ETV Bharat / international

ହିନ୍ଦୁ ବିଶ୍ବାସ ହିଁ ମତେ ପ୍ରଧାନମନ୍ତ୍ରୀ ଭାବେ ମାର୍ଗଦର୍ଶନ କରାଏ: ସୁନକ - ଋସି ସୁନକ

ହିନ୍ଦୁ ବିଶ୍ବାସ ହିଁ ମତେ ପ୍ରଧାନମନ୍ତ୍ରୀ ଭାବେ ମାର୍ଗଦର୍ଶନ କରାଏ କହିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ବଂଶଜ ଋଷି ସୁନକ । ରାମ କଥା କାର୍ଯ୍ୟକ୍ରମରେ କଲେ ଅଂଶଗ୍ରହଣ । ଅଧିକ ପଢନ୍ତୁ

ହିନ୍ଦୁ ବିଶ୍ବାସ ହିଁ ମତେ ପ୍ରଧାନମନ୍ତ୍ରୀ ଭାବେ ମାର୍ଗଦର୍ଶନ କରାଏ: ସୁନକ

author img

By

Published : Aug 16, 2023, 6:22 AM IST

ଲଣ୍ଡନ: ଭାରତୀୟ ବଂଶଜ ତଥା ବର୍ତ୍ତମାନର ଗ୍ରେଟ-ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ହିନ୍ଦୁ ବିଶ୍ବାସକୁ ନେଇ ବଡ ବୟାନ ଦେଇଛନ୍ତି । କହିଛନ୍ତି ଯେ, ତାଙ୍କର ହିନ୍ଦୁ ବିଶ୍ୱାସ ହିଁ ତାଙ୍କୁ ଜୀବନର ପ୍ରତ୍ୟେକ ଦିଗରେ ମାର୍ଗଦର୍ଶନ କରିଥାଏ । ଏପରିକି ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବା କ୍ଷେତ୍ରରେ ମଧ୍ୟ ଏହି ହିନ୍ଦୁ ବିଶ୍ବାସର ବଡ ଭୂମିକା ରହିଛି । ଏହି ବିଶ୍ବାସ ତାଙ୍କୁ ଯଥାସମ୍ଭବ କାର୍ଯ୍ୟ କରିବାକୁ ତାଙ୍କୁ ସାହସ ଦେଇଥାଏ ବୋଲି ସୁନକ କହିଛନ୍ତି ।

ଲଣ୍ଡନର ପ୍ରତିଷ୍ଠିତ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଆଧ୍ୟାତ୍ମିକ ଗୁରୁ ମୋରି ବାପୁଙ୍କ ଦ୍ୱାରା ଆୟୋଜିତ 'ରାମ କଥା' କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଏହି କାର୍ଯ୍ୟକ୍ରମରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ ନୁହନ୍ତି ବରଂ ଜଣେ ହିନ୍ଦୁ ଭାବେ ଅଂଶଗ୍ରହଣ କରିବାକୁ ଆସିଛନ୍ତି । ହିନ୍ଦୁ ବିଶ୍ବାସ ମତେ ସମସ୍ତ କ୍ଷେତ୍ରରେ ରାସ୍ତା ଦେଖାଇଛି । ଏପରିକି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବା ଦିଗରେ ମଧ୍ୟ ହିନ୍ଦୁ ବିଶ୍ବାସ ହିଁ ତାଙ୍କର ମାର୍ଗଦର୍ଶକ ବୋଲି ସୁନକ କହିଛନ୍ତି ।

ସୁନକ କହିଛନ୍ତି, ‘‘ମୋ ପାଇଁ ବିଶ୍ବାସ ଅତ୍ୟନ୍ତ ବ୍ୟକ୍ତିଗତ । ଏହା ମୋତେ ମୋ ଜୀବନର ପ୍ରତ୍ୟେକ ଦିଗରେ ମାର୍ଗଦର୍ଶନ କରିଥାଏ । ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ଏକ ଗୌରବର ବିଷୟ, କିନ୍ତୁ ଏହା ସହଜ କାମ ନୁହେଁ । କଠୋର ନିଷ୍ପତ୍ତି ଗ୍ରହଣ କରିବାକୁ ଅଛି, ଏହା କରିବା ପାଇଁ ଆମର ବିଶ୍ୱାସ ହିଁ ଆମକୁ ମାର୍ଗଦର୍ଶନ କରିଥାଏ ।’’ ସେ ଆହୁରି ମଧ୍ୟ କହିଛନ୍ତି, ‘‘ମୋ ଦେଶ ପାଇଁ ସର୍ବୋତ୍ତମ କାର୍ଯ୍ୟ କରିବାକୁ ମୋର ସାହସ, ଶକ୍ତି ଏବଂ ସ୍ଥିରତା ଅଛି । ଯାହା ମତେ ମୋ ହିନ୍ଦୁ ବିଶ୍ବାସରୁ ହିଁ ମିଳିଥାଏ ।

ଏହା ମଧ୍ୟ ପଢନ୍ତୁ:- ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକଙ୍କୁ ନିଯୁକ୍ତ କଲେ ରାଜା ଚାର୍ଲ୍ସ ତୃତୀୟ

ଋଷି ସୁନକ ବ୍ରିଟେନର ନୂତନ ତଥା ୫୭ତମ ତଥା ବ୍ରିଟିଶ ଇତିହାସରେ ଗତ ଦୀର୍ଘ ୨ ଶତାବ୍ଦୀ ମଧ୍ୟରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ (Rishi Sunak new UK PM) ଭାବେ ରେକର୍ଡ କରିଛନ୍ତି । ପୂର୍ବରୁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ଦୌଡରେ ଥିବାବେଳେ ତାଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଲିଜ ଟ୍ରସ । ହେଲେ ଟ୍ରସଙ୍କ ଇସ୍ତଫା ପରେ ପୁଣିଥରେ ପ୍ରତିଦ୍ବନ୍ଦିତା କରି ବ୍ରିଟେନର ଶାସନର ଶୀର୍ଷ ପଦରେ ଅଧିଷ୍ଠିତ ହୋଇଥିଲେ ।

ଋଷି ସୁନକଙ୍କ ପରିବାର ପଞ୍ଜାବର ମୂଳ ବାସିନ୍ଦା । ତିନି ପିଢି ଧରି ସେମାନେ ବ୍ରିଟେନରେ ରହି ଆସୁଛନ୍ତି । ୧୯୮୦ ମସିହାରେ ସାଉଥମ୍ପଟନରେ (Southampton) ସୁନକଙ୍କ ଜନ୍ମ । ସେ ୱିଞ୍ଚେଷ୍ଟର କଲେଜରୁ ରାଜନୀତି ବିଜ୍ଞାନ, ଅକ୍ସୋଫୋର୍ଡ ବିଶ୍ବବିଦ୍ୟାଳଯରୁ ଦର୍ଶନଶାସ୍ତ୍ର ଓ ଅର୍ଥନୀତି ଶିକ୍ଷା ଓ ଷ୍ଟାଣ୍ଡଫର୍ଡ ବିଶ୍ବବିଦ୍ୟାଳୟରୁ MBA କରିଛନ୍ତି । ଭାରତୀୟ ବଂଶୋଦ୍ଭବ ସୁନକ ଇନଫୋସିସ୍ ପ୍ରତିଷ୍ଠାନ ଏନ.ଆର୍ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.