ETV Bharat / international

Morocco Earthquake: ମରକ୍କୋରେ ୨୦୦୦ ଟପିଲା ମୃତ୍ୟୁସଂଖ୍ୟା, ରେସ୍କ୍ୟୁ ଅପରେସନ ଜାରି

author img

By ETV Bharat Odisha Team

Published : Sep 10, 2023, 7:18 AM IST

ମରକ୍କୋରେ ଶକ୍ତିଶାଳୀ ଭୂମିକମ୍ପ ପରେ ୨୦୦୦ ଅତିକ୍ରମ କଲା ମୃତ୍ୟୁସଂଖ୍ୟା । ଏବେ ବି ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା । ଅଧିକ ପଢନ୍ତୁ

ମରକ୍କୋରେ ଶକ୍ତିଶାଳୀ ଭୂମିକମ୍ପ
ମରକ୍କୋରେ ଶକ୍ତିଶାଳୀ ଭୂମିକମ୍ପ

ରବାତ: ଭୟଙ୍କର ଭୂମିକମ୍ପରେ ଦୋହଲି ଯାଇଛି ଆଫ୍ରିକୀୟ ଦେଶ ମରକ୍କୋ । ୬.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭୂକମ୍ପ କାରଣରୁ ଏବେ ସୁଦ୍ଧା ୨୦୦୦ରୁ ଅଧିକ ମୃତ୍ୟୁ ଘଟିଥିବା ବେଳେ ୨,୦୫୯ ଜଣ ଆହତ ହୋଇଛନ୍ତି । ଅନେକ ବଡ ବଡ ଅଟ୍ଟାଳିକା ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି । ଏବେ ବି ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ୬ ଦଶନ୍ଧି ମଧ୍ୟରେ ଦେଶରେ ଏହା ସବୁଠୁ ଭୟାନକ ଭୂମିକମ୍ପ ବୋଲି କୁହାଯାଉଛି । ଏନେଇ ଦେଶରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ଶୁକ୍ରବାର ବିଳମ୍ବିତ ରାତି ୧୧ଟା ୧୧ ସମୟରେ ମରକ୍କୋରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ଦେଶର କାସାବ୍ଲାଙ୍କା ଠାରୁ ମାରାକେଶ୍ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଏହି ଭୂକମ୍ପ ହୋଇଥିଲା ।

ଭୂକମ୍ପର ଉତ୍ପତ୍ତିସ୍ଥଳ ଭୂପୃଷ୍ଠରୁ ୧୮.୫ କିଲୋମିଟର ଗଭୀରରେ ଥିଲା । ଏହାର କେନ୍ଦ୍ରବିନ୍ଦୁ ମାରାକେଶ୍ ଠାରୁ ୭୧ କିଲୋମିଟର ଦକ୍ଷିଣ-ପଶ୍ଚିମ ଆଟଲାସ୍ ପର୍ବତରେ ରହିଥିଲା । ଭୂମିକମ୍ପରେ ହଜାର ହଜାର ଜୀବନ ଯିବା ସହ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଛି । ଏବେ ବି ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଉଦ୍ଧାର କରିବାକୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ସେହିପରି ଭୂକମ୍ପ ପରେ ହଜାର ହଜାର ଲୋକେ ବାସହରା ହୋଇଯାଇଛନ୍ତି । ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ସ୍ବଚ୍ଛ ପାନୀୟ ଜଳ, ଖାଦ୍ୟ, ଟେଣ୍ଟ ଏବଂ କମ୍ବଳ ଇତ୍ୟାଦି ଆବଶ୍ୟକୀୟ ସାମଗ୍ରୀ ଯୋଗାଇବାକୁ ଦେଶର ସଶସ୍ତ୍ର ବାହିନୀ ପକ୍ଷରୁ ରେସ୍କ୍ୟୁ ଟିମ୍ ମୁତୟନ କରାଯିବ ବୋଲି ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: Earthquake Hits Morocco: ମରକ୍କୋ ଶକ୍ତିଶାଳୀ ଭୂକମ୍ପରେ 632 ମୃତ, ଦୁଃଖ ପ୍ରକାଶ କଲେ ମୋଦି

ଭୟଙ୍କର ଭୂମିକମ୍ପ ନେଇ ବିଶ୍ବର ବିଭିନ୍ନ ରାଷ୍ଟ୍ର ମରକ୍କୋ ପ୍ରତି ସମବେଦନା ଜଣାଇଛନ୍ତି । ଗତକାଲି(ଶନିବାର) ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରକ୍କୋ ଭୂମିକମ୍ପରେ ଦୁଃଖ ପ୍ରକାଶ କରିବା ସହ ପୀଡିତଙ୍କ ପ୍ରତି ଗଭରୀ ସମବେଦନା ପ୍ରକାଶ କରିଛନ୍ତି । ଏଥିସହ ଭାରତ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ତୁର୍କୀ, କତାର, ଫ୍ରାନ୍ସ, ଜର୍ମାନୀ, ଇସ୍ରାଏଲ, ଦୁବାଇ, ଜୋରଦାନ ପ୍ରମୁଖ ରାଷ୍ଟ୍ର ମଧ୍ୟ ମରକ୍କୋ ପୀଡିତଙ୍କୁ ସହୟତା ପାଇଁ ହାତ ବଢାଇଛନ୍ତି । ଫ୍ରାନ୍ସର ଏକ ମୋବାଇଲ ଅପରେଟର ଅରେଞ୍ଜ ଏହି ଦେଶରେ ସପ୍ତାହେ ପର୍ଯ୍ୟନ୍ତ ମାଗଣା ସେବା ପ୍ରଦାନ ପାଇଁ ଘୋଷଣା କରିଛି । କହିରଖୁଛୁ କି, ମରକ୍କୋ ପୂର୍ବରୁ ଚଳିତ ବର୍ଷ ତୁର୍କୀରେ ଅତି ଭୟଙ୍କର ଭୂକମ୍ପ ହୋଇଥିଲା । ଏଥିର ହଜାର ହଜାର ଲୋକଙ୍କ ଜୀବନ ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.