ETV Bharat / international

‘ସବୁ ପରିସ୍ଥିତିରେ ଭାରତ ଆପଣଙ୍କ ସହିତ ରହିଛି’ - ଜାପାନରେ ଶକ୍ତିଶାଳୀ ଭୂକମ୍ପ

PM Modi Letter to Japan PM: ଗତ ଜାନୁଆରୀ 1 ତାରିଖରେ ଜାପାନରେ ହୋଇଥିବା ଭୂକମ୍ପ କ୍ଷୟକ୍ଷତିକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ସହଯୋଗୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କହିଲେ ପୁରା ଭାରତ ଆପଣଙ୍କ ସାଥିରେ ରହିଛି। ଅଧିକ ପଢନ୍ତୁ

PM Modi Letter to Japan PM
PM Modi Letter to Japan PM
author img

By ETV Bharat Odisha Team

Published : Jan 5, 2024, 8:58 PM IST

ହାଇଦ୍ରାବାଦ: ଜାପାନରେ ଶକ୍ତିଶାଳୀ ଭୂକମ୍ପ ଘଟଣା। ଦୁଃଖ ପ୍ରକାଶ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ସମକକ୍ଷ ପ୍ରଧାନମନ୍ତ୍ରୀ ଅର୍ଥାତ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କୁ ଚିଠି ଲେଖି ଦୁଃଖ ପ୍ରକାଶ କରିବା ସହିତ ସମଗ୍ର ଭାରତ ଆପଣଙ୍କ ସହିତ ରହିଛି ବୋଲି ଆଶ୍ବାସନା ଦେଇଛନ୍ତି।

ମୋଦି ଚିଠିରେ ଉଲ୍ଲେଖ କରି କହିଛନ୍ତି, "ଗତ ଜାନୁଆରୀ 1 ତାରିଖରେ ଜାପାନରେ ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ନେଇ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ଚିନ୍ତିତ। ଭୂକମ୍ପରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି। ଭାରତ ଜାପାନ ସହିତ ଏକ ସ୍ୱତନ୍ତ୍ର ରଣନୀତିକ ତଥା ବିଶ୍ୱସ୍ତରୀୟ ଅଂଶୀଦାର ଭାବରେ ସାଥିରେ ରହିଛି। ସବୁ ପ୍ରକାର ପରିସ୍ଥିତିରେ ସହାୟତା ଯୋଗାଇବା ପାଇଁ ଭାରତ ସବୁ ସମୟରେ ପ୍ରସ୍ତୁତ ହୋଇ ରହିଛି।"

ଭୂକମ୍ପରେ 92ଜଣଙ୍କ ମୃତ୍ୟୁ: ଜାପାନର ଏକ ନ୍ୟୁଜ ଏଜେନ୍ସିର ତଥ୍ୟ ଅନୁସାରେ, ଜାପାନରେ ପ୍ରକୃତିର କୋପ ଅର୍ଥାତ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 92କୁ ବୃଦ୍ଧି ପାଇଛି। ଏହାସହ ବର୍ତ୍ତମାନ ସୁଦ୍ଧା 240ରୁ ଅଧିକ ବ୍ୟକ୍ତି ନିଖୋଜ ରହିଛନ୍ତି। ଭୂକମ୍ପ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଭାଗ ନେଇଥିବା ଆତ୍ମରକ୍ଷା ବାହିନୀର କର୍ମଚାରୀଙ୍କ ସଂଖ୍ୟା 4 ହଜାର 600କୁ ବୃଦ୍ଧି ପାଇଛି।

ଏହା ମଧ୍ୟ ପଢନ୍ତୁ: ଜାପାନରେ ଶକ୍ତିଶାଳୀ ଭୂକମ୍ପ, ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି

ନୂଆ ବର୍ଷରେ ଦୋହଲି ଥିଲା ଜାପାନ ମାଟି: ଗତ ଜାନୁଆରୀ 1 ତାରିଖ ଅର୍ଥାତ ସୋମବାର ପୂର୍ବାହ୍ନରେ ନୋଟେ ଦ୍ୱୀପାଞ୍ଚଳର ଇସିକାଓ୍ବାରେ 7.6 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା 10 କିଲୋମିଟର ରହିଥିବା ନେଇ ଆମେରିକା ଭୂତତ୍ତ୍ବ ସର୍ବେକ୍ଷଣ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାପରେ ସୁନାମି ଆଲର୍ଟ ଜାରି କରାଯାଇଥିଲେ ମଧ୍ୟ କ୍ଷୟକ୍ଷତି ଘଟିଛି । ଭୂକମ୍ପ ପରେ ବିଲ୍ଡିଂ ଭୁଶୁଡିବା ସହ, ଅଗ୍ନିକାଣ୍ଡ ଘଟିଥିଲା ।

ଦେଶର କେନ୍ଦ୍ରୀୟ ସହର ୱାଜିମାଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା ଏବଂ ଏହି ଅଗ୍ନିକାଣ୍ଡରେ 100ରୁ ଅଧିକ ଦୋକାନ ଓ ଘର ଜଳି ପୋଡି ପାଉଁଶ ହୋଇଯାଇଥିଲା । 1.2 ମିଟର ଉଚ୍ଚର ଢେଉ ସ୍ଥଳ ଭାଗ ଆଡକୁ ମାଡି ଆସିଥିଲା। କେବଳ ଜାପାନରେ ସୁନାମି ଆଲର୍ଟ ନୁହଁ ବରଂ ଋଷିଆ ଓ ଉତ୍ତର କୋରିଆରେ ମଧ୍ୟ ସୁନାମି ପାଇଁ ଆଲର୍ଟ ଜାରି କରାଯାଇଥିଲା। ତେବେ ଭୂକମ୍ପ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜାପାନକୁ ସହାୟତ ଯୋଗାଇବାକୁ ଏକ ବିବୃତ୍ତି ଜାରି କରି ସୂଚନା ଦେଇଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମଧ୍ୟ ସହଯୋଗୀଙ୍କୁ ଚିଠି ଲେଖି ଦୁଃଖ ପ୍ରକାଶ କରିବା ସହିତ ଆଶ୍ବାସନା ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.