ନୂଆଦିଲ୍ଲୀ: ଭାରତ ଗସ୍ତରେ ତାଞ୍ଜାନିଆର ରାଷ୍ଟ୍ରପତି ସମିଆ ସୁଲୁହୁ ହସାନ । ରବିବାର ଭାରତରେ ପହଞ୍ଚିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷା କରିଛନ୍ତି ତାଞ୍ଜାନିଆର ରାଷ୍ଟ୍ରପତି । ଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି। ବୈଠକରେ ତାଞ୍ଜାନିଆର ଓ ଭାରତ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଆଲୋଚନା ହେବାସହ ଅନେକ ଗୁଡିକ ଚୁକ୍ତି ମଧ୍ୟ ସ୍ବାକ୍ଷର ହେବ।
ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ନିମନ୍ତ୍ରଣ କ୍ରମ ତାଞ୍ଜାନିଆର ରାଷ୍ଟ୍ରପତିଙ୍କୁ ରବିବାର ଦିନ ଦିଲ୍ଲୀ ବିମାନବନ୍ଦରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ତାଙ୍କୁ ସ୍ବାଗତ କରିଥିଲେ । ଆଜି ରାଷ୍ଟ୍ରପତି ସମିଆ ସୁଲୁହୁ ହସାନ ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ଭାବେ ସ୍ବାଗତ କରାଯାଇଥିଲା । ଏହା ପୂର୍ବରୁ ସମିଆ ସୁଲୁହୁ ହସାନ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଶଂସା କରିଥିଲେ। ତାଙ୍କର ଏହି ଗସ୍ତ ଭାରତ ଓ ତାଞ୍ଜାନିଆ ମଧ୍ୟରେ ରାଜନୈତିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହଯୋଗର ନୂଆ ରାସ୍ତା ଫିଟିବ ବୋଲି କହିଛନ୍ତି ତାଞ୍ଜାନିଆର ରାଷ୍ଟ୍ରପତି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ସମିଆ ସୁଲୁହୁଙ୍କ ପାଇଁ ଏକ ରାଜକୀୟ ଭୋଜନର ଆୟୋଜନ ମଧ୍ୟ କରିଛନ୍ତି।
ଏହା ମଧ୍ୟ ପଢନ୍ତୁ-8 ବର୍ଷ ପରେ ଭାରତ ଆସିବେ ତାଞ୍ଜାନିଆ ରାଷ୍ଟ୍ରପତି, 2 ଦେଶ ମଧ୍ୟରେ ହେବ ଦ୍ୱିପାକ୍ଷିକ ଆଲୋଚନା
ରବିବାର ଭାରତରେ ପହଞ୍ଚିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିଥିଲେ ତାଞ୍ଜାନିଆର ରାଷ୍ଟ୍ରପତି । ଏହାପରେ ଏକ ବୈଠରେ ଆଫ୍ରିକୀୟ ୟୁନିଅନକୁ ଜି-20 ରେ ସ୍ଥାୟୀ ସଦସ୍ୟ ଭାବରେ ସାମିଲ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ ସମିଆ ସୁଲୁହୁ । ଦୀର୍ଘ 8 ବର୍ଷ ପରେ ଭାରତ ଗସ୍ତରେ ଆସିଛନ୍ତି ତାଞ୍ଜାନିଆର ରାଷ୍ଟ୍ରପତି ।
ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସରେ ଭେଟିଛନ୍ତି ସମିଆ ସୁଲୁହୁ ହସାନ । ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ 2 ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଛି ଓ କିଛି ଏମଓୟୁରେ ସ୍ବାକ୍ଷର କରାଯିବା ନେଇ ମଧ୍ୟ ସୂଚନା ରହିଛି । ଆସନ୍ତାକାଲି ଗସ୍ତର ତୃତୀୟ ଦିନରେ ନୂଆଦିଲ୍ଲୀରେ ଆୟୋଜିତ ଏକ ନିବେଶ ଓ ବାଣିଜ୍ୟିକ କାର୍ଯ୍ୟକ୍ରମରେ ଯୋଗ ଦେବେ ସମିଆ ସୁଲୁହୁ ହସାନ । ଏହାପରେ ଅକ୍ଟୋବର 11ତାରିଖରେ ସ୍ବଦେଶ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।