ETV Bharat / international

ଆମେରିକା ହିଁ ଋଷ ପ୍ରତି ବଡ ବିପଦ: ପୁଟିନ - ଋଷ ରାଷ୍ଟ୍ରପତିଙ୍କ ବୟାନ

ଆମେରିକାକୁ ସିଧା ଟାର୍ଗେଟ କଲେ ପୁଟିନ । କହିଲେ ଆମେରିକା ହିଁ ଋଷର ସବୁଠୁ ବଡ ବିପଦ । ଅଧିକ ପଢନ୍ତୁ

ଆମେରିକା ହିଁ ଋଷ ପ୍ରତି ବଡ ବିପଦ: ପୁଟିନ
ଆମେରିକା ହିଁ ଋଷ ପ୍ରତି ବଡ ବିପଦ: ପୁଟିନ
author img

By

Published : Aug 1, 2022, 12:19 PM IST

ମସ୍କୋ: ଜାତିସଂଘ ଓ ତମାମ ନାଟୋ ଦେଶର ତାଗିଦକୁ ଭ୍ରୁକ୍ଷେପ ନକରି ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ କରି ବିଶ୍ବବ୍ୟାପୀ ଚର୍ଚ୍ଚାରେ ଥିବା ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପୁଣି ଥରେ ଖୋଲାଖୋଲି ଅନ୍ୟତମ ବିଶ୍ବଶକ୍ତି ତଥା ପାରମ୍ପାରିକ ପ୍ରତିଦ୍ବନ୍ଦୀ ଆମେରିକାକୁ ଟାର୍ଗେଟ କରିଛନ୍ତି । ଋଷ ପାଇଁ ଆମେରିକା ହିଁ ସବୁଠୁ ବଡ ବିପଦ ବୋଲି କହିଛନ୍ତି ପୁଟିନ । ଋଷର ନୌସେନା ଦିବସ ଅବସରରେ ପୁଟିନ କରିଥିବା ସମ୍ବୋଧନରେ ଏପରି କହି ସିଧାସଳଖ ଆମୋରିକାକୁ ଟାର୍ଗେଟ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସେ ଋଷ ନୌସେନା ପାଇଁ ଏକାଧିକ ସାମରିକ ଚୁକ୍ତି ମଧ୍ୟ କରିଛନ୍ତି । ବ୍ଲାକ-ସିରେ ଋଷ ସବୁଠୁ ବଡ ଶକ୍ତି ବୋଲି ମଧ୍ୟ ପୁଟିନ କହିଛନ୍ତି । ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପର ଠାରୁ ଋଷ ବିଭିନ୍ନ ଅନ୍ତର୍ଜାତୀୟ କଟକଣା ମଧ୍ୟରେ ଗତି କରୁଛି । ୟୁକ୍ରେନ ମଧ୍ୟ ଆମେରିକା ଓ ଅନ୍ୟ କିଛି ନାଟୋ ସଦସ୍ୟ ଦେଶଙ୍କ ଠାରୁ ନିୟମିତ ସାମରିକ ଓ ଆର୍ଥିକ ସାହାଯ୍ୟ ପାଇବାରେ ଲାଗିଛି ।

ଅନ୍ୟପଟେ ଋଷ ମଧ୍ୟ ସମସ୍ତ ଅନ୍ତର୍ଜାତୀୟ ଚାପ ସଦ୍ଧା ଯୁଦ୍ଧ ଜାରି ରଖିଥିବାବେଳେ ଆମେରିକା ଓ ତାର ନାଟୋ ସହଯୋଗୀ ରାଷ୍ଟ୍ରଙ୍କ ପ୍ରତି ଆହୁରି କଠୋର ହେବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଷ୍ଟ୍ରପତି ପୁଟିନ ଯୁକ୍ତରାଷ୍ଟ୍ର ଆମେରିକାକୁ ସିଧା ଟାର୍ଗେଟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.