ETV Bharat / international

Russia-Ukraine War: ମୋଦି ଚାହିଁଲେ ଯୁଦ୍ଧ ବନ୍ଦ ହୋଇପାରିବ କହିଲା ଆମେରିକା

author img

By

Published : Feb 11, 2023, 3:51 PM IST

ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ମୋଦି ହିଁ ରୋକିପାରିବେ । ସେ ଚାହିଁଲେ ହିଁ ପୁଟିନ ବୁଝିବେ କହିଲା ଆମେରିକା । ଅଧିକ ପଢନ୍ତୁ

Russia Ukraine War
Russia Ukraine War

ଓ୍ବାଶିଂଟନ: ଗତ ବର୍ଷ ଫେବୃଆରୀ ମାସରୁ ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଲଢେଇ । ୟୁକ୍ରେନର ପ୍ରାୟ ସବୁ ସହରକୁ ଧ୍ବଂସ କରିସାରିଛି ଋଷ । ବାରାମ୍ବାର ମିଶାଇଲ , ରକେଟ ଏବଂ ଡ୍ରେନ ମାଡରେ ୟୁକ୍ରେନର ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ସହର ଧ୍ବସଂ ହୋଇଛି । ତେବେ ଏହାରି ଭିତରେ ହ୍ବାଇଟ ହାଉସର ପରାମର୍ଶଦାତାଙ୍କ ଭିଡିଓ ବାର୍ତ୍ତା ଚର୍ଚ୍ଚା ପରିସରକୁ ଆସିଛି । ହ୍ବାଇଟ ହାଉସର ପରାମର୍ଶଦାତା ଜନ କିର୍ବି କହିଛନ୍ତି, ମୋଦି ଚାହିଁଲେ ଯୁଦ୍ଧ ବନ୍ଦ କରିବା ପାଇଁ ପୁଟିନ ସହ କଥା ହୋଇପାରିବେ । ସେ ବୁଝାଇଲେ ପୁଟିନ ବୁଝିଯିବେ ।

  • #WATCH | I'll let the PM speak to whatever efforts he's willing to undertake. US would welcome any effort that could lead to an end of hostilities in Ukraine: John Kirby on being asked if there is still time for PM Modi to stop the war or convince President Putin

    (Source: WH) pic.twitter.com/6BOiR3VKea

    — ANI (@ANI) February 10, 2023 " class="align-text-top noRightClick twitterSection" data=" ">

ଶୁକ୍ରବାର ଦିନ ଜନ କିର୍ବି କହିଛନ୍ତି, "ଯୁଦ୍ଧକୁ ବନ୍ଦ କରିବା ପାଇଁ ଯଦି କୌଣସି ପନ୍ଥା ଆପଣାଯାଏ ତାହେଲେ ଆମେରିକା ତାହାକୁ ସ୍ବାଗତ କରିବ । ଭାରତର ପ୍ରଧାନମନ୍ତ୍ରୀ ମୋଦି ଚାହିଁଲେ ଯୁଦ୍ଧର ଅବସାନ ହୋଇପାରିବ । ସେ ଚାହିଁଲେ ପୁଟିନଙ୍କ ସହ ଆଲୋଚନା କରି ଯୁଦ୍ଧ ରୋକିପାରିବେ । ଯୁଦ୍ଧକୁ ବର୍ଷେ ବିତିସାରିଥିଲେ ସୁଦ୍ଧା ବନ୍ଦ ହେବାର ନାଁ ନେଉନାହିଁ । ଏହାରି ଭିତରେ ଅନେକ ବିଳମ୍ବ ହୋଇସାରିଥିଲେ ମଧ୍ୟ ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରୁଛି ସେ ଏଥିରେ ହସ୍ତକ୍ଷେପ କରି ପୁଟିନଙ୍କ ସହ ଆଲୋଚନା କରନ୍ତୁ । ଏଭଳି ପ୍ରୟାସକୁ ଆମେରିକା ସମର୍ଥନ କରିବ ।"

ଏହା ମଧ୍ୟ ପଢନ୍ତୁ: Russia-Ukraine War: ଥମୁନି ଯୁଦ୍ଧ, ଘଣ୍ଟାଏ ଭିତରେ ଘନ ଘନ ମିଶାଇଲା ମାଡ କଲା ଋଷ

ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ଭାବୁଛି ଯୁଦ୍ଧକୁ ରୋକିବା ପାଇଁ ପୁଟିନ ପାଖରେ ଆହୁରି ସମୟ ଅଛି । ମୋଦି ପୁଟିନଙ୍କୁ ବୁଝାଇପାରିବେ । ଯଦି ଏଭଳି ହୁଏ ଆମେରିକା ଭାରତର ଏହି ପ୍ରୟାସକୁ ପ୍ରଶଂସା କରିବ । ଆମେ ଭାବୁଛୁ ଯୁଦ୍ଧ ଆଜି ହିଁ ବନ୍ଦ ହୋଇଯିବା ଉଚିତ । ଏହି ଯୁଦ୍ଧ ପାଇଁ କେବଳ ପୁଟିନ ହିଁ ଦାୟୀ । ପୁଟିନଙ୍କ ଯେଉଁ ବାରମ୍ବାର କ୍ଷେପଣାସ୍ତ୍ର, ରକେଟ ମାଡ କରୁଛନ୍ତି ସେଥିରେ ୟୁକ୍ରେନବାସୀ ଅଧିକା କଷ୍ଟ ପାଉଛନ୍ତି । ବିନା ବିଜୁଳିରେ ବଞ୍ଚିବା କେତେ କଷ୍ଟା ତାହା କେବଳ ୟୁକ୍ରେନବାସୀ କହିପାରିବେ ।"

ଋଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କୁ ମସ୍କୋଠାରେ ଭାରତର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭେଟିବାର ଗୋଟିଏ ଦିନ ପରେ ହାଇଟ ହାଉସର ପରାମର୍ଶଦାତା ଏହି ବୟାନ ଦେଇଛନ୍ତି । ତେବେ କହିରଖୁଛୁ ଯେ, ଋଷ- ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଆଗରୁ ଅନେକବାର ପ୍ରଧାନମନ୍ତ୍ରୀ ମୋଦି ଋଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ ଏବଂ ଜେଲେନକ୍ସିଙ୍କ ସହ ଆଲୋଚନା କରିଛନ୍ତି । ତେବେ ମୋଦି ଚାହିଁଲେ ବର୍ତ୍ତମାନ ଯୁଦ୍ଧା ବନ୍ଦ ହୋଇପାରିବ ବୋଲି ହ୍ବାଇଟ ହାଉସର ପରାମର୍ଶଦାତା ଜନ କିର୍ବି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.