ETV Bharat / international

ଶକ୍ତିଶାଳୀ ଭୂକମ୍ପରେ ଥରିଲା ନେପାଳ, ୬ ମୃତ

author img

By

Published : Nov 9, 2022, 7:19 AM IST

Updated : Nov 9, 2022, 7:42 AM IST

ନେପାଳରେ ବଡ ଧରଣର ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ । ଏହି ଶକ୍ତିଶାଳୀ ଭୂକମ୍ପ ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା । ଅଧିକ ପଢନ୍ତୁ

massive earthquake hits in nepal several died
ଶକ୍ତିଶାଳୀ ଭୂକମ୍ପରେ ଥରିଲା ନେପାଳ

କାଠମାଣ୍ଡୁ: ଭୟଙ୍କର ଭୂକମ୍ପରେ ଥରିଲା ନେପାଳ( Massive Earthquake Hits in Nepal) । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧.୫୭ ମିନିଟରେ ନେପାଳ, ମଣିପୁରରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି । ଗୋଟିଏ ଦିନରେ ୩ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା(3 Tremors in Past 24 Hours Hit Far-West Nepal) । ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ରହିଛି । ଖବର ମୁତାବକ ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୨ଜଣ ଶିଶୁ ରହିଥିବା ନେଇ ସୂଚନା ମିଳିଛି ।

  • Nepal | An earthquake of magnitude 6.3 occurred in Nepal, Manipur at around 1.57 am on Nov 9. The depth of the earthquake was 10 km below the ground: National Center for Seismology

    Strong tremors from the earthquake were also felt in Delhi pic.twitter.com/YNMRQiPEud

    — ANI (@ANI) November 8, 2022 " class="align-text-top noRightClick twitterSection" data=" ">

ସୂଚନାଅନୁସାରେ, ନେପାଳର ପଶ୍ଚିମାଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୩ଥର ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ଦିଆଯାଇଛି । NCSର ରିପୋର୍ଟ ଅନୁସାରେ, ରାତି ୯.୦୭ ମିନିଟ ସମୟରେ ପ୍ରଥମ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୫.୭ ରୋକର୍ଡ କରାଯାଇଥିଲା । ୯.୫୬ ମିନିଟରେ ଦ୍ୱିତୀୟ ଥର ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୪.୧ ରୋକର୍ଡ କରାଯାଇଥିଲା । ତେବେ ତୃତୀୟ ଥର ପାଇଁ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧.୫୭ ମିନିଟରେ ୬.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୦ କିମି ରେକର୍ଡ କରାଯାଇଛି । ସେହିପରି ଏହାର ଅକ୍ଷାଂଶ ୨୯.୨୪ ଏବଂ ଦ୍ରାଘିମା ୮୧.୦୬ ରେକର୍ଡ କରାଯାଇଛି । ଏହି ଶକ୍ତିଶାଳୀ ଭୂକମ୍ପ ଫଳରେ ଘର ଭୁଶୁଡି ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ନେପାଳରେ ହୋଇଥିବା ଭୂକମ୍ପର ପ୍ରଭାବ ନୂଆ ଦିଲ୍ଲୀ ସହ ଆଖପାଖ ଅଞ୍ଚଳରେ ପଡିଥିଲା ।

ଏହା ମଧ୍ୟ ପଢନ୍ତୁ: Padmapur By Poll: ବିଜେପିକୁ ପାର କରାଇବେ ପଶ୍ଚିମାଞ୍ଚଳ ନେତା !

ଏହା ପୂର୍ବରୁ ଅକ୍ଟୋବର ୧୯ ତାରିଖରେ କାଠମାଣ୍ଡୁରେ ୫.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଲମେର ରିପୋର୍ଟ ଅନୁସାରେ ଅକ୍ଟୋବର ୧୮ ତାରିଖ ବିଳମ୍ବିତ ରାତି ପ୍ରାୟ ୨.୫୨ ମିନିଟରେ କାଠମାଣ୍ଡୁର ପୂର୍ବର ୫୩ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୦ କିଲୋମିଟର ରେକର୍ଡ କରାଯାଇଥିଲା । ଏହ ପୂର୍ବରୁ ଜୁଲାଇ ୩୧ ତାରିଖରେ କାଠମାଣ୍ଡୁଠାରୁ ପୂର୍ବ ଦକ୍ଷିଣ ପୂର୍ବ ୧୪୭ କିମି ଦୂରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଥିଲା ।

ତେବେ ୧୯୩୪ ମସିହାରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୮ ରେକର୍ଡ କରାଯାଇଥିଲା । ଏହି ଶକ୍ତିଶାଳୀ ଭୂକମ୍ପ ଫଳରେ ପୁରା କାଠମାଣ୍ଡୁ ଛାରଖାର ହୋଇଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 9, 2022, 7:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.