ଲଣ୍ଡନ: ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇ ଇତିହାସ ରଚିଥିଲେ । ସେ ବ୍ରିଟିଶ ଇତିହାସର ୨ ଶତାବ୍ଦୀ ମଧ୍ୟରେ ରାଷ୍ଟ୍ରର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇପାରିଥିଲେ । ତେବେ ଋଷି ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତି ପାଇଁ କେବଳ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି ବୋଲି ତାଙ୍କ ଶାଶୂ ସୁଧା ମୂର୍ତ୍ତି କହିଛନ୍ତି । ସେପଟେ ଋଷି ନିଜର ଚତୁରତା ପାଇଁ ସଠିକ ସମୟରେ ଗୋଟି ଚଳାଇ ବ୍ରିଟେନର ଶାସନ ଭାରକୁ ନିଜ ଅକ୍ତିଆରକୁ ନେଇଥିବା କୁହାଯାଉଥିବା ବେଳେ ଏପଟେ ତାଙ୍କ ଶାଶୂ ଏପରି ବୟାନ ଦେଇଛନ୍ତି ।
-
I made my husband a businessman. My daughter made her husband Prime Minister of UK !
— Vishweshwar Bhat (@VishweshwarBhat) April 23, 2023 " class="align-text-top noRightClick twitterSection" data="
- Sudhamurthy pic.twitter.com/031ByqhDWZ
">I made my husband a businessman. My daughter made her husband Prime Minister of UK !
— Vishweshwar Bhat (@VishweshwarBhat) April 23, 2023
- Sudhamurthy pic.twitter.com/031ByqhDWZI made my husband a businessman. My daughter made her husband Prime Minister of UK !
— Vishweshwar Bhat (@VishweshwarBhat) April 23, 2023
- Sudhamurthy pic.twitter.com/031ByqhDWZ
ଏନେଇ ଅକ୍ଷତା ମୁର୍ତ୍ତିଙ୍କ ମାଆ ତଥା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷିଙ୍କ ଶାଶୂ ସୁଧା ମୂର୍ତ୍ତି କହିଛନ୍ତି, "ମୋ ପାଇଁ ମୋ ସ୍ବାମୀ ଜଣେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି । ଆଉ ମୋ ଝିଅ ପାଇଁ ଆଜି ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏହାର ଗୋଟିଏ ଅର୍ଥ ହେଉଛି ଏହା ପତ୍ନୀମାନଙ୍କର ଚମତ୍କାରିତା । ଦେଖନ୍ତୁ କିପରି ପତ୍ନୀ ତାର ସ୍ବାମୀକୁ ବଦଳାଇଥାଏ । ମୁଁ ମୋ ସ୍ବାମୀଙ୍କୁ ଜଣେ ସଫଳ ବ୍ୟବସାୟୀ, ଉଦ୍ୟୋଗପତି କରାଇଥିବା ବେଳେ ମୋ ଝିଅ ତା'ସ୍ବାମୀକୁ ପ୍ରଧାନମନ୍ତ୍ରୀ କରାଇପାରିଛି । " ସୁଧା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ଏକ ଭିଡିଓ ଜାରି କରିଛନ୍ତି ।
ଏହା ବି ପଢନ୍ତୁ- SCO Meet: ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ରାଜନାଥଙ୍କର ହେଲା ଆଲୋଚନା
ସୂଚନା ଥାଉ କି ଋଷି ସୁନକ ଗତ ୨୦୦୯ ମସିହାରେ ଭାରତର ଧନି ବ୍ୟକ୍ତି ତଥା ଇନଫୋସିସ ଟେକ କମ୍ପାନୀର ସହ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତିଙ୍କ ଝିଅ ଅକ୍ଷତା ମୁର୍ତ୍ତିକୁ ବିବାହ କରିଥିଲେ । ବ୍ରିଟିଶ ରାଜନୀତିରେ ଯେତେବେଳେ ଆର୍ଥିକ ସଙ୍କଟ ଓ ଅଶାନ୍ତ ଦେଖାଗଲା ପୂର୍ବରୁ ନିର୍ବାଚନରେ ପରାଜୟ ବରଣ କରିଥିବା ଋଷିଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଥିଲା । ଏହାପରେ ୪୭ବର୍ଷୀୟ ଲିଜ୍ ଟ୍ରସ ପିଏମ ଗାଦିକୁ ୪୨ ବର୍ଷୀୟ ଭାରତ ବଂଶୋଦ୍ଭବ ଋଷିଙ୍କ ହାତକୁ ଟେକି ଦେଇଥିଲେ । ସେତେବେଳେ ଋଷି କଞ୍ଜରଭେଟିଭ ପାର୍ଟିର ସାଂସଦ ଥିଲେ । ଆଉ ଲିଜ ଟ୍ରସ ନିଜ ଦଳର ସାଂସଦକୁ ଏହି ଗୁରୁ ଦାୟିତ୍ବ ଦେଇଥିଲେ । ଏହାରି ସହିତ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକ ବ୍ରିଟେନ ଶାସନ ଭାର ସମ୍ଭାଳି ପ୍ରତିଟି ଭାରତୀୟଙ୍କୁ ଗର୍ବିତ କରିଥିଲେ ।
ଏହା ବି ପଢନ୍ତୁ- Rishi Sunak New UK PM: ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ