ETV Bharat / international

ନିକୋସ ସାଇପ୍ରସ ନୂଆ ରାଷ୍ଟ୍ରପତି, ଶୁଭେଚ୍ଛା ଜଣାଇଲେ ମୋଦି

ସାଇପ୍ରସକୁ ତାର ନୂଆ ରାଷ୍ଟ୍ରପତି ମିଳିଛନ୍ତି । ନିକୋସ କ୍ରିଷ୍ଟୋଡୌଲାଇଡସ ସାଇପ୍ରସର ନୂଆ ରାଷ୍ଟ୍ରପତି ହୋଇଛନ୍ତି ।

ନିକୋସ କ୍ରିଷ୍ଟୋଡୌଲାଇଡସ ସାଇପ୍ରସର ନୂଆ ରାଷ୍ଟ୍ରପତି
nikos christodoulides cyprus new president
author img

By

Published : Feb 14, 2023, 7:41 AM IST

ନିକୋସିଆ: ସାଇପ୍ରସକୁ ନୂଆ ରାଷ୍ଟ୍ରପତି ମିଳିଛନ୍ତି । ସାଇପ୍ରସର ପୂର୍ବତନ ବୈଦେଶିକ ମନ୍ତ୍ରୀ ନିକୋସ କ୍ରିଷ୍ଟୋଡୌଲାଇଡସ ନୂଆ ରାଷ୍ଟ୍ରପତି ହୋଇଛନ୍ତି । ରବିବାର ନିଜ ପ୍ରତିନ୍ଦ୍ବନ୍ଦୀ ଆଣ୍ଡ୍ରେସ ମାଭରୋୟାନିସଙ୍କୁ ପରାସ୍ତ କରି ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକୋସଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

  • Congratulations to H. E. Nikos @Christodulides for being elected the President of Cyprus. I look forward to working closely with him to enhance India-Cyprus ties.

    — Narendra Modi (@narendramodi) February 13, 2023 " class="align-text-top noRightClick twitterSection" data=" ">

ନିକୋସ ତାଙ୍କ ପ୍ରତିନ୍ଦ୍ବନ୍ଦୀ ଆଣ୍ଡ୍ରେସ ମାଭରୋୟାନିସଙ୍କୁ 51.9% ଭୋଟରେ ପରାସ୍ତ କରିଥିଲେ । ସେ ମୋଟ 2,04,680 ଭୋଟ ପାଇଥିଲେ । ଆଣ୍ଡ୍ରେସଙ୍କୁ ମାତ୍ର 48.1% ଭୋଟ ମିଳିଥିଲା । ରାଷ୍ଟ୍ରପତି ନିର୍ବାଚନରେ ମୋଟ 4, 05,000 ଭୋଟ ଗ୍ରହଣ ହୋଇଥିଲା । ମତଗଣନା ପ୍ରକାଶ ପାଇବା ପରେ ନିକୋସ ବିଜୟୀ ହୋଇଥିଲେ । ସାଇପ୍ରସ ଛୋଟିଆ ଦେଶଟିଏ ହେଲେ ମଧ୍ୟ ରାଜନୈତିକ ଦୃଷ୍ଟିରେ ଏହାର ଅଧିକ ଗୁରୁତ୍ବ ରହିଛି ।

ଏହା ବି ପଢନ୍ତୁ...Gold Rose Bouquet: ଭାଲେଣ୍ଟାଇନ ଡେ' ଲାଗି ପ୍ରଧାନମନ୍ତ୍ରୀଙ୍କୁ ଦାମୀ ଗିଫ୍ଟ ଦେଲେ ସୁରତ ଛାତ୍ର

ନିକୋସ ରାଷ୍ଟ୍ରପତି ନିର୍ବାଚିତ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ମୋଦି ଲେଖିଛନ୍ତି, "ସାଇପ୍ରସ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବାରୁ ନିକୋସଙ୍କୁ ଅନେକ ଅନେକ ଅଭିନନ୍ଦନ । ଭାରତ ଓ ସାଇପ୍ରସ ଦ୍ବିପାକ୍ଷିକ ସମ୍ପର୍କକୁ ସୃଦୁଢ ଓ ମଜଭୁତ କରିବା ପାଇଁ ତାଙ୍କ ସହିତ କାର୍ଯ୍ୟ କରିବାକୁ ଅପେକ୍ଷାରେ ରହିଛି ।"

ଏହା ବି ପଢନ୍ତୁ...LokSabha News: ଭାରତରେ ବଢୁଛି ଆତ୍ମହତ୍ୟା ପ୍ରବଣତା, 2ବର୍ଷରେ 4 ଲକ୍ଷ 50 ହଜାର ହାରିଲେଣି ଜୀବନ

ପୂର୍ବ ବୈଦେଶିକ ମନ୍ତ୍ରୀ ଥିବା ନିକୋସ କ୍ରିଷ୍ଟୋଡୌଲାଇଡସ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ରବିବାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ ଏକତା ସରକାର ଓ ତୁର୍କୀ ସାଇପ୍ରସ ସହତି ଶାନ୍ତି ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି । 2014ରେ ସରକାରଙ୍କ ମୁଖପାତ୍ର ଭାବେ ନିଯୁକ୍ତ ହୋଇଥିଲେ ନିକୋସ । ଏହାପରେ 2018ରେ ଦେଶର ବୈଦେଶିକ ମନ୍ତ୍ରୀ ଥିଲେ । ନିକୋସଙ୍କୁ ଡେମୋକ୍ରାଟିକ ପାର୍ଟି, ସୋସିଆଲ ଡେମୋକ୍ରାସି ପାର୍ଟିର ସମର୍ଥନ ରହିଛି ।

ନିର୍ବାଚନରେ ପରାସ୍ତ ହୋଇଥିବା ଆଣ୍ଡ୍ରେସ ମାଭରୋୟାନିସ କହିଛନ୍ତି, ଆଜି ଏକ ଶାନ୍‌ଦାର୍‌ ଯାତ୍ରା ଶେଷ ହୋଇଛି । ସେହିପରି ଗଣମାଧ୍ୟମକୁ ନିକୋସ କହିଥିଲେ, "ମୋତେ ମୋ ବିଜୟ ଉପରେ ଭରସା ଥିଲା । ସାଇପ୍ରସ ଜନତା ଜାଣିଛନ୍ତି ବୁଝିଛନ୍ତି କଣ ବାଜିରେ ଲାଗିଛି । ମୋତେ ସେମାନଙ୍କ ନିଷ୍ପତ୍ତି ଉପରେ ଭରସା ଥିଲା ।"

ସାଇପ୍ରସକୁ 1974ରେ ବିଭାଜିତ କରାଯାଇଥିଲା । ଗ୍ରୀକ ଜବାବରେ ତୁର୍କୀ ସେନା ଉତ୍ତର ଅଞ୍ଚଳକୁ କବଜା କରି ନେଇଥିଲେ । ଏହାପରେ ସାଇପ୍ରସ ଏବଂ ତୁର୍କୀ ମଧ୍ୟରେ ଦକ୍ଷିଣରେ ଗ୍ରୀକ ସାଇପ୍ରିୟୋଟସ ଏବଂ ଉତ୍ତରରେ ତୁର୍କୀୟ ମଧ୍ୟରେ ବିବାଦ ଲାଗି ରହିଛି । ଏହି ବିବାଦକୁ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ନିକୋସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.