ETV Bharat / international

Sudan Fighting: ସୁଦାନରେ ଘମାସାନ ଲଢେଇ ଜାରି, ଏୟାରଷ୍ଟ୍ରାଇକରେ 22 ମୃତ

author img

By

Published : Jul 9, 2023, 8:57 AM IST

ସୁଦାନ ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ । ଏୟାରଷ୍ଟ୍ରାଇକରେ 22 ମୃତ । ଅଧିକ ପଢନ୍ତୁ

people were killed in an airstrike
people were killed in an airstrike

ଖାର୍ତ୍ତୋମ: ଅଶାନ୍ତ ମଧ୍ୟ ଆଫ୍ରିକୀୟ ଦେଶ ସୁଦାନ । ଦେଶର ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ କ୍ରମାଗତ ଭାବେ ଜାରି ରହିଛି ଘମାସାନ ଲଢେଇ । ରାଜଧାନୀ ଖାର୍ତ୍ତୋମରେ ସଂଘର୍ଷ ଜାରି ରହିଥିବା ବେଳେ ଭୟଙ୍କର ଏୟାରଷ୍ଟ୍ରାଇକ ଯୋଗୁଁ 22 ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ, ଶନିବାର ରାଜଧାନୀ ଖାର୍ତ୍ତୋମ ନିକଟସ୍ଥ ସହର ଓମଡୁରାମନରେ ଏୟାରଷ୍ଟ୍ରାଇକ ହୋଇଛି । ଏକାଧିକ ଲୋକ ଏଥିରେ ଆହତ ହୋଇଥିବା ବେଳେ 22 ଜଣଙ୍କର ମୃତ୍ୟୁ ହୋଇଛି । ଦେଶର ସେନା (SAF) ଓ ଅର୍ଦ୍ଧ ସାମରିକ ବାହିନୀ (RSF) ମଧ୍ୟରେ ଚାଲିଥିବା ସଂଗର୍ଷ ଯୋଗୁଁ ଏହା ଘଟିଛି । ଗତ ମାସରେ ଖାର୍ତ୍ତୋମରେ ଏୟାରଷ୍ଟ୍ରାଇକ ଯୋଗୁଁ 17 ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ 5 ଜଣ ଶିଶୁ ରହିଥିଲେ । ଅନ୍ୟପଟେ ଅର୍ଦ୍ଧ ସାମରିକ ବାହିନୀ ଏହି ଆକ୍ରମଣ ପାଇଁ ସୁଦାନ ସେନାକୁ ଦାୟୀ କରିଛି । ସୁଦାନ ସେନା ଓମଡୁରାମନରେ ଏୟାରଷ୍ଟ୍ରାଇକ କରିଛି । ଯେଉଁଥିପାଇଁ 31 ଜଣଙ୍କର ମୃତ୍ୟୁ ହୋଇଥିବା ଦାବି କରିଛି ରାପିଡ୍‌ ସପୋର୍ଟ ଫୋର୍ସ ।

ଏହା ମଧ୍ୟ ପଢନ୍ତୁ-Sudan Fighting: ଅଶାନ୍ତ ସୁଦାନଙ୍କୁ ଫେରିବ ଶାନ୍ତି, ୭ଦିନ ଯୁଦ୍ଧ ବିରତି ନେଇ ସହମତି

ଏୟାରଷ୍ଟ୍ରାଇକ ନେଇ ଓମଡୁରାମନ ବାସିନ୍ଦାଙ୍କ କହିବା ଅନୁଯାୟୀ, ସୁଦାନ ସେନା ଓ ରାପିଡ୍‌ ସପୋର୍ଟ ଫୋର୍ସ ମଧ୍ୟରୁ କିଏ ଏୟାରଷ୍ଟ୍ରାଇକ କରିଛି ତାହା ଜାଣିବା କଷ୍ଟକର । ଏହି ଅଞ୍ଚଳରେ ଅର୍ଦ୍ଧ ସାମରିକ ବାହିନୀର କର୍ମଚାରୀମାନଙ୍କ ଉପରେ ସେନା ବିମାନ ଦ୍ୱାରା ନିୟମିତ ଭାବେ ଆକ୍ରମଣ କରାଯାଉଛି । ଅର୍ଦ୍ଧ ସାମରିକ ବାହିନୀ ମଧ୍ୟ ଡ୍ରୋନ୍ ଏବଂ ବିମାନରେ ଅସ୍ତ୍ର ବ୍ୟବହାର କରି ସୁଦାନ ସେନାର ପ୍ରତିଶୋଧ ନେଉଛି । ଗତ ଜୁନ ମାସ 17 ତାରିଖ ରାତିରେ ରାଜଧାନୀ ଖାର୍ତ୍ତୋମରେ ଏୟାରଷ୍ଟ୍ରାଇକ ହୋଇଥିଲା । ଏଥିରେ 5 ଶିଶୁଙ୍କ ସମେତ 17 ଜଣଙ୍କର ମୃତ୍ୟୁ ହୋଇଛି । ଏୟାରଷ୍ଟ୍ରାଇକର କିଛି ଘଣ୍ଟା ପରେ 3 ଦିନିଆ ଯୁଦ୍ଧ ବିରତି ପାଇଁ ଘୋଷଣା ହୋଇଥିବା ସାଉଦି ଆରବର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Operation Kaveri: ଦିଲ୍ଲୀ ଫେରୁଛନ୍ତି ଆଉ 40 ଭାରତୀୟ, ସୁରକ୍ଷିତ ଫେରି ସାରିଲେଣି 2400

ପ୍ରକାଶ ଥାଉକି, ସାମରିକ ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଯୋଗୁଁ ସୁଦାନରେ ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି । ରକ୍ତ ରଞ୍ଜିତ ହେଉଛି ସୁଦାନ । ଏହି ସଂଘର୍ଷରେ ଏକାଧିକ ଲୋକ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.