ETV Bharat / international

ଇସ୍ତଫା ଦେବେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

author img

By

Published : Jan 19, 2023, 9:56 AM IST

ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣ । ଅଧିକ ପଢନ୍ତୁ

New Zealand Prime Minister will resign
ଇସ୍ତଫା ଦେବେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ୱିଲିଂଟନ: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣ ଇସ୍ତାଫା ଦେବା ନେଇ ଆଜି (ଗୁରୁବାର) ଘୋଷଣା କରିଛନ୍ତି । ଆସନ୍ତା ମାସ ଆର୍ଥାତ ଫେବୃଆରୀ 7 ତାରିଖରେ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଫେବୃଆରୀ 7 ତାରିଖ ତାଙ୍କର ଶେଷ ଦିନ ବୋଲି କହିଛନ୍ତି ଜେସିଣ୍ଡା ଆର୍ଡର୍ଣ୍ଣ । 2017ରେ ମେଣ୍ଟ ସରକାରରେ ଆର୍ଡର୍ଣ୍ଣ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ସେ କେନ୍ଦ୍ର ବାମପନ୍ଥୀ ଲେବର ପାର୍ଟି ନେତୃତ୍ବରେ 3 ବର୍ଷ ପରେ ବିଜୟୀ ହୋଇଥିଲେ ।

ଜେସିଣ୍ଡା ଆର୍ଡର୍ଣ୍ଣ କହିଛନ୍ତି, ସେ ଚଳିତ ବର୍ଷ ପୁନଃନିର୍ବାଚନ ଲଢିବେ ନାହିଁ । ପ୍ରଧାନମନ୍ତ୍ରୀ ଭାବେ ଫେବୃଆରୀ 7 ତାରିଖ ତାଙ୍କର ଶେଷ ଦିନ । ଯେ ପର୍ଯ୍ୟନ୍ତ ପାରିଲି ସେ ପର୍ଯ୍ୟନ୍ତ କଲି । ଏବେ ମୋର ଇସ୍ତଫା ଦେବା ସମୟ ଆସିଛି । ଆଉ ଚାରି ବର୍ଷ ଶାସନ ଚଳାଇବାକୁ ମୋର କ୍ଷମତା ନାହିଁ । ଆଗାମୀ ନିର୍ବାଚନରେ ବିଜୟୀ ହେବୁ ବୋଲି ଆଶା ।'' ଚଳିତ ବର୍ଷ ଆକ୍ଟୋବର 14ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କୋରୋନା ମହାମାରୀ ସମୟରେ ସାଢେ ପାଞ୍ଚ ବର୍ଷ କାର୍ଯ୍ୟକାଳକୁ ଆଗେଇ ନେଇଥିଲେ ଜେସିଣ୍ଡା ଆର୍ଡର୍ଣ୍ଣ ।

ଏହା ବି ପଢନ୍ତୁ...ୟୁକ୍ରେନରେ ହେଲିକପ୍ଟରର ଦୁର୍ଘଟଣା, ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ସମେତ 16 ମୃତ !

ଜେସିଣ୍ଡା ଆର୍ଡର୍ଣ୍ଣ ଆହୁରି କହିଛନ୍ତି, ଲେବର ପାର୍ଟି ତାଙ୍କ ନୂଆ ନେତା ଜାନୁଆରୀ 22ରେ ବାଛିବେ । ଇସ୍ତଫା ଦେବା ନେଇ କୌଣସି ଗୁପ୍ତ କାରଣ ନାହିଁ । ମୁଁ ବି ଜଣେ ମଣିଷ । ମୁଁ ଏଥିପାଇଁ ଇସ୍ତଫା ଦେଉନାହିଁ କି ଆମେ ଆଗାମୀ ନିର୍ବାଚନରେ ଜିତି ପାରିବୁ ନାହିଁ । ମୋତେ ଭରସା ଅଛି କି ଆମେ ଜିତି ପାରିବୁ ଏବଂ ଜିତିବୁ ମଧ୍ୟ । ମୋର ଇସ୍ତଫା ଫେବୃଆରୀ 7ରୁ ଲାଗୁ ହୋଇଯିବ । ମୁଁ ଯେତିକି ସମୟ ରହିବା କଥା ରହିଲି ଏବେ ସମୟ ଆସିଛି ଇସ୍ତଫା ଦେବାର ।''

ଏହା ବି ପଢନ୍ତୁ...118 ବର୍ଷରେ ବିଶ୍ବର ସବୁଠାରୁ ବୟସ୍କ ବୃଦ୍ଧାଙ୍କ ପରଲୋକ

37 ବର୍ଷରେ ହୋଇଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ: 1980 ମସିହା ଜୁଲାଇ 26ରେ ହେମିଲଟନରେ ଜନ୍ମଗ୍ରହଣ କରିଥିଲେ ଜେସିଣ୍ଡା । ତାଙ୍କ ବାପା ଜଣେ ପୋଲିସ ଅଫିସର ଏବଂ ମାଆ ଘରଣୀ । ଜେସିଣ୍ଡାକୁ ରାଜନୀତିରେ ଇଚ୍ଛା ଥିଲା । 2001 ମାତ୍ର 18 ବର୍ଷ ବୟସରେ ନ୍ୟୁଜିଲାଣ୍ଡ ଲେବର ପାର୍ଟିରେ ଯୋଗ ଦେଇଥିଲେ । ତତ୍କକାଳୀନ ପ୍ରଧାନମନ୍ତ୍ରୀ ହେଲେନ କ୍ଲାର୍କଙ୍କ ପାଇଁ ରିର୍ସଚର ଭାବେ କାମ କରୁଥିଲେ । 2017ରେ 37 ବର୍ଷ ବୟସରେ ନ୍ୟୁଜିଲାଣ୍ଡର ସବୁଠୁ କମ ବୟସର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେବେଠୁ ନେଇ ଏବେ ଯାଏ ଅନେକ ସଙ୍କଟର ମୁକାବିଲା କରିଥିଲେ କାରଣ ସେ ବହୁ ଲୋକପ୍ରିୟ ଥିଲେ । 2021ରେ ଜେସିଣ୍ଡାଙ୍କୁ ଦୁନିଆରେ ସବୁଠୁ ଭଲ ନେତା ହୋଇଥିବା ପୁରସ୍କାର ମିଳିଥିଲା । ମହାମାରୀ ମୁକାବିଲା, କ୍ରାଇଟ୍ସ ଚର୍ଚ୍ଚ ଘଟଣା ନେଇ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.