ETV Bharat / international

ନେପାଳରେ ବସ୍ ଦୁର୍ଘଟଣାରେ 12 ମୃତ, 2 ଭାରତୀୟ

author img

By ETV Bharat Odisha Team

Published : Jan 13, 2024, 1:11 PM IST

Road Accident in Nepal: ନେପାଳର ଡାଙ୍ଗ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣାରେ 12ଜଣଙ୍କ ମୃତ୍ୟୁ । ସେମାନଙ୍କ ମଧ୍ୟରୁ 2 ଭାରତୀୟ ରହିଥିବା ସୂଚନା । ଅଧିକ ପଢନ୍ତୁ

Road Accident in Nepal
Road Accident in Nepal

କାଠମାଣ୍ଡୁ: ନେପାଳର କାଠମାଣ୍ଡୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ୍ ପୋଲରୁ ତଳରୁ ଖସି ପଡ଼ିବାରୁ 12ଜଣଙ୍କ ମୃତ୍ୟୁ ହୋଇଥିବା ବେଳ, 22 ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଡାଙ୍ଗ୍ ଜିଲ୍ଲାର ମଧ୍ୟ ପଶ୍ଚିମାଞ୍ଚଳରେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଏହି ଭୟଙ୍କର ଦୁର୍ଘଟଣା ହୋଇଥିବା ବେଳେ ମୃତକ ମଧ୍ୟରେ ଦୁଇଜଣ ଭାରତୀୟ ରହିଥିବା ଜଣାପଡିଛି । ମୃତକ ଦୁଇଜଣ ହେଲେ ବିହାର ମାଲାହିର ଯୋଗେନ୍ଦ୍ର ରାମ(67) ଏବଂ ଉତ୍ତରପ୍ରଦେଶର ମୁନେ(31) ।

ସୂଚନା ଅନୁସାରେ, ବସଟି ନେପାଲଗଞ୍ଜ ବାଙ୍ଗିଠାରୁ କାଠମାଣ୍ଡୁ ଅଭିମୁଖେ ଯାଉଥିବା ବେଳେ ଭାଲୁବାଙ୍ଗ ରପ୍ତି ପୋଲ ନିକଟରେ ଦୁର୍ଘଟଣା ଗସ୍ତ ହୋଇ ପୋଲ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣା ପରେ ଖବର ପାଇ ପୋଲିସ ଏବଂ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାରେ 12ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବା ସୂଚନା ରହିଛି । ବସରେ ସମୁଦାୟ 50ରୁ ଅଧିକ ଯାତ୍ରୀ ରହିଥିଲେ ।

ପୋଲିସର ସୂଚନା ଅନୁସାରେ, ଦୁର୍ଘଟଣା ପରେ ଘଟଣାସ୍ଥଳରେ 7ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ 3ଜଣ ଯାତ୍ରୀଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି । ସୂଚନା ମୁତାବକ ମୃତକଙ୍କ ମଧ୍ୟରୁ 8ଜଣଙ୍କ ପରିଚୟ ମିଳିପାରିଥିବା ବେଳେ ଅନ୍ୟ 4ଜଣଙ୍କ ପରିଚୟ ମିଳିପାରି ନାହିଁ । ମୃତକଙ୍କ ମଧ୍ୟରୁ 2ଜଣ ଭାରତୀୟ ରହିଥିବା ନେଇ ଭାଲୁବାଙ୍ଗ ଥାନାର ପକ୍ଷରୁ ଇନ୍ସିପେକ୍ଟର ଉଜ୍ବଳ ବାହାଦୂର ସିଂ ଏଏନଆଇକୁ ଫୋନ ଯୋଗେ ସୂଚନା ଦିଆଯାଇଛି । ଆହତମାନଙ୍କର ଚିକିତ୍ସା ଜାରି ରହିଥିବା ବେଳେ ମୃତକମାନଙ୍କୁ ବ୍ୟବଚ୍ଛେଦ ପାଇଁ ଲମାହୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ନେପାଳରେ ରାସ୍ତା ତଳକୁ ଖସିଲା ବସ, 6 ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଗତ ଅଗଷ୍ଟ 24 ତାରିଖରେ ନେପାଳରେ ସଡ଼କ ଦୁର୍ଘଟଣାରେ 6 ଭାରତୀୟଙ୍କ ମୃତ୍ୟୁ ହୋଇଥିଲା । ନେପାଳର ବାରା ଜିଲ୍ଲାରେ ସକାଳ ସମୟରେ ଏହି ଦୁର୍ଘଟଣା ହୋଇଥିଲା । 6 ମୃତକ ରାଜସ୍ଥାନର ହୋଇଥିବା ବେଳେ ଜଣେ ମୃତକ ନେପାଳର ହୋଇଥିବା ଜଣାପଡ଼ିଛି । ବସ୍‌ରେ ଡ୍ରାଇଭର ଓ ହେଲ୍ପରଙ୍କୁ ମିଶାଇ ମୋଟ 27 ଜଣ ଯାତ୍ରୀ ଥିଲେ । ଭାରସାମ୍ୟ ହରାଇ ରାସ୍ତାର 50 ମିଟର ତଳକୁ ଥିବା ଏକ ନଦୀ କୂଳରେ ଖସିପଡ଼ିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.