ETV Bharat / international

ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ନାଁରେ ଆତଙ୍କବାଦୀ ମାମଲା ରୁଜୁ - ଇମ୍ରାନ ଖାନଙ୍କ ନାମରେ ଆତଙ୍କବାଦୀ ମାମଲା

ଆତଙ୍କବାଦ ନିରୋଧୀ ଆଇନ (Anti-terrorism Act) ଅନୁଯାୟୀ ଇମ୍ରାନଙ୍କ ନାଁରେ ଆତଙ୍କବାଦୀ ମାମଲା ରୁଜୁ । ଏହା ସହିତ ପାକ୍ ବୈଦ୍ୟୁତିକ ଚ୍ୟାନେଲରେ ଇମ୍ରାନଙ୍କ ଭାଷଣକୁ ବ୍ୟାନ କରାଯାଇଛି । ଅଧିକ ପଢନ୍ତୁ

ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ
ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ
author img

By

Published : Aug 22, 2022, 7:30 AM IST

ଇସଲାମବାଦ: ଅଡୁଆରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ (pakistan Tehereek-e-Insaf) ଅଧକ୍ଷ ଇମ୍ରାନ ଖାନ । ଜଣେ ବିଚାରପତି ଏବଂ ଦୁଇଜଣ ପୋଲିସ ଅଧିକାରୀଙ୍କୁ ଖୋଲାଖୋଲି ଧମକ ଦେବାରୁ ଇମ୍ରାନ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆତଙ୍କବାଦ ନିରୋଧୀ ଆଇନ (Anti-terrorism Act) ଅନୁଯାୟୀ ଇମ୍ରାନଙ୍କ ବିରୋଧରେ ଏତଲା ଦାୟର ହୋଇଛି । ଏହା ସହିତ ପାକ୍ ବୈଦ୍ୟୁତିକ ଚ୍ୟାନେଲରେ ଇମ୍ରାନଙ୍କ ଭାଷଣକୁ ବ୍ୟାନ କରାଯାଇଛି ।

ଦୁଇ ଦିନ ତଳେ ଏକ ସଭା କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ଜଣେ ବିଚାରପତି ଓ ଦୁଇ ପୋଲିସ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ । ତାଙ୍କୁ ଖୋଲାଖୋଲି ଧମକ ଦେଇଥିଲେ । ଏହାକୁ ନେଇ ଇମ୍ରାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କୁ କୌଣସି ମୂହୁର୍ତ୍ତରେ ଗିରଫ କରାଯାଇପାରେ । ଅଗଷ୍ଟ 9 ତାରିଖରେ ଇମ୍ରାନଙ୍କ ଜଣେ ଘନିଷ୍ଠ ସହଯୋଗୀ ସାହାବାଜ ଗିଲଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଇସଲାମାବାଦରେ ତୀବ୍ର ବିଦ୍ରୋହ ଦେଖିବାକୁ ମିଳିଥିଲା।

ଏହା ବି ପଢନ୍ତୁ...ଜାପାନ ପ୍ରଧାନମନ୍ତ୍ରୀଙ୍କୁ କୋରୋନା, ଆଶୁ ଆରୋଗ୍ୟ କାମନା କଲେ ମୋଦି

ସାହାବାଜଙ୍କୁ ଗିରଫ କରି ପୋଲିସ ମାଡ ମାରିଥିଲେ । ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଡାକ୍ତରଖାନାରେ ତାଙ୍କୁ ଦେଖା କରିବାକୁ ଇମ୍ରାନ ଖାନଙ୍କୁ ଛଡା ଯାଇନଥିଲା । ଏହା ପରେ ଇସଲାମାବାଦରେ ରାଲି କରି ଇମ୍ରାନ ପୋଲିସ, ନ୍ୟାୟପାଳିକା ଏବଂ ସରକାରୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.