ETV Bharat / international

ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଦୁର୍ବୃତ୍ତଙ୍କ ଗୁଳିମାଡ, 3 ମୃତ

ଆମେରିକାରେ ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ 3ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Dec 7, 2023, 9:03 AM IST

Shooting in US
Shooting in US

ୱାଶିଂଟନ: ଆମେରିକାରେ ଗୁଳିମାଡ଼ । ଆମେରିକାର ଲସ୍‌ ଭେଗାସର ଏକ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଆତତାୟୀଙ୍କ ଗୁଳକାମାଡ଼ରେ 3 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଗୁଳିମାଡ଼ କରିଥିବା ଦୁର୍ବୃର୍ତ୍ତ ମଧ୍ୟ ଥିବା ସୂଚନା ମିଳିଛି । ଗୁଳିମାଡ଼ରେ କାରଣ ଅସ୍ପଷ୍ଟ ରହିଛି । ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଗୁଳିକାଣ୍ଡ ପରେ କ୍ୟାମ୍ପସରେ ପୋଲିସ ଛାଉଣି ହୋଇଛି । ଗୁଳିମାଡ଼ରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

  • A shooting on the main campus of the University of Nevada, Las Vegas claimed at least three victims before the bloodshed ended with the suspect dead, reports Reuters quoting authorities

    — ANI (@ANI) December 6, 2023 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁସାରେ ଗୁଳିକାଣ୍ଡରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ସମୟ ଅନୁସାରେ ବିଳମ୍ବିତ 11ଟା 45ରେ କିଛି ଦୁର୍ବୃତ୍ତ ଅଚାନକ ବିଶ୍ବ ବିଦ୍ୟାଳୟରେ ପଶି ଗୁଳି ଚଳାଇଥିଲେ । ଘଟଣା ପରେ ବିଶ୍ୱ ବିଦ୍ୟାଳୟ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କ ସ୍ଥାନାନ୍ତରଣ କରିଥିଲା ।

ଜଣେ ଛାତ୍ର କହିଛନ୍ତି,"ମୁଁ ଗୋଟିଏ ପାଖରେ ବସିଥିଲି । ଖାଇବାକୁ ଯାଉଥିଲି । ଅଚାନକ ଜୋରରେ ଶଦ୍ଦ ହୋଇଥିଲା । ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । 2 ମିନିଟ୍‌ ପରେ ପୁଣି ଆଉ ଏକ ଶଦ୍ଦ ହୋଇଥିଲା । ମୁଁ ଘଟଣାସ୍ଥଳକୁ ଦୌଡି ଆସିଥିଲି ।"

ଏହା ବି ପଢନ୍ତୁ....Shooting in Mexico: ବାରରେ ଗୁଳିକାଣ୍ଡ, 6 ମୃତ

ଏହା ପୂର୍ବରୁ 2017ରେ ଲସ୍‌ ଭେଗାସରେ ଏକ ଗୁଳିକାଣ୍ଡ ହୋଇଥିଲା । ଏଥିରେ 60ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଗୁଳିମାଡରେ ମୃତ 3 ଜଣଙ୍କ ମଧ୍ୟରେ ଜଣେ ଦୁର୍ବୃତ୍ତ ଥିବା ସୂଚନା ମିଳିଛି । ଅନ୍ୟ 2 ମୃତକଙ୍କ ପରିଚୟ ମିଳିନାହିଁ ।

ଏହା ବି ପଢନ୍ତୁ...Shooting in US: ମୃତକଙ୍କ ମଧ୍ୟରେ ହାଇଦ୍ରାବାଦର ଯୁବତୀ, ପ୍ରାଣ ହରାଇଥିଲେ 9 ଜଣ

ଏହା ବି ପଢନ୍ତୁ...ମେକ୍ସିକୋ ସିଟିରେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା

ପ୍ରକାଶ ଥାଉ କି, ଗତ ମେ' ମାସରେ ଆମେରିକାର ଟେକ୍ସାସର ଏକ ସପିଂ ମଲ୍‌ରେ ଗୁଳିକାଣ୍ଡ ହୋଇଥିଲା । ଏଥିରେ ଜଣେ ଭାରତୀୟଙ୍କ ସମେତ 9 ଜଣଙ୍କର ମୃତ୍ୟୁ ହୋଇଥିଲା । ହାଇଦ୍ରାବାଦର 27 ବର୍ଷୀୟୀ ଐଶ୍ବାର୍ଯ୍ୟା ଥାତିକୋଣ୍ଡା ଏହି ଗୁଳିକାଣ୍ଡରେ ପ୍ରାଣ ହରାଇଥିଲେ । ସେ 2 ବର୍ଷ ତଳେ ଆମେରିକା ଯାଇ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଏହା ପରେ ଗତ ସେପ୍ଟେମ୍ବରରେ ମେକ୍ସିକୋର ଏକ ବାରରେ ଆତତାୟୀଙ୍କ ଗୁଳିମାଡ଼ରେ 6 ଜଣଙ୍କର ମୃତ୍ୟୁ ହୋଇଥିଲା । ଗତ ଅଗଷ୍ଟ ମାସରେ ମେକ୍ସିକୋ ସିଟିରେ ଜଣେ ଭାରତୀୟଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଆମେରିକା ଓ ମେକ୍ସିକୋରେ ଗୁଳିକାଣ୍ଡ ଘଟଣା ଯେପରି ନିତିଦିନିଆ ହେବା ପରି ମନେ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.