ETV Bharat / international

ଶାନ୍ତି ପୁରସ୍କାର ବିଜେତା ଏଲେସ ବିଆଲିଆତସ୍କିଙ୍କୁ 10 ବର୍ଷର କାରାଦଣ୍ଡାଦେଶ

ଶାନ୍ତି ପୁରସ୍କାର ବିଜେତା ତଥା ଫେମସ ମାନବାଧିକାର କର୍ମକର୍ତ୍ତା ଏଲେସ ବିଆଲିଆତସ୍କିଙ୍କୁ ବେଲାରୁଷର ଏକ କୋର୍ଟ 10 ବର୍ଷର କାରାଦଣ୍ଡ। ଆପରାଧିକ ମାମଲାରେ ଜଡିତ ନେଇ ତାଙ୍କୁ ଏହି ଦଣ୍ଡବିଧାନ କରାଛନ୍ତି ବେଲାରୁଷର କୋର୍ଟ । ଅଧିକ ପଢ଼ନ୍ତୁ

ନୋବେଲ ପୁରସ୍କାର ବିଜେତାଙ୍କୁ 10 ବର୍ଷର କାରାଦଣ୍ଡା

author img

By

Published : Mar 5, 2023, 5:20 PM IST

ହାଇଦ୍ରାବାଦ: ନୋବେଲ ପୁରସ୍କାର ବିଜେତାଙ୍କୁ 10 ବର୍ଷର କାରାଦଣ୍ଡା ଦେଶ । 2022ରେ ଶାନ୍ତି ପୁରସ୍କାର ବିଜେତା ତଥା ଜଣାଶୁଣା ମାନବାଧିକାର କର୍ମକର୍ତ୍ତା ଏଲେସ ବିଆଲିଆତସ୍କିଙ୍କୁ ବେଲାଋଷର ଏକ କୋର୍ଟ 10 ବର୍ଷର କାରାଦଣ୍ଡା ଦେଶ ଶୁଣାଇଛନ୍ତି । ତେବେ ବିକ୍ଷୋଭ ପାଇଁ ପାଣ୍ଠି ଯୋଗାଣ କରିବା, ତସ୍କରି ପରି ଅନ୍ୟ କେତେକ ଅପରାଧିକ ମାମଲାରେ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି । 10 ବର୍ଷର କାରାଦଣ୍ଡା ଦେଶ ସହ 60 ବର୍ଷୀୟ ଏଲେସଙ୍କୁ 65 ହଜାର ୟୁରୋପୀୟ ଡଲାର ଜରିମାନା ଲଗାଇଛନ୍ତି କୋର୍ଟ । ତେବେ ଏଲେସଙ୍କ ସହ ତାଙ୍କର ଦୁଇ ସାଙ୍ଗଙ୍କୁ ମଧ୍ୟ 7ରୁ 9 ବର୍ଷ ପାଇଁ ଜେଲ ଦଣ୍ତରେ ଦଣ୍ଡିତ କରାଯାଇଛି । ଏହି ତିନି ଜଣଙ୍କୁ କଡା ସୁରକ୍ଷା ବଳୟରେ ରଖାଯିବ । ତେବେ କେତେକ ଗୋଷ୍ଠୀ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ରାୟ ଦର୍ଶାଇ ନିନ୍ଦା କରିଛନ୍ତି ।

ଅଧିକ ପଢ଼ନ୍ତୁ: ୟୁପି ବିଧାନସଭାରେ ବସିଲା କୋର୍ଟ, ଦିନକ ପାଇଁ ଜେଲ୍ ଗଲେ ୬ ଜଣ ପୋଲିସ୍

ବର୍ଷୀୟ ଏଲେସ୍‌ ହେଉଛନ୍ତି ମାନବ ଅଧିକାର ଗୋଷ୍ଠୀ 'ଭିଆସ୍‌ନା'ର ସହପ୍ରତିଷ୍ଠାତା । ମାନବାଧିକାର ଓ ଗଣତନ୍ତ୍ର ପ୍ରତି ଏଲେସ୍‌ଙ୍କ ଅବଦାନକୁ ନେଇ ଗତବର୍ଷ ଅକ୍ଟୋବରରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ଋଷୀୟ ମାନବାଧିକାର ଗୋଷ୍ଠୀ 'ମେମୋରିଆଲ୍‌' ଏବଂ ୟୁକ୍ରେନ୍‌ର 'ସେଣ୍ଟର ଫର୍‌ ସିଭିଲ ଲିବର୍ଟିଜ୍‌' ସହ ଏଲେସ୍‌ ମିଳିତ ଭାବେ ଏହାକୁ ଗ୍ରହଣ କରିଥିଲେ । 2020ରେ ଆଲେକ୍‌ଜାଣ୍ଡାର ଲୋକୋଶେଙ୍କୁ ବେଲାରୁଷ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ସରକାର ବିରୋଧୀ ବିକ୍ଷୋଭର ସେ ଜଣେ ପ୍ରମୁଖ ଚେହେରା ।

ଏଲେସ୍‌ ଓ ତାଙ୍କ ଦୁଇଜଣ ସହଯୋଗୀଙ୍କୁ 2021 ରେ ଗିରଫ କରାଯାଇଥିଲା। ଯାଞ୍ଚରୁ ଜଣା ପଦିଥିଲା କି ଏଲେସ୍‌ ଓ ତାଙ୍କ ସହଯୋଗି ଜେଲରେ ଥିବା ଆନ୍ଦୋଳନକାରୀମାନଙ୍କୁ ତାଙ୍କ ସଂସ୍ଥା ଆଇନଗତ ଓ ଆର୍ଥିକ ସହାୟତା ଦେଇଥିଲା । ବେଲାଋଷରେ ଏହି କାର୍ଯ୍ୟକୁ ଆଇନ ଆନୁଯାୟୀ ଅପରାଧ ଭାବେ ବିବେଚନା କରାଯାଏ । ଏହାସହ ଏହି କାର୍ଯ୍ୟ ପାଇଁ ବର୍ଷର କାରାଦଣ୍ଡାଦେଶ ରହିଛି । ଅଭିଯୋଗକାରୀ ପକ୍ଷମାନେ ଏଲେସ୍‌ଙ୍କୁ 12 ବର୍ଷ ଜେଲଦଣ୍ଡ ଦିଆଯାଉ ବୋଲି ମିନ୍‌ସ୍କ କୋର୍ଟଙ୍କୁ ନିବେଦନ କରିଥିଲେ । ନିର୍ବାସିତ ବେଲାଋଷୀୟ ବିରୋଧୀ ନେତା ସିଆଟଲାନା ତିଖାନୋଉସକାୟା ଟ୍ବିଟ୍‌ କରି କହିଛନ୍ତି, ‘‘ଏଲେସ୍‌ ଏବଂ ଅନ୍ୟ ଆକ୍ଟିଭିଷ୍ଟମାନଙ୍କୁ ଉପଯୁକ୍ତ ଶୁଣାଣି ନକରି ଦଣ୍ଡିତ କରାଯାଇଛି । ଏହାକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରାଯିବା ଉଚିତ । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ । ଏହି ଲଜ୍ଜାକର ଅନ୍ୟାୟ ବିରୋଧରେ ଆମେ ଲଢ଼େଇ କରି ସେମାନଙ୍କୁ ମୁକ୍ତ କରିବୁ ବୋଲି କହିଛନ୍ତି ତିଖାନୋଉସକାୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.