୍ତି ଏବଂ ସାଧାରଣ ଲୋକଙ୍କୁ ଆତଙ୍କିତ କରୁଛନ୍ତି । ସେମାନେ ଭାବନ୍ତି ଏହି ଅଞ୍ଚଳ ଗୁଡିକୁ ନିଜ ଦଖଲକୁ ଆଣିବା ଭାରି ସହଜ । କିନ୍ତୁ ସେମାନଙ୍କ ଚିନ୍ତାଧାରା ଭୁଲ ବୋଲି କ୍ରୋଧରେ କହିଛନ୍ତି ଜେଲେନକ୍ସି ।

ଏହା ମଧ୍ୟ ପଢନ୍ତୁ: World War III: ବ୍ଲାକ ସିରେ ଯୁଦ୍ଧ ଜାହାଜ ବୁଡିବା ପରେ ଆରମ୍ଭ ହେଲା ତୃତୀୟ ବିଶ୍ବଯୁଦ୍ଧ !

ଏପଟେ ଋଷିଆ ନୌସେନାର ମିସାଇଲ ଭାବେ ମୋସକଭା ଜାହାଜକୁ ହରାଇବା ଋଷିଆ ପାଇଁ ଏକ ଚିନ୍ତାଜନକ ବିଷୟ ପାଲଟିଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ ବାର୍ତ୍ତା ନିଆଁରେ ଘିଅ ଢାଳିବା ଭଳି ମନେହେଉଛି । ଋଷିଆ ପ୍ରତି ଏହା ଏକ ଶକ୍ତ ଝଟକା ଦେଇଛି । ଏହି କ୍ରମରେ ଋଷ ସେନା ପ୍ରତିଶୋଧ ପରାୟଣ ହୋଇ ଶୁକ୍ରବାର ୟୁକ୍ରେନର ରାଜଧାନୀ କିଭ ଉପରେ ଜୋରଦାର ଆକ୍ରମଣ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.