ETV Bharat / international

ଆମେରିକାରେ ବିମାନ ଆକ୍ରମଣ ଆତଙ୍କ ! ମିସିସିପି ସହର ଉପରେ ଚକ୍କର କାଟୁଛି ବିମାନ, ଖାଲି ହେଲା ଓ୍ୱାଲମାର୍ଟ ଷ୍ଟୋର - ଓ୍ବାଲମାର୍ଟରେ ବିମାନ ମାଡ କରିବାକୁ ପାଇଲଟଙ୍କ ଧମକ

ଆମେରିକାର ଓ୍ବାଲମାର୍ଟରେ ବିମାନ ମାଡ କରିବାକୁ ପାଇଲଟଙ୍କ ଧମକ (Pilot threatening to crash plane )। ସହରରେ ଚକ୍କର କାଟୁଛି ବିମାନ । ହାଇଆଲର୍ଟ ଜାରି । ଓ୍ବାଲମାର୍ଟ ଖାଲି କରି ଏମରଜେନ୍ସି ଘୋଷଣା କଲା ପୋଲିସ । ଅଧିକ ପଢନ୍ତୁ

ଓ୍ବାଲମାର୍ଟରେ ବିମାନ ମାଡ କରିବାକୁ ପାଇଲଟଙ୍କ ଧମକ: ସହର ଉପରେ ଚକ୍କର କାଟୁଛି ବିମାନ, ହାଇଆଲର୍ଟ ଜାରି

author img

By

Published : Sep 3, 2022, 8:18 PM IST

ଓ୍ବାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାକୁ ପୁଣି 2001 ବିଶ୍ବ ବାଣିଜ୍ୟ କେନ୍ଦ୍ର ଆକ୍ରମଣ ପରି ଧମକ । ଏଥର କିନ୍ତୁ କୌଣସି ଆତଙ୍କବାଦୀ ସଂଗଠନ ନୁହେଁ ବରଂ ଜଣେ ପାଇଲଟ ଏପରି କିଛି କରିବା ପାଇଁ ଧମକ ଦେଇଛନ୍ତି (Pilot threatening to crash plane) । ଆଜି ସଂଧ୍ୟାରେ ଏହି ପାଇଲଟ ବିମାନକୁ ଆମେରିକୀୟ ସହର ଟିପେଲୋ (Tupelo)ର ଏକ ଓ୍ବାଲମାର୍ଟରେ ମାଡ କରିବା ପାଇଁ ଧମକ ଦେଇଛନ୍ତି । ବିମାନଟି ଏବେ ସହର ଉପରେ ଚକ୍କର କାଟୁଥିବା ବେଳେ ପୋଲିସ ଓ ପ୍ରଶାସନର ନିଦ ହଜିଛି ।

ଓ୍ବାଲମାର୍ଟରେ ବିମାନ ମାଡ କରିବାକୁ ପାଇଲଟଙ୍କ ଧମକ: ସହର ଉପରେ ଚକ୍କର କାଟୁଛି ବିମାନ, ହାଇଆଲର୍ଟ ଜାରି

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ,ବିମାନ ବନ୍ଦରରୁ ବିମାନ ଟେକଅଫ କରିବା ପରେ ପାଇଲଟ ଜଣକ ଏପରି ଧମକ ଦେଇଛନ୍ତି । ଏହା ଏକ କିଙ୍ଗ ଏୟାର ଟାଇପର ବିମାନ (possibly King Air type) । ତେବେ ଏହା ସହର ଉପରେ ଚକ୍କର କାଟୁଛି । ବିମାନରେ କେତେ ଜଣ ପାଇଲଟ ଅଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ । ବିମାନ ସମ୍ପର୍କରେ ବୈଷୟିକ ସୂଚନା ହାସଲ କରିବା ପାଇଁ ଲଗାତାର ପ୍ରାୟସ ଜାରି ରହିଛି ।

  • ଆମେରିକାରେ ପୁଣି ବିମାନ ଆକ୍ରମଣ ଆତଙ୍କ
  • ଆମେରିକାର ମିସିସିପିରେ ବିମାନ ଅପହରଣ ଖବର
  • ବିମାନ ହାଇଜ୍ୟାକ୍ କରିଥିବା ପାଇଲଟ ସପିଂ ସେଣ୍ଟରରେ ବିମାନକୁ ମାଡ କରିବାକୁ ଦେଲା ଧମକ
  • ଆମେରିକା ଟୁପେଲୋ ଏୟାର ପୋର୍ଟ କର୍ମଚାରୀଙ୍କ ହାତ ଥିବା ପୋଲିସର ସୂଚନା
  • ଏପଟେ ଖାଲି ହେଲା ଓ୍ୱାଲମାର୍ଟ ଷ୍ଟୋର

ଏପଟେ ସମ୍ଭାବ୍ୟ ଆକ୍ରମଣକୁ ଦେଖି ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି । ଓ୍ବାଲମାର୍ଟରେ ବିମାନ ମାଡ ହେବା ନେଇ ଧମକ ଥିବାରୁ ସମ୍ପୂର୍ଣ୍ଣ ଓ୍ବାଲମାର୍ଟକୁ ଖାଲି କରାଯାଇଛି । ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ବିମାନର ଗତିବିଧି ଉପରେ ସ୍ଥାନୀୟ ଏୟାର ଟ୍ରାଫିକ କଣ୍ଟ୍ରୋଲ ପକ୍ଷରୁ ତୀକ୍ଷ୍ଣ ନଜର ରଖିାଯାଇଛି । ସ୍ଥାନୀୟ ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଇଛି । ଯେପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ସମସ୍ତ କ୍ଲିୟରାନ୍ସ ପ୍ରଦାନ ନକରିଛି ଉକ୍ତ ସ୍ଥାନକୁ ନଯିବା ପାଇଁ ସହରବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲଗାତାର ବିମାନର ପାଇଲଟଙ୍କ ସହ ଯୋଗଯୋଗ ମଧ୍ୟ କରିବାକୁ ଚେଷ୍ଟା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.