ETV Bharat / international

ନାଇଜେରିଆରେ କ୍ଷମତା ଦଖଲ କଲା ସେନା, ରାଷ୍ଟ୍ରପତି ବାଜମ ଗାଦିଚ୍ୟୁତ - ରାଷ୍ଟ୍ରପତି ମହମ୍ମଦ ବାଜମ

ଆଫ୍ରିକୀୟ ଦେଶ ନାଇଜେରିଆରେ ରାଷ୍ଟ୍ରପତିଙ୍କୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କଲା ସେନା । ଅଧିକ ପଢନ୍ତୁ

ନାଇଜେରିଆରେ କ୍ଷମତା ଦଖଲ କଲା ସେନା
ନାଇଜେରିଆରେ କ୍ଷମତା ଦଖଲ କଲା ସେନା
author img

By

Published : Jul 27, 2023, 9:14 AM IST

Updated : Jul 27, 2023, 10:32 AM IST

ନାଇଜେରିଆ: ଆଫ୍ରିକୀୟ ଦେଶ ନାଇଜେରିଆରେ କ୍ଷମତା ଦଖଲ କଲା ସେନା । ଗାଦିଚ୍ୟୁତ ହେଲେ ରାଷ୍ଟ୍ରପତି ମହମ୍ମଦ ବାଜମ । ନାଇଜେରିଆ ସେନା ରାତିରାତି ରାଷ୍ଟ୍ରପତି ବାଜମକୁ ହଟାଇ କ୍ଷମତା ଅକ୍ତିଆର କରିଛି । ଏପରିକି ରାଷ୍ଟ୍ରପତିଙ୍କୁ ବନ୍ଦୀ କରି ରଖିଥିବା ଦାବି କରିଛି । ସେନା କ୍ଷମତା ଦଖଲ କରିବା ପରେ ଦେଶରେ ସବୁ ଶିକ୍ଷାନୁଷ୍ଠାନ ଗୁଡିକୁ ତୁରନ୍ତ ସସପେଣ୍ଡ ଘୋଷଣା କରାଯାଇଛି । ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରାଯାଇ ସମସ୍ତ ସୀମାକୁ ବନ୍ଦ ରଖାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ସେନା ପକ୍ଷରୁ ଘୋଷଣା କରାଯାଇଛି । ଏହି ଘଟଣାକୁ ବିଭିନ୍ନ ପାଶ୍ଚାତ୍ୟ ଦେଶ ଦୃଢ ନିନ୍ଦା କରିଛନ୍ତି ।

ନାଇଜେରିଆର କର୍ଣ୍ଣେଲ ମେଜର ଆମାଦୋ ଆବଡ୍ରାମେନ ୯ ଜଣ ସୈନିକଙ୍କ ସହିତ ଗଣମାଧ୍ୟମରେ କହିଛନ୍ତି ଯେ, ପ୍ରତିରକ୍ଷା ଓ ସୁରକ୍ଷା ବଳ ଦେଶରେ ପ୍ରଚଳିତ ଶାସନର ଅନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦେଶର ସୁରକ୍ଷା ସ୍ଥିତିରେ ଅବନତି ଏବଂ ଦୁର୍ବଳ ଆର୍ଥିକ ଓ ସାମାଜିକ ପରିଚାଳନା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି । ସେନା କ୍ଷମତା ଦଖଲ କରିବା ପରେ ସମସ୍ତ ଅନୁଷ୍ଠାନ ଗୁଡିକୁ ସସପେଣ୍ଡ କରାଯାଇଛି । ସମସ୍ତ ସୀମା ବନ୍ଦ ରଖାଯାଇଛି । ଦେଶବ୍ୟାପୀ କର୍ଫ୍ୟୁ ଲାଗୁ ହୋଇଛି । ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ରାତି ୧୦ରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ତେବେ ଏହି ବ୍ୟାପାରରେ କୌଣସି ବିଦେଶୀ ଶକ୍ତି ହସ୍ତକ୍ଷେପ ନ କରିବାକୁ ଚେତାବନୀ ଦେଇଛି ସେନା ।

ଏହାମଧ୍ୟ ପଢନ୍ତୁ: China: ନିଖୋଜ ବିଦେଶ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ବରଖାସ୍ତ କଲା ଚୀନ

ନାଇଜେରିଆରେ ସେନାର ବିଦ୍ରୋହକୁ ନିନ୍ଦା କରି ରାଷ୍ଟ୍ରପତି ବାଜମଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଆମେରିକା । ସମସ୍ତ ଆର୍ଥିକ ସହାୟତା ବନ୍ଦ କରିବାକୁ ମଧ୍ୟ କଡା ଚେତାବନୀ ଦେଇଛି । ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ କହିଛନ୍ତି ଯେ, ମୁଁ ଆଜି ସକାଳେ ରାଷ୍ଟ୍ରପତି ବାଜମଙ୍କ ସହ କଥା ହୋଇଛି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଆମେରିକା ଦୃଢ ସମ୍ପର୍ଥନ କରିବ । ବାଜମଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛୁ । ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ମଧ୍ୟ ବାଜମଙ୍କ ପ୍ରତି ପୂର୍ଣ୍ଣ ସମର୍ଥନ ଘୋଷଣା କରି ଆଫ୍ରିକୀୟ ରାଷ୍ଟ୍ରରେ ସ୍ଥିରତା ଫେରାଇ ଆଣିବା ଦିଗରେ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛନ୍ତି । କହିରଖୁଛି କି, ଶେଷଥର ପାଇଁ ୧୯୯୩ ମସିହାରେ ନାଇଜେରିଆ ସେନା ଦେଶର କ୍ଷମତା ଦଖଲ କରିଥିଲା ।

ନାଇଜେରିଆ ନ୍ୟୁଜ ଏଜେନ୍ସି ଅନୁସାରେ, ବିଦ୍ରୋହୀ ଶକ୍ତି ରାଷ୍ଟ୍ରପତି ବାଜମଙ୍କୁ ରାଷ୍ଟ୍ରପତି ଭବନରେ କଏଦ କରି ରଖିଥିବା ଜଣାପଡିଛି । ତେବେ କର୍ଣ୍ଣେଲ ମେଜର କ୍ଷମତା ଦଖଲ ନେଇ ଘୋଷଣା ବେଳେ ବାଜମ କେଉଁଠି ଥିଲେ ଏବଂ ସେ ଇସ୍ତଫା ଦେଇଥିଲେ ନା ନାହିଁ ତାହା ଜଣାପଡିନି ।

Last Updated : Jul 27, 2023, 10:32 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.