ETV Bharat / international

କାନାଡ଼ାରେ ଖଲିସ୍ତାନୀ ସମର୍ଥକଙ୍କୁ ଭାରତୀୟଙ୍କ କଡ଼ା ଜବାବ, ଭାରତ ମାତା କି ଜୟ ଧ୍ବନୀରେ କମ୍ପିଲା ଟୋରୋଣ୍ଟୋ

author img

By

Published : Jul 9, 2023, 7:49 PM IST

କାନାଡ଼ାର ଟୋରୋଣ୍ଟୋ ସ୍ଥିତ ଭାରତୀୟ ଦୂତାବାସଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖଲିସ୍ତାନୀ ସମର୍ଥକଙ୍କ ବିକ୍ଷୋଭ ପ୍ରଦର୍ଶନର କଡ଼ା ଜବାବ ଦେଲେ ଭାରତୀୟ ପ୍ରବାସୀ । ଅଧିକ ପଢ଼ନ୍ତୁ

pro india vs Khalistani protesters outside the indian embassy in canada
କାନାଡ଼ାରେ ଖଲିସ୍ତାନୀ ସମର୍ଥକଙ୍କୁ ଭାରତୀୟଙ୍କ କଡ଼ା ଜବାବ

ଓଟାୱା: କାନାଡ଼ାର ଟୋରୋଣ୍ଟୋ ସ୍ଥିତ ଭାରତୀୟ ଦୂତାବାସଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଖଲିସ୍ତାନୀ ସମର୍ଥକଙ୍କୁ ମହଙ୍ଗା ପଡ଼ିଛି । ଖଲିସ୍ତାନୀ ଆନ୍ଦୋଳନକାରୀଙ୍କୁ କଡ଼ା ଜବାବ ଦେଇଛନ୍ତି ଭାରତୀୟ ପ୍ରବାସୀ । ଦୂତାବାସଙ୍କ କାର୍ଯ୍ୟାଳୟ ନିକଟସ୍ଥ ଅଞ୍ଚଳରେ ରହୁଥିବା ବହୁ ସଂଖ୍ୟକ ଭାରତୀୟ ଏକତ୍ରିତ ହୋଇ ଖଲିସ୍ତାନୀ ସମର୍ଥକଙ୍କୁ ନିଜ ବଳ ଦେଖାଇଛନ୍ତି । ହାତରେ ଜାତୀୟ ପତାକା ଧରି ପ୍ରତିବାଦକୁ ବିରୋଧ କରିଛନ୍ତି । ବିକ୍ଷୋଭ ସମୟରେ 'ଭାରତ ମାତା କି ଜୟ' ଧ୍ବନୀରେ ଚାରିଆଡ଼େ ପ୍ରକମ୍ପିତ ହୋଇ ଉଠିଛି ।

  • #WATCH | Members of the Indian diaspora held a counter protest against pro-Khalistan supporters in front of the Indian consulate in Canada's Toronto on July 8 pic.twitter.com/lZvRiSdVs1

    — ANI (@ANI) July 9, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ: ଭାରତୀୟ ଦୂତାବାସରେ ନିଆଁ ଲଗାଇଲେ ଖଲିସ୍ତାନୀ ସମର୍ଥକ

ଗତ ଶନିବାର କାନାଡ଼ା ସ୍ଥିତ ଭାରତୀୟ ଦୂତାବାସଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଛି ଖଲିସ୍ତାନୀ ସମର୍ଥକ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାକୁ ବିରୋଧ କରିବାକୁ ଯାଇ ସେଠାରେ ରହୁଥିବା ଭାରତୀୟ ପ୍ରବାସୀ ଏକାଠି ହୋଇ ନିଜ ବଳ ଦେଖାଇଥିଲେ । ହାତରେ ଜାତୀୟ ପତାକା ଧରି 'ଭାରତ ମାତା କି ଜୟ' 'ବନ୍ଦେ ମାତରମ୍' ଏବଂ ' ଜୟ ହିନ୍ଦ' ସ୍ଲୋଗାନ ଦେଇଥିଲେ । ଭାରତୀୟଙ୍କ ଆଗରେ ଖଲିସ୍ତାନୀଙ୍କ ଆନ୍ଦୋଳନ ଫିକା ପଡ଼ିଥିଲା । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଖଲିସ୍ତାନୀଙ୍କ ତୁଳନାରେ ଭାରତୀୟଙ୍କ ସଂଖ୍ୟା ଢେର ଅଧିକା ଥିଲା । ରାସ୍ତାର ଗୋଟିଏ ପାର୍ଶ୍ବରେ ଭାରତୀୟ ମାନେ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଉଥିବା ବେଳେ ଅନ୍ୟ ପଟେ ଖଲିସ୍ତାନୀ ମାନେ ' ଖଲିସ୍ତାନ ଜିନ୍ଦାବାଦ' ନାରା ଦେଉଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଲଣ୍ଡନରେ ପୁଣି ଏକାଠି ହେଲେ ଖଲିସ୍ତାନୀ ସମର୍ଥକ, ଦୂତାବାସ ବାହାରେ ଲଗାଇଲେ ଭାରତ ବିରୋଧୀ ନାରା

ପ୍ରକାଶ ଥାଉକି, ଖଲିସ୍ତାନ ଟାଇଗର ଫୋର୍ସ ନେତା ହରଦୀପ ସିଂ ନିଜ୍ଜରକୁ ଗତ ଜୁନ ୧୮ ତାରିଖରେ ହତ୍ୟା କରାଯାଇଥିଲା । ସେ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଥିଲା । ସେ ଭାରତରେ ବହୁ ଆତଙ୍କୀ କାର୍ଯ୍ୟକଳାପ ଓ ହିଂସାତ୍ମକ ଘଟଣାରେ ସମ୍ପୃକ୍ତ ଥିବାବେଳେ ଫେରାର ଥିଲା । ସେ କାନାଡ଼ାରେ ରହୁଥିବା ବେଳେ ସୁରେର ଥିବା ଏକ ଗୁରୁଦ୍ବାର ଆଗରେ ତାକୁ ଗୁଳିମାଡ଼ ହୋଇଥିଲା । ଫଳରେ ହରଦୀପ ସିଂର ମୃତ୍ୟୁ ଘଟିଥିଲା । ଏହି ହତ୍ୟା ପଛରେ ଭାରତର ଭୂମିକା ନେଇ ଖଲିସ୍ତାନୀ ସମର୍ଥକ ସନ୍ଦେହ କରିଥିଲେ । ଏହି ଘଟଣାକୁ ନେଇ ଖଲିସ୍ତାନୀ ଆନ୍ଦୋଳନକାରୀ ବ୍ରିଟେନ ଆମେରିକା ଏବଂ କାନାଡ଼ାରେ ଭାରତ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.