ETV Bharat / international

ବିଶ୍ବର କଲ୍ୟାଣ ପାଇଁ ବାପୁଙ୍କ ଆଦର୍ଶକୁ ଅନୁସରଣ କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି: ମୋଦି

ଜାପାନର ହିରୋସିମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ବିଶ୍ବର କଲ୍ୟାଣ ପାଇଁ ବାପୁଙ୍କ ଆଦର୍ଶକୁ ଅନୁସରଣ କରିବା ହିଁ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ

modi unveils mahatma gandhi statue in hiroshima

author img

By

Published : May 20, 2023, 12:26 PM IST

Updated : May 20, 2023, 12:33 PM IST

modi unveils mahatma gandhi statue in hiroshima

ଟୋକିଓ: ଜାପାନରେ ଆୟୋଜିତ ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ହିରୋସିମା ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଜାପାନରେ ଜି୭ ବୈଠକ ଆରମ୍ଭ ହୋଇଯାଇଛି । ଏଥରେ ୭ଟି ଦେଶର ରାଷ୍ଟ୍ର ନେତା ସାମିଲ ହୋଇଛନ୍ତି । ଏହାରି ଭିତରେ ଆଜି ଜାପାନର ହିରୋସୀମାରେ ପ୍ରଧାନମନ୍ତ୍ରୀ ମୋଦି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହାସହ ବାପୁଙ୍କୁ ପୁଷ୍ପାଞ୍ଜଳି ଦେଇଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, "ବିଶ୍ବର କଲ୍ୟାଣ ପାଇଁ ଆମେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଅନୁସରଣ କରିବା ହିଁ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।" ମୋଦିଙ୍କ ସହ ଅନ୍ୟମାନେ ମଧ୍ୟ ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍‌ ଏବଂ ଆମେରିକାକୁ ନେଇ ଜି-୭ ରାଷ୍ଟ୍ର ସମୂହ ଗଠିତ ହୋଇଛି । ୧୯ରୁ ୨୧ ତାରିଖ ଯାଏଁ ଶିଖର ସମ୍ମିଳନୀ ଚାଲିବା ପାଇଁ ଯୋଜନା ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ ରହିଛନ୍ତି । ମୋଦି ଜି-୭ ବୈଠକରେ ଅଂଶଗ୍ରହଣ କରିବେ । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଜି -7 ଶିଖର ସମ୍ମିଳନୀ ପାଇଁ ଜାପାନ ଗସ୍ତ ସମୟରେ ମୁଁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବାର ସୁଯୋଗ ପାଇଛି । ଏଥିପାଇଁ ମୁଁ ଜାପାନ ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ସମସ୍ତ ବିଶ୍ବବାସୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଅନୁସରଣ କରି ବିଶ୍ୱ କଲ୍ୟାଣର ମାର୍ଗରେ ଆଗକୁ ବଢିବା ଦରକାର । ଏହା ହିଁ ଜାତିର ପିତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।"

ଏହା ମଧ୍ୟ ପଢନ୍ତୁ: G7 Summit: ଜାପାନରେ ପହଞ୍ଚିଲେ ମୋଦି, ଜେଲେନସ୍କିଙ୍କ ସହ ହୋଇପାରେ ଦ୍ବିପାକ୍ଷିକ ଆଲୋଚନା

ସେ ଆହୁରି ମଧ୍ୟ କହିଛନ୍ତି, ଏଠାରେ ସ୍ଥାପିତ ବାପୁଙ୍କ ପ୍ରତିମୂର୍ତ୍ତି ଅହିଂସା ପଥରେ ଆଗକୁ ବଢିବା ପାଇଁ ଲୋକଙ୍କୁ ପ୍ରେରଣା ଦେବ । ତେବେ ମୋତେ ବେଶି ଖୁସି ଲାଗୁଛି ଯେ, ଯେତେବେଳେ ଜାପାନର ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିଥିଲେ, ସେତେବେଳେ ମୁଁ ତାଙ୍କୁ ଏକ ଗଛ ଦେଇଥିଲି । ସେ ଆଜି ମୋତେ କହିଲେ ଯେ ମୁଁ ସେହି ଗଛକୁ ହିରୋସୀମାର ବଗିଚାରେ ଲଗାଇଛି । ଫଳରେ ହିରୋସୀମାକୁ ଆସୁଥିବା ଲୋକେ ବୃକ୍ଷ ଏବଂ ଶାନ୍ତିର ମହତ୍ତ୍ବକୁ ବୁଝି ପାରିବେ । ମୁଁ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ବାପୁଙ୍କ ପ୍ରତିମାକୁ ଏଠାରେ ସ୍ଥାନ ଦେଇଥିବାରୁ ମୁଁ ଜାପାନର ମେୟର, କାଉନିସିଲର, ଜାପାନର ପ୍ରଶାସନକୁ ଧନ୍ୟବାଦ ଦେଉଛି ।" ଆଜିକା ସମୟରେ ମଧ୍ୟ ଲୋକମାନେ ହିରୋସୀମାଙ୍କ ନାମ ଶୁଣି ଭୟଭୀତ ହୋଇପଡନ୍ତି । ଆଜି ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦରେ ପୀଡିତ ହୋଇଛି । ଏହି ସମସ୍ୟାର ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ହିରୋସୀମା ମେୟର ମାଟସୁଇ କାଜୁମି କହିଛନ୍ତି, "ମହାତ୍ମା ଗାନ୍ଧୀ ଜଣେ ସମ୍ମାନିତ ବ୍ୟକ୍ତି ଯିଏ ତାଙ୍କ ଜୀବନ ସାରା ଅହିଂସା ନୀତିକୁ ଗ୍ରହଣ କରିଥିଲେ । ଆମର ଇଚ୍ଛା ମହାତ୍ମା ଗାନ୍ଧୀଙ୍କ ନୀତି ସହିତ ମେଳ ଖାଉଛି, ଏହା ହିଁ ତାଙ୍କର ଏହି ପ୍ରତିମୂର୍ତ୍ତି ଆମ ସହରରେ ରଖାଯିବା କାରଣ ।’’

ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଦିନ ୬ ଦିନିଆ ଗସ୍ତରେ ଯାଇଛନ୍ତି । ଏହି ସମୟରେ ସେ ଜାପାନରେ ଅନୁଷ୍ଠିତ ଜି-7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏହା ପରେ ସେ ପାପୁଆ ନ୍ୟୁ ଗିନି ଗସ୍ତରେ ଯିବେ ଯେଉଁଠାରେ ଫିଜିର ପ୍ରଧାନମନ୍ତ୍ରୀ ରୋବୁକାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଗସ୍ତ ଶେଷରେ କ୍ୱାଡ ସମ୍ମିଳନୀରେ ଯୋଗଦେବାକୁ ଅଷ୍ଟ୍ରେଲିଆ ଯିବେ । କାର୍ଯ୍ୟସୂଚୀ ଅନୁଯାୟୀ ସେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଲବାନିଜଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 20, 2023, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.