ETV Bharat / international

ସଙ୍କଟରେ ଜନସନ ସରକାର, ଇସ୍ତଫା ଦେଲେଣି ୨୭ ମନ୍ତ୍ରୀ - ବୋରିସ ଜନସନ ସରକାର

ବ୍ରିଟେନ ସରକାରରେ ରାଜନୈତିକ ଅସ୍ଥିରତା । ଗୋଟିଏ ପରେ ଗୋଟିଏ ମନ୍ତ୍ରୀଙ୍କ ଇସ୍ତଫା ପରେ ସଙ୍କଟରେ ପଡିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଅଧିକ ପଢନ୍ତୁ

ସଙ୍କଟରେ ଜନସନ ସରକାର, ୨୭ ମନ୍ତ୍ରୀ ଦେଲେଣି ଇସ୍ତଫା

author img

By

Published : Jul 6, 2022, 8:45 PM IST

ଲଣ୍ଡନ: ବିପଦରେ ଜନସନ ସରକାର । ଟଳମଳ ହେଲାଣି ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଗାଦି(Mayhem in Boris Johnsons government)। ବର୍ତ୍ତମାନ ଜନସନଙ୍କ ସରକାରରେ ମନ୍ତ୍ରୀଙ୍କ ଇସ୍ତଫା ସୁଅ ଛୁଟୁଛି । ପ୍ରଥମେ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଦ (Sajid Javid) ଓ ଅର୍ଥମନ୍ତ୍ରୀ ରିଷି ସୁନାକ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ମନ୍ତ୍ରୀ ଇସ୍ତଫା ଦେଇ ବୋରିସ ଜନସନଙ୍କ ଚିନ୍ତା ବଢାଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨୭ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏଭଳି ଇସ୍ତଫା ଜାରି ରହିଲେ ଜନସନଙ୍କ ସରକାର ଖୁବଶୀଘ୍ର ଭୁଶୁଡି ଯିବ ବୋଲି ଆଶଙ୍କା କରାଯାଉଛି ।

ଆଜି ଶିଶୁ ଓ ପରିବାର କଲ୍ୟାଣ ମନ୍ତ୍ରୀ ୱିଲ କୁଇନ୍ସ(Will Quince) ଏବଂ ପରିବହନ ମନ୍ତ୍ରୀ ଲଉରା ଟ୍ରୋଟ( Laura Trott) ପଦରୁ ଇସ୍ତଫା ଦେଇଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ପ୍ରଥମେ ଅର୍ଥମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେବା ପରେ ସେମାନେ ସିଧାସଳଖ ଜନସନଙ୍କ ପ୍ରଧାନମନ୍ତ୍ରୀତ୍ବ ଓ ସରକାର ଚଳାଇବାର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ । ସରକାରରେ ଏକାଧିକ ଦୁର୍ନିତୀ ଯୋଗୁଁ ସେମାନେ ରହିବାକୁ ଚାହୁଁ ନଥିବା ସଫା ସଫା କହିଥିଲେ ଦୁଇ ମନ୍ତ୍ରୀ । ଏବେ ଏକାଧିକ ମନ୍ତ୍ରୀଙ୍କ ଇସ୍ତଫା ସୁଅ ଛୁଟିବା ପରେ ଏବେ ଜନସନ ସରକାରଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଛି । ଏହାକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.