ETV Bharat / international

କାର୍ଗିଲ ଯୁଦ୍ଧକୁ ବିରୋଧ କରିବାରୁ ମତେ ବରଖାସ୍ତ କରାଯାଇଥିଲା: ନୱାଜ ସରିଫ

author img

By ETV Bharat Odisha Team

Published : Dec 10, 2023, 6:45 AM IST

1999ରେ କାର୍ଗିଲ ଯୁଦ୍ଧକୁ ବିରୋଧ କରିବାରୁ ତାଙ୍କ ସରକାରକୁ ବରଖାସ୍ତ କରାଯାଇଥିଲା ବୋଲି କହିଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । ଅଧିକ ପଢନ୍ତୁ

1999 ରେ କାର୍ଗିଲ ଯୁଦ୍ଧକୁ ବିରୋଧ କରିବାରୁ ମତେ ବରଖାସ୍ତ କରାଯାଇଥିଲା: ନୱାଜ ସରିଫ

ଇସଲାମବାଦ: 1999ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲଢାଯାଇଥିବା କାର୍ଗିଲ ଯୁଦ୍ଧ ସମ୍ପର୍କରେ ବଡ ବୟାନ ଦେଇଛନ୍ତି ତତ୍କାଳୀନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ସୁପ୍ରିମୋ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଭାରତ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିବା ଓ 1999ରେ କାର୍ଗିଲ ଯୁଦ୍ଧକୁ ବିରୋଧ କରିବାରୁ ତାଙ୍କ ସରକାରକୁ ବରଖାସ୍ତ କରାଯାଇଥିଲା ବୋଲି କହିଛନ୍ତି । ଶନିବାର ଲାହୋରରେ ତାଙ୍କ ଦଳ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହି ସୂଚନା ଦେଇଛନ୍ତି ସରିଫ ।

ନୱାଜ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ନେତୃତ୍ବାଧୀନ PML-N ସରକାର ସର୍ବଦା ଭଲ ପ୍ରଦର୍ଶନ କରିଆସିଥିଲା । ସେ ପ୍ରଶ୍ନ କରିଛନ୍ତି, ‘‘ମୁଁ ଜାଣିବାକୁ ଚାହେଁ ଯେ 1993 ଏବଂ 1999ରେ ମୋ ସରକାର କାହିଁକି ପରାସ୍ତ ହେଲା ? ଏହା କାରଣ ଆମେ କାର୍ଗିଲ ଯୁଦ୍ଧକୁ ବିରୋଧ କରିଥିଲୁ ? ଅକ୍ଟୋବର 12, 1999ରେ କାର୍ଗିଲ ଯୁଦ୍ଧରେ ପାକିସ୍ତାନ ପରାସ୍ତ ହୋଇଥିଲା ।’’ ସେତେବେଳେ ତାଙ୍କ ଦଳର ସରକାର ଥିବାବେଳେ ସେ ହିଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ ।

ଚଳିତ ଅକ୍ଟୋବର 21 ତାରିଖରେ ଦୀର୍ଘ 4 ବର୍ଷ ପରେ ସ୍ବଦେଶ ଫେରିଥିଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । କ୍ଷମତାରୁ ହଟିବା ପରେ ସେ ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପରେ ଚିକିତ୍ସା ପାଇଁ ବେଲ ପାଇ ଲଣ୍ଡନ ଯାଇ ଆଉ ଫେରିନଥିଲେ । ତାଙ୍କ ନାମରେ ଏକାଧିକ ମାମଲା ମଧ୍ୟ ଜାରି ରହିଛି । ଦୀର୍ଘ 4 ବର୍ଷ ଆତ୍ମନିର୍ବାସନରେ ରହିବା ପରେ ଏବେ ପାକିସ୍ତାନ ସାଧାରଣ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଅକ୍ଟୋବରରେ ସରିଫ ସ୍ବଦେଶ ଫେରିଥିଲେ । ଏବେ ତାଙ୍କ ସାନଭାଇ ଶେହଓ୍ବାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବାରୁ ମାମଲାଗୁଡିକରୁ ତାଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିବା ପରି ଦୃଶ୍ୟମାନ ହେଉଛି ।

ଏହା ମଧ୍ୟ ପଢନ୍ତୁ:- 4 ବର୍ଷ ପରେ ପାକିସ୍ତାନ ଫେରିଲେ ସରିଫ, ଲାହୋରରେ ଜନସଭାକୁ କରିବେ ସମ୍ବୋଧିତ

2017ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରୁ ବରଖାସ୍ତ ହୋଇଥିଲେ ସରିଫ । 2016 ପାନାମା ପେପର ଲିକ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନ ସୁପ୍ରିମକୋର୍ଟ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବରଖାସ୍ତ କରିଦେଇଥିଲେ । ପରେ ସେ ଅଲ-ଜିଜିରା ଘୋଟାଲା ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ । ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ 7 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । 2019ରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଥିଲା । ସେ ଉନ୍ନତ ଚିକିତ୍ସା ପାଇଁ ଲଣ୍ଡନ ଯିବାପାଇଁ ବେଲ୍ ଆବେଦନ କରିଥିଲେ । କେବଳ ମେଡିକାଲ ଗ୍ରାଉଣ୍ଡରେ ତାଙ୍କୁ 4 ସପ୍ତାହ ବେଲ୍ ମିଳିଥିଲେ ସୁଦ୍ଧା ସେ ଲଣ୍ଡନ ଯାଇ ପରବର୍ତ୍ତୀ ସମୟରେ ଆଉ ପାକିସ୍ତାନ ଫେରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.