ETV Bharat / international

ପୁଣି ଅହମଦିଆ ମୁସଲିମଙ୍କ ଉପରେ ଆକ୍ରମଣ, ପୂଜାସ୍ଥଳୀ ଭାଙ୍ଗିଲା ପୋଲିସ

author img

By ETV Bharat Odisha Team

Published : Dec 24, 2023, 6:40 AM IST

Pakistani Authorities demolish place of worship: ଥମୁନି ପାକିସ୍ତାନରେ ସଂଖ୍ୟାଲଘୁ ଅହମଦିଆଙ୍କ ଉପରେ ଆକ୍ରମଣ । ପଞ୍ଜାବ ପ୍ରାନ୍ତରେ ଅହମଦିଆ ମୁସଲିମଙ୍କ ଧାର୍ମିକ ସ୍ଥଳୀରେ ଭଙ୍ଗାରୁଜା ହୋଇଛି । ଅଧିକ ପଢନ୍ତୁ

ଅହମଦିଆ ମୁସଲିମଙ୍କ ପୂଜାସ୍ଥଳୀ ଭଙ୍ଗାରୁଜା
ଅହମଦିଆ ମୁସଲିମଙ୍କ ପୂଜାସ୍ଥଳୀ ଭଙ୍ଗାରୁଜା

ଇସଲାମବାଦ: ଗତ ଶୁକ୍ରବାର ଦିନ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଅହମଦିଆ ମୁସଲିମଙ୍କ ଧାର୍ମିକ ସ୍ଥଳୀରେ ଭଙ୍ଗାରୁଜା କରାଯାଇଛି । ଅହମଦିଆ ମୁସଲିମ ସମ୍ପ୍ରଦାୟଙ୍କ ୬୭ ବର୍ଷ ପୁରୁଣା ପୂଜାସ୍ଥଳର ମୀନାରଗୁଡିକୁ ଧ୍ବସ୍ତ କରାଯାଇଛି । ଏ ସମ୍ପର୍କରେ ଜମାତ ଏ ଅହମଦିଆ ସଂଗଠନର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଲାହୋର ଠାରୁ ପ୍ରାୟ ୧୩୦ କିମି ଦୂରରେ ଫୈସଲାବାଦର ସମୁଦ୍ରୀ ନାମକ ସ୍ଥାନ ନିକଟରେ ଅବସ୍ଥିତ ଅହମଦିଆ ପୂଜାସ୍ଥଳକୁ ଧ୍ବଂସ କରାଯାଇଛି । ଏହି ଧାର୍ମିକ ସ୍ଥଳର ମୀନାରଗୁଡିକୁ ପାକିସ୍ତାନୀ ପୋଲିସ କର୍ମୀମାନେ ଭାଙ୍ଗି ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଅହମଦୀମାନେ ନିଜକୁ ମୁସଲିମ ବୋଲି ମାନିଥାନ୍ତି । କିନ୍ତୁ ପାକିସ୍ତାନର ସଂସଦରେ ୧୯୭୪ ମସିହାରେ ଏହି ସଂଖ୍ୟାଲଘୁ ସମୁଦାୟକୁ ଅଣମୁସଲିମ ବୋଲି ଘୋଷିତ କରାଯାଇଥିଲା । ଏହାର ଏକ ଦଶନ୍ଧି ପରେ ସେମାନେ ନିଜକୁ ମୁସଲିମ ବୋଲି ପରିଚୟ ଦେବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା । ଏଥିସହିତ ଇସଲାମର ସମସ୍ତ ନୀତି ନିୟମ ପାଳନ କରିବା ଉପରେ ରୋକ ଲାଗିଥିଲା ।

ତେବେ ଅହମଦିଆ ସମୁଦାୟଙ୍କୁ ନେଇ ଲାହୋର ହାଇକୋର୍ଟ ଏକ ନିଷ୍ପତ୍ତି ଶୁଣାଇଥିଲେ ଯେ, ୧୯୮୪ ମସିହାରେ ଜାରି ହୋଇଥିବା ଏକ ବିଶେଷ ଅଧ୍ୟାଦେଶ ପୂର୍ବରୁ ତିଆରି ହୋଇଥିବା ସମସ୍ତ ଅହମଦିଆ ପୂଜାସ୍ଥଳୀ ବୈଧ ଅଟେ । ତେଣୁ ଏଥିରେ କୌଣସି ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ କିମ୍ବା ତାକୁ ଭାଙ୍ଗିବାର କୌଣସି ପ୍ରୟୋଜନ ନାହିଁ । ହେଲେ ପୋଲିସ ଉକ୍ତ ପୂଜାସ୍ଥଳୀକୁ ଭାଙ୍ଗିବା ସହିତ ଭଗ୍ନାବଶେଷକୁ ନେଇଯାଇଛି ବୋଲି ଜମାତ ଏ ଅହମଦିଆ ପାକିସ୍ତାନ ସଂଗଠନ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ... ଚେକ୍ ରିପବ୍ଲିକର ଚାଲର୍ସ ୟୁନିଭର୍ସିଟିରେ ଆଖିବୁଜା ଗୁଳିମାଡ଼, 15 ମୃତ

କେବଳ ଚଳିତ ବର୍ଷ ଅହମଦିଆ ପୂଜାସ୍ଥଳ ଉପରେ ୪୨ ଥର ଆକ୍ରମଣ ହୋଇଛି । ଏହି ଆକ୍ରମଣ ପଞ୍ଜାବରେ ସର୍ବାଧିକ ହୋଇଛି । ଅଧିକାଂଶ ପୂଜାସ୍ଥଳୀ ଉପରେ ତେହରିକ ଏ ଲବୈକ ପାକିସ୍ତାନ ନାମକ ଚରମପନ୍ଥୀ ସଂଗଠନ ଆକ୍ରମଣ କରିଛି । ଅନ୍ୟ ଘଟଣାରେ ପୋଲିସ ଧାର୍ମିକ ଚରମପନ୍ଥୀମାନଙ୍କ ଚାପରେ ମୀନାର ଏବଂ ଅଟ୍ଟାଳିକା ଧ୍ବସ୍ତ କରୁଛି । ଏହା ସହିତ ପବିତ୍ର ଲେଖାକୁ ନଷ୍ଟ କରୁଛନ୍ତି । ତେହରିକ ଏ ଲବୈକ କହିବା ମୁତାବକ ଅହମଦିଆ ପୂଜାସ୍ଥଳୀ ମୁସଲିମ ମସଜିଦ ଅଟେ କାରଣ ସେଥିରେ ମୀନାର ରହିଛି । ସେପଟେ ଜମାତ ଏ ଅହମଦିଆ କହିବା ମୁତାବକ ବର୍ତ୍ତମାନ ପାକିସ୍ତାନରେ ଅହମଦିଆ ସମ୍ପ୍ରଦାୟର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ପ୍ରତିଦିନ ଅହମଦିଆଙ୍କୁ ନାନା ଉତ୍ପୀଡନର ଶିକାର ହେବାକୁ ପଡୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.