ETV Bharat / international

Nepal PM Twitter Handle hacked: ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ

author img

By

Published : Mar 16, 2023, 9:11 AM IST

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ଅଫିସିଆଲ ଟ୍ବିଟର ଆକାଉଣ୍ଟ ହ୍ୟାକ । ପ୍ରୋଫାଇଲରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ବଦଳରେ ଦେଖାଗଲା ବ୍ଲର ଆକାଉଣ୍ଟ । ଅଧିକ ପଢନ୍ତୁ

ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ । ଆଜି(ଗୁରୁବାର) ଭୋର୍ ସମୟରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ଅଫିସିଆଲ ଟ୍ବିଟର ଆକାଉଣ୍ଟ @PM_Nepal_ହ୍ୟାକ୍ କରାଯାଇଛି । ଦହଲଙ୍କ ଟ୍ବିଟର ଆକାଉଣ୍ଟରେ ତାଙ୍କ ଫଟୋ ବଦଳରେ ବ୍ଲର ଆକାଉଣ୍ଟ ଦେଖିବାକୁ ମିଳିଛି । ଯାହାକି ପ୍ରୋ ଟ୍ରେଡର୍ସଙ୍କ ପାଇଁ ନନ-ଫନଜିବୁଲ ମାର୍କେଟପ୍ଲେସ ଅଟେ । ତେବେ ଏହି ଘଟଣା ସମ୍ପର୍କରେ ଟ୍ବିଟରର ଦୃଷ୍ଟି ଆକର୍ଷଣ ହେବା ପରେ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଯାଇଛି । ବର୍ତ୍ତମାନ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ୬ ଲକ୍ଷ ୯୦ ହଜାରରୁ ଅଧିକ ଫଲୋର୍ସ ଅଛନ୍ତି ।

@PM_Nepal_ ଟ୍ବିଟର ହ୍ୟାଣ୍ଡଲରେ ଏକ ଟ୍ବିଟ୍ ପିନ କରାଯାଇଛି । ଏଥିରେ ଲେଖାଯାଇଛି, ଖୋଜାଖୋଜି ଆରମ୍ଭ ହୋଇଯାଇଛି । ନିଜର Back ବା SewerPass ପ୍ରସ୍ତୁତ ରଖନ୍ତୁ ଏବଂ ଖାଲରେ ପଡନ୍ତୁ !ttps://thesummoning.party .'' ଏଥିସହ ଏକ ଟ୍ବିଟ୍‌ରେ ରିପ୍ଲାଏ ଦେଇ ଏନଏଫଟି ସେଲ୍ ସମ୍ପର୍କରେ ଲେଖାଯାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟର ହ୍ୟାକ ହୋଇଥିବା ଜଣାପଡିବା ପରେ ଆଲୋଡନ ଖେଳିଯାଇଥିଲା । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀମାନେ ବହୁ ଚେଷ୍ଟା ପରେ ଆକାଉଣ୍ଟକୁ ପୁଣି ରିଷ୍ଟୋର କରିଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: Land for jobs scam case: CBI ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଗଲେ ତେଜସ୍ବୀ

ପ୍ରକାଶ ଥାଉକି, ଏହାପୂର୍ବରୁ ପଶ୍ଚିମବଙ୍ଗ ପ୍ରଧାନମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ TMCର ଟ୍ବିଟର ଆକାଉଣ୍ଟ ହ୍ୟାକ କରାଯାଇଥିଲା । ହ୍ୟାକର ଏହାର ନାମ ଓ ଡିପି ପରିବର୍ତ୍ତନ କରିଦେଇଥିଲା । ଅଫିସିଆଲ ଆକାଉଣ୍ଟର ନାମ ୟୁଗା ଲାବ୍ସ ଲେଖା ହୋଇଥିବାବେଳେ ପ୍ରୋଫାଇଲ ଫଟୋ କଳା ରଙ୍ଗର Y ଆକୃତିର ନଜର ଆସିଥିଲା ।

ଏହାମଧ୍ୟ ପଢନ୍ତୁ: ବାଚସ୍ପତିଙ୍କ ଅଫିସ ସାମ୍ନାରେ ଶାସକ-ବିରୋଧୀ ସଂଘର୍ଷ: 4 ବିରୋଧୀ ବିଧାୟକ ଆହତ

ସେହିପରି କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୃହମନ୍ତ୍ରୀ ଅମିତ ଶାହଙ୍କ ଟ୍ବିଟର ଆକାଉଣ୍ଟ ମଧ୍ୟ ହ୍ୟାକ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆକାଉଣ୍ଟ ହ୍ୟାକ କରି ହ୍ୟାକର ବିଟକଏନ ସମ୍ପର୍କରେ ଟ୍ବିଟ୍ କରିଥିଲା । ହ୍ୟାକର ଲେଖିଥିଲା, ଭାରତ ସରକାର ବିଧିବଦ୍ଧ ଭାବେ ବିଟକଏନକୁ ମାନ୍ୟତା ଦେଇଛନ୍ତି ଏବଂ ୫୦୦ ବିଟକଏନ କିଣି ଲୋକଙ୍କୁ ବାଣ୍ଟୁଛନ୍ତି । ତେବେ ଟ୍ବିଟ୍ କରିବାର କିଛି ସମୟ ପରେ ଏହାକୁ ନିଜେ ଡିଲିଟ ମଧ୍ୟ କରିଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.