ETV Bharat / international

ଜି20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଖାଦ୍ୟ ଓ ଉର୍ଜା ପ୍ରସଙ୍ଗରେ ଆଲୋଚନା

author img

By

Published : Nov 15, 2022, 9:21 AM IST

Updated : Nov 15, 2022, 9:47 AM IST

ଇଣ୍ଡୋନେସିଆର ବାଲିରେ 17ତମ ଜି20 ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ସମୟ 7ଟାରୁ ଆରମ୍ଭ ହୋଇଛି ସମ୍ମିଳନୀ । ଖାଦ୍ୟ ଓ ଉର୍ଜା ପ୍ରସଙ୍ଗରେ ଆଲୋଚନା ଚକ୍ରରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଜି 20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଖାଦ୍ୟ ଓ ଉର୍ଜା ପ୍ରସଙ୍ଗରେ ଆଲୋଚନା

ଜାକାର୍ତ୍ତା: ଇଣ୍ଡୋନେସିଆର ବାଲିରେ 17ତମ ଜି 20 ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ସମୟ 7ଟାରୁ ଆରମ୍ଭ ହୋଇଛି ସମ୍ମିଳନୀ । ଖାଦ୍ୟ ଓ ଉର୍ଜା ପ୍ରସଙ୍ଗରେ ଆଲୋଚନା ଚକ୍ରରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ । ପରେ ପୂର୍ବାହ୍ନ 11ଟାରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଭାଗ ନେବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ୪୫ ଘଣ୍ଟାର ରହଣୀ କାଳରେ ୨୦ରୁ ଅଧିକ କାର୍ଯ୍ୟକ୍ରମ ରହିଛି ସେସନ । 10 ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

  • PM Modi attends #G20Indonesia Working Session on food & energy security.

    In his intervention, he underlined the criticality of resilient supply chains for food, fertilizers & energy, the need for affordable finance for a smooth energy transition for the Global South: MEA pic.twitter.com/GhHvGFxBZ8

    — ANI (@ANI) November 15, 2022 " class="align-text-top noRightClick twitterSection" data=" ">

ଖାଦ୍ୟ ଓ ଉର୍ଜା ପ୍ରସଙ୍ଗରେ ଆଲୋଚନା ଚକ୍ରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ''ବିଶ୍ବର ଅଭିବୃଦ୍ଧି ପାଇଁ ଭାରତର ଶକ୍ତି-ସୁରକ୍ଷା ଗୁରୁତ୍ବପୂର୍ଣ୍ଣ । ଏହା ହେଉଛି ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି । ଶକ୍ତି ଯୋଗାଣରେ କୌଣସି ପ୍ରତିବନ୍ଧକକୁ ପ୍ରୋତ୍ସାହିତ କରିବା ଉଚିତ ନୁହେଁ ଏବଂ ଶକ୍ତି ବଜାରରେ ସ୍ଥିରତା ନିଶ୍ଚିତ ହେବା ଉଚିତ୍ । ସ୍ବଚ୍ଛ ଶକ୍ତି ଏବଂ ପରିବେଶ ପାଇଁ ଭାରତ ପ୍ରତିବଦ୍ଧ ।''

ସେ ଆହୁରି କହିଛନ୍ତି, ''2030 ସୁଦ୍ଧା, ଆମର ଅଧା ବିଦ୍ୟୁତ୍ ଅକ୍ଷୟ ଉତ୍ସରୁ ଉତ୍ପନ୍ନ ହେବ । ଅନ୍ତର୍ଭୂକ୍ତ ଶକ୍ତି ପରିବର୍ତ୍ତନ ପାଇଁ ବିକାଶଶୀଳ ଦେଶମାନଙ୍କୁ ସମୟ ସୀମା ଏବଂ ସୁଲଭ ଅର୍ଥ ଏବଂ ନିରନ୍ତର ଟେକ୍ନୋଲୋଜି ଯୋଗାଣ ଜରୁରୀ ।'' ଖାଦ୍ୟ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଆଜିର ସାର ଅଭାବ ହେଉଛି ଆସନ୍ତାକାଲିର ଖାଦ୍ୟ ସଙ୍କଟ । ଉଭୟ ଖତ ଏବଂ ଖାଦ୍ୟ ଶସ୍ୟର ଯୋଗାଣ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ଆମେ ଏକ ପାରସ୍ପରିକ ଚୁକ୍ତି ଗଠନ କରିବା ଉଚିତ । ଭାରତରେ ନିରନ୍ତର ଖାଦ୍ୟ ନିରାପତ୍ତା ପାଇଁ, ଆମେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରୁଛୁ ଏବଂ ମାଣ୍ଡିଆ ପରି ପୁଷ୍ଟିକର ଏବଂ ପାରମ୍ପରିକ ଖାଦ୍ୟଶସ୍ୟକୁ ଲୋକପ୍ରିୟ କରୁଛୁ । ମାଣ୍ଡିଆ ପୁଷ୍ଟିହୀନତା ଏବଂ କ୍ଷୁଧା ସମସ୍ୟାର ସମାଧାନ କରିପାରିବ । ଆସନ୍ତାବର୍ଷ ଆମେ ଅନ୍ତର୍ଜାତୀୟ ମିଲେଟ ଦିବସ ପାଳନ କରିବା ଜରୁରୀ ।''

ଏହା ବି ପଢନ୍ତୁ...ପ୍ରସାର ଭାରତୀର ସିଇଓ ହେଲେ ଗୌରବ ଦ୍ବିବେଦୀ

17ତମ ଜି-20 ସମ୍ମଳନୀରେ ଯୋଗ ଦେବା ପାଇଁ ଇଣ୍ଡୋନେସିଆର ଅପୂର୍ବ କେମ୍ପିସକି ହୋଟଲରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡନେ, ପ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଭେଟିଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟସୂଚୀରେ ଖାଦ୍ୟ ଓ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟ ଓ ଡିଜିଟାଲ ପରିବର୍ତ୍ତନ ସମ୍ପର୍କିତ ତିନିଟି କାର୍ଯ୍ୟ ଅଧିବେଶନ ଆୟୋଜିତ ହେବ । ଏଥିସହ ବିଶ୍ୱ ଅର୍ଥନୀତି, ପରିବେଶ ସହ ୟୁକ୍ରେନ୍-ରୁଷ ଯୁଦ୍ଧ ଆଦି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଜି-ଟ୍ୱେଣ୍ଟି ବୈଠକରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ପ୍ରମୁଖ ରାଷ୍ଟ୍ର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ । ଏଥିସହିତ ସେଠାକାର ଭାରତୀୟ ସମୁଦାୟଙ୍କୁ ଭେଟି ଉଦବୋଧନ ମଧ୍ୟ ଦେବେ ମୋଦି ।

2023 ବର୍ଷ ପାଇଁ ଏହି ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରିବ । ଏହି ସମ୍ମିଳନୀ ପାଇଁ ଭାରତ ପକ୍ଷରୁ 'ବସୁଧୈବ କୁଟୁମ୍ବୁକମ' ପରିକଳ୍ପନାର ସ୍ଲୋଗାନ ଦିଆଯାଇଛି । ବର୍ତ୍ତମାନ ୟୁକ୍ରେନ-ଋଷ ଯୁଦ୍ଧ ସମେତ ଚୀନ-ତାଇୱାନ ବିବାଦ, ଉତ୍ତର କୋରିଆ ସମସ୍ୟା ଭଳି ବିଭିନ୍ନ କାରଣକୁ ସମସ୍ୟା ରହିଛି । ଏହି ସବୁ ପ୍ରସଙ୍ଗରେ ଆଲୋଚନା ହେବ । ନିକଟରେ ନଭେମ୍ବର 8 ତାରିଖରେ ଜି-20 ସମ୍ମିଳନୀ ପାଇଁ ଲୋଗୋ ଓ ଥିମ ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ଥରର ବିଷୟବସ୍ତୁ (ଥିମ) ରଖାଯାଇଛି ଏକ ବିଶ୍ବ, ଏକ ପରିବାର, ଏକ ଭବିଷ୍ୟତ (One earth, one family, one future) । ସେହିପରି ଲୋଗୋରେ ହିନ୍ଦୀରେ ‘ବସୁଧୈବ କୁଟୁମ୍ବକମ୍’ ବୋଲି ମଧ୍ୟ ଲେଖାଯାଇଛି ।

Last Updated : Nov 15, 2022, 9:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.