ETV Bharat / international

US-South Korea Drills: ପୁଣି ଦୁଇଟି ମିସାଇଲ ଲଞ୍ଚ କଲା ଉତ୍ତର କୋରିଆ - ଉତ୍ତର କୋରିଆର ମିସାଇଲ ମାଡ

ଆରମ୍ଭ ହେବାକୁ ଯାଉଛି ଦକ୍ଷିଣ କୋରିଆ ଓ ଆମେରିକା ମଧ୍ୟରେ ଜାରି ରହିଥିବା ଯୁଦ୍ଧାଭ୍ୟାସର ପରବର୍ତ୍ତୀ ପର୍ଯ୍ୟାୟ । କୋରିଆ ଉପକୂଳରେ ଆମେରିକା ଏୟାରକ୍ରାଫ୍ଟ କ୍ୟାରିୟର (North Korea launches 2 missiles toward sea)। ଉତକ୍ଷିପ୍ତ ହୋଇ ପୁଣି ଦୁଇଟି ମିସାଇଲ ଲଞ୍ଚ କଲା ଉତ୍ତର କୋରିଆ । ଅଧିକ ପଢନ୍ତୁ

US-South Korea drills: ପୁଣି ଦୁଇଟି ମିସାଇଲ ଲଞ୍ଚ କଲା ଉତ୍ତର କୋରିଆ

author img

By

Published : Oct 9, 2022, 11:51 AM IST

ସିଓଲ: ଦକ୍ଷିଣ କୋରିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଜାରି ରହିିଥିବା ମିଳିତ ସମରାଭ୍ୟାସର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଥିବା ବେଳେ କ୍ରମାଗତ ମିସାଇଲ ଲଞ୍ଚ କରିବାରେ ଲାଗିଛି ଉତ୍ତର କୋରିଆ । ଆଜି ପୁଣି ଉତ୍ତର କୋରିଆ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ଦୁଇଟି ବାଲିଷ୍ଚିକ ମିସାଇଲ ଲଞ୍ଚ କରି ନିଜ ଶକ୍ତି ଦେଖାଇଛି (North Korea launches 2 missiles toward sea)। ଏବେ ଦକ୍ଷିଣ କୋରିଆ ଓ ଆମେରିକା ମଧ୍ୟରେ ଜାରି ରହିଥିବା ଯୁଦ୍ଧାଭ୍ୟାସର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଯାହା ପାଇଁ ଆମେରିକା ଏବେ କୋରିଆ ଉପକୂଳରେ ଏକ ଅତ୍ୟାଧୁନିକ ଏୟାରକ୍ରାଫ୍ଟ କ୍ୟାରିୟର ମଧ୍ୟ ମୁତୟନ କରିଛି । ଯାହାକୁ ନେଇ ଉତ୍ତର କୋରିଆ କ୍ଷୁବ୍ଧ ହୋଇଛି ।

ଏହା ମଧ୍ୟ ପଢନ୍ତୁ :-ଉତ୍ତର କୋରିଆର ମିସାଇଲ ଲଞ୍ଚରେ ଜାପାନ ଆତଙ୍କିତ, ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ

ଆଜିର ମିସାଇଲ ପରୀକ୍ଷଣ ନେଇ ଉଭୟ ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟ ଚିନ୍ତା ପ୍ରକଟ କରିଛି । ନିକଟରେ ଉତ୍ତର କୋରିଆ ମାଡ କରିଥିବା ମିସାଇଲ ଜାପାନ ବାୟୁସୀମାରେ ଗତି କରି ସମୁଦ୍ରରେ ଖସିଥିଲା । ଯାହାକୁ ନେଇ ଜାପାନ ମଧ୍ୟ ଚିନ୍ତା ପ୍ରକଟ କରିବା ସହ କିଛି ସ୍ଥାନରେ ହାଇଆଲର୍ଟ ଜାରି କରିଥିଲା । ଆଜିର ମିସାଇଲ ଲଞ୍ଚ ନେଇ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କହିଛନ୍ତି, ଉତ୍ତର କୋରିଆରେ ଏପରି କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି । କୌଣସି ପରିସ୍ଥିିତିକୁ ସାମ୍ନା କରିବା ପାଇଁ ଜାପାନ ମଧ୍ୟ ସମସ୍ତ ପ୍ରସ୍ତୁତି ରହିଥିବା କିଶିଦା ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.