ETV Bharat / international

ମାକ୍ରନ-ମୋଦି ଭେଟଘାଟ, ଏକ ଫଳପ୍ରଦ ସାକ୍ଷାତ କହିଲେ ମୋଦି

3 ଦିନିଆ ବିଦେଶ ଗସ୍ତର ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ନବନିର୍ବାଚିତ ଇମାନୁଏଲ ମାକ୍ରନଙ୍କୁ ଭେଟିଥିଲେ । ଡେନମାର୍କରେ କାର୍ଯ୍ୟକ୍ରମ ସାରି ପ୍ୟାରିସ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ମୋଦି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌ଙ୍କୁ ଭେଟିବା ପରେ ଦୁଇ ନେତା ଦ୍ବିପାକ୍ଷିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଅଧିକ ପଢନ୍ତୁ

author img

By

Published : May 5, 2022, 8:49 AM IST

PM Meets French President Macron In Paris

ପ୍ୟାରିସ: 3 ଦିନିଆ ବିଦେଶ ଗସ୍ତର ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ନବନିର୍ବାଚିତ ଇମାନୁଏଲ ମାକ୍ରନଙ୍କୁ ଭେଟିଥିଲେ । ଡେନମାର୍କରେ କାର୍ଯ୍ୟକ୍ରମ ସାରି ପ୍ୟାରିସ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ମୋଦି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ଭେଟିବା ପରେ ଦୁଇ ନେତା ଦ୍ବିପାକ୍ଷିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଫ୍ରାନ୍ସ ଭାରତର ସବୁଠୁ ବଡ ସହଯୋଗୀ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ-ଫ୍ରାନ୍ସ ରଣନୀତି ଭାଗିଦାରୀର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଏକ ଉଚ୍ଚାଭିଳାଷୀ ଏଜେଣ୍ଡା ଉପରେ ସହମତି ପ୍ରକାଶ କରିବା ସହିତ ଏହା ଏକ ଫଳପ୍ରଦ ସାକ୍ଷାତ ବୋଲି କହିଛନ୍ତି ମୋଦି ।

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫ୍ରାନ୍ସ ମଧସ୍ଥତା ଭୂମିକା ନେଉଥିବାବେଳେ ଦୁଇନେତାଙ୍କ ମଧ୍ୟରେ ଏହି ସାକ୍ଷାତ ଗୁରୁତ୍ବ ବହନ କରିଛି । ଏହା ଉପରେ ନୂଆଦିଲ୍ଲୀ ନିରପେକ୍ଷ କୂଟନୀତି ଉପରେ ରାଷ୍ଟ୍ରଗୁଡିକର ନଜର ରହିଛି । ଟ୍ବିଟ କରି ମୋଦି କହିଛନ୍ତି, ମୁଁ ମୋର ବନ୍ଧୁ ତଥା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଭେଟି ବେଶ ଖୁସି । ଦ୍ବିପାକ୍ଷିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗ ବିଷୟରେ ଆମେ ଦୀର୍ଘ ସମୟ କଥା ହୋଇଛୁ । ବିଭିନ୍ନ ପ୍ରସଙ୍ଗରେ ଆମର ସହଭାଗିତା ସହ ଭାରତ ଏବଂ ଫ୍ରାନ୍ସ ବିକାଶର ବଡ ସହଯୋଗୀ ବୋଲି କହିଛନ୍ତି ମୋଦି । ଦୁଇନେତା ପରସ୍ପରକୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି ।

  • My visit to France was brief but a very fruitful one. President @EmmanuelMacron and I got the opportunity to discuss various subjects. I thank him and the French Government for the warm hospitality. pic.twitter.com/pJCCvpvjao

    — Narendra Modi (@narendramodi) May 4, 2022 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନି ଦିନିଆ ୟୁରୋପ ଗସ୍ତ ଶେଷ ହୋଇଛି । ଗସ୍ତର ଦ୍ବିତୀୟ ଦିନରେ ଡେନମାର୍କରେ ଆୟୋଜିତ ଭାରତ-ନର୍ଡିକ ସମ୍ମିଳନୀରେ ଯୋଗ ଦେଇଥିଲେ ମୋଦି । ଏହା ପରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କୁ ଭେଟି ତାଙ୍କୁ ସହ ଦେଶର ବିକାଶ ପ୍ରସଙ୍ଗରେ ଆଲୋଚନା କରିଥିଲେ ପିଏମ ମୋଦି । ଆଜି ସ୍ବଦେଶ ଫେରିବେ ପ୍ରଧାନମନ୍ତ୍ରୀ ।

  • Landed in Paris. France is one of India’s strongest partners, with our nations cooperating in diverse areas. 🇮🇳 🇫🇷 pic.twitter.com/NCxsFFOgjX

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.