ETV Bharat / international

ଅନେକ ବଡ ଭୂମିକମ୍ପ ଦେଖିଛି ବିଶ୍ବ: ଲିଭିଥିଲା ଜୀବନ ଦୀପ, ମାଟିରେ ମିଶିଥିଲା ଅଟ୍ଟାଳିକା

ତୁର୍କୀରେ ପ୍ରଳୟଙ୍କାରୀ ଭୂମିକମ୍ପ ସବୁ କିଛି ଛାରଖାର କରି ଦେଇଛି । ଧ୍ବସଂଲୀଳା ରଚିଛି ଭୂକମ୍ପ । ରିପୋର୍ଟ ଲେଖା ହେବା ସୁଦ୍ଧା 4 ହଜାରରୁ ଅଧିକ ଜୀବନ ଦୀପ ଲିଭିଯାଇଛି । ତେବେ ବିଶ୍ବରେ ଏହା ପୂର୍ବରୁ ମଧ୍ୟ ଅନେକ ଶକ୍ତିଶାଳୀ ଭୂମିକମ୍ପ ହୋଇଛି । ନଜର ପକାନ୍ତୁ ରିପୋର୍ଟ ଉପରେ । ଅଧିକ ପଢନ୍ତୁ

most powerful earthquakes in world
ପୂର୍ବରୁ ଧ୍ବସଂଲୀଳା ରଚିଛି ଭୂମିକମ୍ପ
author img

By

Published : Feb 7, 2023, 12:51 PM IST

ହାଇଦ୍ରାବାଦ: ତୁର୍କୀରେ ଭୟଙ୍କର ଭୂମିକମ୍ପ ହୋଇଛି । ଥରେ ନୁହେଁ ଚାରି ଚାରି ଥର ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଛି ପଶ୍ଚିମ ଏସିଆ । ସାରା ତୁର୍କୀ ଯେତେବେଳେ ଶୋଇଥିଲା ସେବେ ପ୍ରଥମ ଭୂମିକମ୍ପ ଝଟକା ଲାଗିଥିଲା । ଏହାପରେ ଆଉ ଦୁଇଥର ଭୂମିକମ୍ପ ହୋଇଥିଲା । ତୁହାକୁ ତୁହା ଭୂମିକମ୍ପ ଝଟକାରେ ଛାରଖାର ହୋଇଛି ତୁର୍କୀ । ମୂହୁର୍ତ୍ତକ ମଧ୍ୟରେ ମାଟିରେ ମିଶି ଯାଉଛି ସୁଉଚ୍ଚ କୋଠା । ତାହାରି ତଳେ ଚାପି ହୋଇ ହଜାରହଜାର ଲୋକଙ୍କ ଜୀବନ ଚାଲିଯାଇଛି । ଦେଖୁଦେଖୁ ଆଖି ଆଗରେ ସବୁ କିଛି ଧ୍ବସଂ କରି ଦେଇଛି ଭୟଙ୍କର ଭୂମିକମ୍ପ । ପ୍ରକୃତିର ତାଣ୍ଡବ ସହିଥିବା ତୁର୍କୀରେ ହାହାକର ପରିସ୍ଥିତ ସୃଷ୍ଟି ହୋଇଛି । ହଜାରହଜାର କୋଠା ଭୂମିକମ୍ପ ଝଟକାରେ ଭୁଶୁଡି ପଡିଛି । ରିପୋର୍ଟ ଲେଖାଯିବା ପୂର୍ବରୁ ପ୍ରାୟ 4 ହଜାର 500 ଲୋକଙ୍କ ଜୀବନ ଦୀପ ଲିଭି ସାରିଥିଲା । ଆଉ କିଏ ନୂଆ ଜୀବନ ଦାନ ପାଇବା ଅପେକ୍ଷାରେ ଥିଲେ । ଏବେ ବି ଅନେତ ଜୀବନ ଫସି ରହିଛି । ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ଅଶଙ୍କା କରାଯାଉଛି । ତୁର୍କୀର ଏକାଧିକ ସହରରେ ତାଣ୍ଡବ ରଚିଛି ଭୂମିକମ୍ପ । ତୁର୍କୀରେ ହୋଇଥିବା ଏହି ଭୟଙ୍କର ଭୂକମ୍ପ ଅତୀତର ସେ ଭୟଙ୍କର ଭୂମିକମ୍ପ ସ୍ମୃତିକୁ ତାଜା କରି ଦେଇଛି । ପୂର୍ବରୁ ଅନେକ ବଡ ଭୂମିକମ୍ପ ଦେଖିଛି ବିଶ୍ବ । ଜାଣନ୍ତୁ କେଉଁଠି କେବେ ତାଣ୍ଡବ ରଚିଥିଲା ଭୂମିକମ୍ପ ।

ବିଶ୍ବ ଦେଖିଥିବା 10 ବଡ ଭୂମିକମ୍ପ...

2001 ଭୁଜ ଭୂମିକମ୍ପ: 2001 ଜାନୁଆରୀ 26 ତାରିଖରେ ଗୁଜୁରାଟର ଭୁଜରେ ଶକ୍ତିଶାଳୀ ଭୂମିକମ୍ଫ ହୋଇଥିଲା । ଏହାର ତୀବ୍ରତା 7.7 ଥିଲା । କଚ୍ଛ ଓ ଭୁଜରେ ପ୍ରାୟ 20 ହଜାର ଲୋକ ପ୍ରାଣ ହରାଇଥିଲେ । ରାଜ୍ୟରେ 4 ଲକ୍ଷରୁ ଅଧିର ଘର ମାଟିରେ ମିଶିଥିଲା । ବିଶ୍ବର ତୃତୀୟ ବୃହତ୍ତ ଭୂମିକମ୍ପ ଥିଲା ।

2004 ସୁମାତ୍ରା ଭୂମିକମ୍ପ: 2004 ମସିହାରେ ସୁମାତ୍ରାରେ ଭୂମିକମ୍ପ ସାଙ୍ଗକୁ ସୁନାମି ହୋଇଥିଲା । 9.1 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଦକ୍ଷିଣ ଏସିଆର ଏକ ବଡ ବିପର୍ଯ୍ୟୟ ଘଟାଇଥିଲା । ଏହି ପ୍ରଳୟରେ 14ଟି ଦେଶ ପ୍ରଭାବିତ ହୋଇଥିଲା । 42 ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଶ୍ରୀଲଙ୍କାରେ ଭୂମିକମ୍ପ: 2004 ମସିହାରେ ଶ୍ରୀଲଙ୍କାରେ ଶକ୍ତିଶାଳୀ ଭୂମିକମ୍ପ ଅନୂଭୁତ ହୋଇଥିଲା । 9.2 ତୀବ୍ରତା ଥିଲା । ଏଥିରେ ପ୍ରାୟ 10 ହଜାର ଲେକଙ୍କ ଜୀବନଜୀପ ଲିଭି ଯାଇଥିଲା ।

2005 ପିଓକେର ଭୂମିକମ୍ପ: 2005ରେ ପାକିସ୍ତାନ ଅଧିକୃତ କାଶ୍ମୀରରେ 2005 ମସିହାରେ ଭୟାବହ ଭୂକମ୍ପ ହୋଇଥିଲା । ଏଥିରେ 86 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଲକ୍ଷର ଅଧିକ ଆହତ ହୋଇଥିଲେ ।

2011 ଜାପାନ ଭୂମିକମ୍ପ: 2011 ମାର୍ଚ୍ଚ 11 ତାରିଖରେ ଜାପାନରେ ଭୟଙ୍କର ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା 9.1 ରହିଥିଲା । ଏଥିରେ 2 ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ବଡ ଧରଣର ସୁନାମି ସୃଷ୍ଟି ହୋଇଥିଲା ।

ଇଣ୍ଡୋନେସିଆ ଭୂମିକମ୍ପ: 2012ରେ ଇଣ୍ଡୋନେସିଆରେ ଭୂମିକମ୍ପରେ ବିନାଶଲୀଳା ଦେଖିବାକୁ ମିଳିଥିଲା । ଏହାର ତୀବ୍ରତା 8.6 ଥିଲା । 100ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ।

2015 ନେପାଳ ଭୂମିକମ୍ପ: ନେପାଳରେ 2015 ମସିହାରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୂଭୂତ ହୋଇଥିଲା । ଏହାର ପ୍ରଭାବର ଭାରତ ସମେତ ଚୀନ, ପାକିସ୍ତାନ ଓ ବାଂଲାଦେଶରେ ମଧ୍ୟ ପଡିଥିଲା । 8.1 ତୀବ୍ରତା ଥିଲା । 8 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । 25 ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ ।

ଏହା ବି ପଢନ୍ତୁ...ଶକ୍ତିଶାଳୀ ଭୂକମ୍ପରେ ହାହାକାର: ମୃତ୍ୟୁସଂଖ୍ୟା 4000ରୁ ଅଧିକ, ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

1952 ଋଷିଆ ଭୂମିକମ୍ପ: ଋଷିଆର କାମଚକଟା ନିକଟରେ 1952 ମସିହା ନଭେମ୍ବର 4ରେରେ ବଡ ଧରଣର ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା 9.0 ରହିଥିଲା । ପ୍ରାୟ 15 ହଜାର ଲୋକଙ୍କ ଜୀବନ ଯାଇଥିଲା ।

1960 ଚିଲି ଭୂମିକମ୍ପ: 190 ମସିହା ମେ ମାସରେ ଚିଲିର ବାୟୋବାୟୋ ଠାରେ ବଡ ଧରଣର ଭୂମିକମ୍ପ ହୋଇଥିଲା । ଦୁଇଥର ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ଯଥାକ୍ରମେ 9.4 ଓ 9.6 ରହିଥିଲା । ପ୍ରାୟ 10 ମିନିଟ ଧରି ଭୂମିକମ୍ପ ହୋଇଥିଲା । ପ୍ରକୃତିର ଏହି ତାଣ୍ଡବରେ 6 ହଜାର ଲୋକଙ୍କ ଜୀବନ ଯାଇଥିଲା ।

1964 ଆଲାସ୍କା ଭୂମିକମ୍ପ: 1964 ମସିହାରେ ଗୁଡ ଫ୍ରାଇଡେ ଦିନ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକା ହୋଇଥିଲା । ଏହାର ତୀବ୍ରତା 9.2 ଥିଲା । 5 ମିନିଟରୁ କମ ସମୟ ପାଇଁ ହୋଇଥିଲେ ବି ଏହା ସବୁଠୁ ଶକ୍ତିଶାଳୀ ଭୂମିକମ୍ପ ଭାବେ ବିବେଚନା କରାଯାଏ । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସେହି ଅଞ୍ଚଳରେ 139 ଜଣଙ୍କ ମୃତ୍ୟୁ ହୋଇଥିଲା । ତା ସହିତ ଅନେକ ସମ୍ପତ୍ତି ନଷ୍ଟ ହୋଇଥିଲା ।

ସୂଚନା ଅନୁସାରେ ତୁର୍କୀରେ ଏହା ପୂର୍ବରୁ 1939 ଜୁନ 27ରେ ଭୂମିକମ୍ପ ହୋଇଥିଲା । 7.8 ତୀବ୍ରତାର ଏହି ଭୂମିକମ୍ପରେ 3 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.