ETV Bharat / international

ଗାଜାରେ ମୃତ୍ୟୁସଂଖ୍ୟା 13 ହଜାର ପାର ! ଗୁରୁତରଙ୍କ ସଂଖ୍ୟା 30 ହଜାରରୁ ଅଧିକ ଆଶଙ୍କା

ଗାଜାରେ ମୃତ୍ୟୁସଂଖ୍ୟା 13 ହଜାର ପାର । ମୃତକଙ୍କ ମଧ୍ୟରେ ସାଢେ 5 ହଜାର ଶିଶୁ ଓ ସାଢେ 3 ହଜାର ମହିଳା ଥିବା ଗାଜା କର୍ତ୍ତୃପକ୍ଷଙ୍କ ଦାବି । 30 ହଜାରରୁ ଅଧିକ ଗୁରୁତର । ତଥାପି ଗ୍ରାଉଣ୍ଡ ଅପରେସନ ବନ୍ଦ କରୁନି ଇସ୍ରାଏଲ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 20, 2023, 5:35 PM IST

ଗାଜାରେ ମୃତ୍ୟୁସଂଖ୍ୟା 13 ହଜାର ପାର ! ଆହତଙ୍କ ସଂଖ୍ୟା 30 ହଜାରରୁ ଅଧିକ ଆଶଙ୍କା

ହାଇଦ୍ରାବାଦ: ଇସ୍ରାଏଲ ସେନାର ଅପରେସନରେ ଗାଜାରେ ମୃତ୍ୟୁସଂଖ୍ୟା 13 ହଜାରରୁ ଅଧିକ ଟପିଛି । ମୃତକଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ପ୍ରାୟ ସାଢେ 5 ହଜାର ଓ ମହିଳାଙ୍କ ସଂଖ୍ୟା ସାଢେ 3 ହଜାର ଥିବା ଗାଜାର ସରକାରୀ ମିଡିଆ ଦାବି କରିଛି । ଅକ୍ଟୋବର 7 ତାରିଖରୁ ଇସ୍ରାଏଲ ଜାରି ରଖିଥିବା ଏହି ସାମରିକ ଅଭିଯାନରେ ଏବେ ସୁଦ୍ଧା ପ୍ରାୟ 30 ହଜାର ସାଧାରଣ ପାଲେଷ୍ଟାନୀୟ ଗୁରୁତର ହୋଇ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ସେହିପରି ଗାଜା ପକ୍ଷରୁ କରାଯାଇଥିବା ଦାବି ଅନୁସାରେ, ଏବେ ସୁଦ୍ଧା 6 ହଜାରରୁ ଅଧିକ ସାଧାରଣ ଲୋକ ନିଖୋଜ ରହିଛନ୍ତି । ସେମାନଙ୍କ ମଧ୍ୟରେ 4 ହଜାର ଶିଶୁ ଓ ମହିଳାଙ୍କର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନି । ଗାଜା ସିଟିରେ ଶହ ଶହ ସଂଖ୍ୟାରେ ଅଟ୍ଟାଳିକା ଇସ୍ରାଏଲ ଏୟାର ଷ୍ଟ୍ରାଇକରେ କ୍ଷତିଗ୍ରସ୍ତ ହୋଇଛି । ଭଗ୍ନାବଶେଷ ତଳେ ମଧ୍ୟ କିଛି ମୃତଦେହ ରହିଥିବାର ଆଶଙ୍କା କରାଯାଉଛି । ଦକ୍ଷିଣ ଗାଜାରେ ଶରଣାର୍ଥୀଙ୍କ ପାଇଁ ଖୋଲା ଯାଇଥିବା ରିଲିଫ କ୍ୟାମ୍ପରେ ମଧ୍ୟ ଇସ୍ରାଏଲ ସେନା ଆକ୍ରମଣ କରୁଥିବା ଅଭିଯୋଗ କରିଛି ଗାଜା ।

ଅକ୍ଟୋବର 7 ତାରିଖରେ ଗାଜାରୁ ଅପରେଟ ହେଉଥିବା ଆତଙ୍କୀ ଗୋଷ୍ଠୀ ‘ହମାସ’ ଇସ୍ରାଏଲ ଉପରେ ପ୍ରଥମେ ରକେଟ ଆକ୍ରମଣ କରିଥିଲା । ମାତ୍ର ଅଧଘଣ୍ଟା ମଧ୍ୟରେ ପ୍ରାୟ 5 ହଜାରରୁ ଅଧିକ ରକେଟ ମାଡ କରି ଇସ୍ରାଏଲର ବ୍ୟାପକ କ୍ଷତି ଘଟାଇଥିଲା ‘ହମାସ’। ଏହି ଆକ୍ରମଣରେ ପ୍ରାୟ 14 ଶହ ସାଧାରଣ ଇସ୍ରାଏଲ ନାଗରିକଙ୍କ ପ୍ରାଣହାନୀ ହୋଇଥିଲା । ପ୍ରାୟ 200 ରୁ ଅଧିକ ସାଧାରଣ ନାଗରିକଙ୍କୁ ‘ହମାସ’ ଆତଙ୍କୀମାନେ ଅପହରଣ କରି ନେଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ମୁକ୍ତ ହୋଇଥିବା ବେଳେ ଏବେ ମଧ୍ୟ ଅନେକଙ୍କ ସମ୍ପର୍କରେ କୌଣସି ପତ୍ତା ମିଳନି ।

ଏହା ମଧ୍ୟ ପଢନ୍ତୁ :- ଜେଲରୁ ସାକ୍ଷୀଙ୍କୁ ଧମକ ଦେଉଛି ଗ୍ୟାଙ୍ଗଷ୍ଟର ଛୋଟା ସକିଲର ସହଯୋଗୀ, ମାମଲା ରୁଜୁ କଲା ମୁମ୍ବାଇ ପୋଲିସ

ଏହା ପରେ ଇସ୍ରାଏଲ ଆରମ୍ଭ କରିଥିବା ସାମରିକ ଅପରେସନରେ ‘ହମାସ’ ନିୟନ୍ତ୍ରଣରେ ଥିବା ପାଲେଷ୍ଟାଇନ ଅଞ୍ଚଳ ଗାଜା ସିଟି ଧ୍ବଂସସ୍ତୁପରେ ପରିଣତ ହୋଇସାରିଲାଣି । ଏବେ ଉତ୍ତର-ଗାଜାରେ ଆଉ ସାଧାରଣ ପାଲେଷ୍ଟାନୀୟ ନାହାନ୍ତି । ଏକାଧିକ ସୁଦୀର୍ଘ ସୁଡଙ୍ଗ ମଧ୍ୟରେ ହମାସ ଆତଙ୍କୀମାନେ ଆତ୍ମଗୋପନ କରିଥିବା ସନ୍ଦେହରେ ଇସ୍ରାଏଲ ଫୋର୍ସ ଗ୍ରାଉଣ୍ଡ ଅପରେସନ ଜାରି ରଖିଛି । ଇଜିପ୍ଟ ସୀମା ସଲଗ୍ନ ଦକ୍ଷିଣ-ଗାଜା ଏବେ ରିଲିଫ କ୍ୟାମ୍ପରେ ପରିଣତ ହୋଇଛି । ଇସ୍ରାଏଲର ଏହି ପ୍ରଚଣ୍ଡ ଆକ୍ରମଣରେ ଗାଜାରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଜାତିସଂଘର ଶତାଧିକ ସଦସ୍ୟଙ୍କ ମୃତ୍ୟୁ ମଧ୍ୟ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.