ETV Bharat / international

ନ୍ୟୁଜିଲାଣ୍ଡ ମସଜିଦ ଗୁଳିକାଣ୍ଡ: ମୁଖ୍ୟ ଅଭିଯୁକ୍ତ କୋର୍ଟରେ ହାଜର - crime news

କୋର୍ଟରେ ହାଜର ହେଲା ନରସଂହାର ରଚିଥିବା ହତ୍ୟାକାରୀ । ମିଳିଲାନି ଜାମିନ, ରିମାଣ୍ଡରେ ନେଲା ପୋଲିସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ
author img

By

Published : Mar 16, 2019, 11:39 AM IST

ଖ୍ରୀଷ୍ଟଚର୍ଚ୍ଚ: ଶୁକ୍ରବାର ନ୍ୟୁଜିଲାଣ୍ଡରେ ଘଟିଥିବା ମସଜିଦ ଗୁଳିକାଣ୍ଡର ସନ୍ଦିଗ୍ଧ ହତ୍ୟାକାରୀକୁ ଶନିବାର କୋର୍ଟରେ ହାଜର କରାଯାଇଛି । ସନ୍ଦିଗ୍ଧ ୨୮ ବର୍ଷିୟ ଅଷ୍ଟ୍ରେଲୀୟ ନାଗରିକ ବ୍ରେଣ୍ଟନ ହେରିସନ ଟାରାଣ୍ଟକୁ ଖ୍ରୀଷ୍ଟଚର୍ଚ୍ଚର ଜିଲ୍ଲା କୋର୍ଟରେ ହାଜର କରାଯାଇଛି । ଏହାପରେ ତାକୁ ବିନା ଆବେଦନରେ ରିମାଣ୍ଡରେ ନେଇଛି ପୋଲିସ ।

ସୂଚନାଯୋଗ୍ୟ ଯେ ଗତକାଲି ନ୍ୟୁଜିଲାଣ୍ଡର 2ଟି ମସଜିଦରେ ଏହି ଗୁଳିକାଣ୍ଡ ହୋଇଥିଲା । ଏଥିରେ 49 ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ 40ରୁ ଅଧିକ ଆହତ ହୋଇଛନ୍ତି । ହତ୍ୟାକାରୀ ମୁହଁରେ କଳା କପଡା ପିନ୍ଧି ମୁଣ୍ଡରେ ହେଲମେଟ ଲଗାଇ ମସଜିଦ ଭିତରେ ଅଟୋମେଟିକ୍‌ ଗନ୍‌ରୁ ଗୁଳି ଚଳାଇଥିଲା । ତାହା ବିରୋଧରେ ପୋଲିସ ନରହତ୍ୟା ଦୋଷ ଲଗାଇଛି ।

ପୋଲିସ ଏହି ଘଟଣାରେ 4 ଜଣଙ୍କୁ ହେପାଜତରେ ରଖିଛି । ତାଙ୍କ ମଧ୍ୟରୁ ବ୍ରେଣ୍ଟନକୁ ମୁଖ୍ୟ ଅଭିଯୁକ୍ତ ବୋଲି ବିଚାର କରାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ବ୍ରେଣ୍ଟନର ବନ୍ଧୁକରେ ତାହାର ନାମ ଲେଖାଥିଲା । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମଧ୍ୟ ହତ୍ୟାକାରୀ ତାଙ୍କ ଦେଶର ବୋଲି ମାନିଛନ୍ତି । ଆଜି କୋର୍ଟରେ ହାଜର କରିବା ପରେ ପୋଲିସ ତାକୁ ରିମାଣ୍ଡରେ ନେଇଛି ।

ଆସନ୍ତା ଏପ୍ରିଲ ୫ ତାରିଖ ଦିନ ତାକୁ ସାଉଥ ଆଇଲାଣ୍ଡ ସହରର ହାଇକୋର୍ଟରେ ହାଜର କରାଯିବାକୁ ଧାର୍ଯ୍ୟ ହୋଇଛି । ଆଜି କୋର୍ଟରେ ହାତକଡି ଲଗାଇ ଧଳା କାରାଗାର ପୋଷାକ ପିନ୍ଧି ବ୍ରେଣ୍ଟନ ଚୁପଚାପ ଛିଡା ହୋଇଥିଲା । ସେ କୌଣସି ଓକିଲ ଡିମାଣ୍ଡ କରିନଥିବାବେଳେ ଅଦାଲତ ନିଯୁକ୍ତ କରିଥିବା ଓକିଲ ତାହାର ଜାମିନ କିମ୍ବା ପରିଚୟ ଗୋପନ ରଖିବାକୁ ଆବେଦନ କରିନଥିଲେ । ଫଳରେ ପୋଲିସ ତାକୁ ରିମାଣ୍ଡରେ ନେଇଥିଲା ।

ତାହା ବିରୋଧରେ ଏବେ କେବଳ ନରହତ୍ୟା ଦୋଷ ଲାଗିଥିବାବେଳେ ଆହୁରି ଚାର୍ଜ ଲାଗୁ କରାଯିବ ବୋଲି ପୋଲିସ କହିଛି । ଏହି ଗୁଳିକାଣ୍ଡ ପରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆଡ୍ରେନ ଦେଶର ବନ୍ଧୁକ ଆଇନ ସଂକ୍ରାନ୍ତରେ ସଂସ୍କାର ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ସମଗ୍ର ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡାକଡି କରାଯାଇଛି । ଏହି ଆକ୍ରମଣକୁ ଦେଶର ଇତିହାସରେ କଳା ଦିବସ ବୋଲି ସେ ଅଭିହିତ କରିଛନ୍ତି ।

କଟକ: ରାଜ୍ୟ ରେ ବଢୁଛି ଗ୍ରୀଷ୍ମପ୍ରବାହ । ଦିନ 10 ଟା ହେଲେ ରାସ୍ତା ଘାଟ ହୋଇଯାଏ ସୁନସାନ । କିନ୍ତୁ ସିଲଭରସିଟି ରେ 10 ଟା ପାରେ ଆରମ୍ଭ ହୋଇଯାଏ ଜଳକ୍ରୀଡା । ଖରା କୁ ଖାତିର ନକରି ଯୋବ୍ରା ଆନିକଟ ରେ ମନଭରି ଜଳକ୍ରୀଡା କରିଥାନ୍ତି କଟକିଆ । ମନ ଭରିବା ପର୍ଯ୍ୟନ୍ତ ମହାନଦୀ ରେ ଚକର କାଟିଥାନ୍ତି ସାଧାରଣ ଜନତା । ସ୍କୁଲ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ନେଇଥାନ୍ତି ଭରପୁର ଆନନ୍ଦ । ଆଉ ଏହି ଜଳକ୍ରୀଡା କଟକ ବାସୀଙ୍କ ମନରେ ଆଣିଦେଇଛି ବେସ ଆନନ୍ଦ ଓ ଉଦିପନା 

ଭିଓ୧:  ସିଲଭରସିଟି ରେ ପୁଣି ଆରମ୍ଭ ହେଲା ଜଳକ୍ରୀଡା । ସିସୋର ବୋଟିଂ ସେଣ୍ଟର  ପରେ ଏହି ଆଡ଼ଭେଞ୍ଚର ୱାଟର ସ୍ପୋର୍ଟ ରେ ବେଶ ପ୍ରଭାବିତ କଟକବାସୀ । ଆନିକଟ ର ଓପର ମୁଣ୍ଡରେ ଅନୁଷ୍ଠିତ ଏହି ସଂସ୍ଥା କୁ ମନଭରି ଉପଭୋଗ କରୁଛନ୍ତି ଆବାଳବୃଧବନିତା । ଦିନ 10 ଟା ବାଜିଲେ ଆରମ୍ଭ ହୋଇଯାଏ ଗହଳି । ଟିକେଟ କରି ମହନଦୀ ରେ ମନ ଭରି ଚକର କାଟିଥାନ୍ତି ଲୋକେ । ଦୀର୍ଘ ଦିନର ଅନ୍ତରାୟ ପରେ କଟକ ରେ ଏହି ସଂସ୍ଥା କୁ ବେଶ ଆଦୃତ କରୁଛନ୍ତି ଲୋକେ । କାରଣ ଏଠାରେ ରହିଛି ଏକପ୍ରକାର ଆଡ଼ଭେଞ୍ଚର । ଜହାକୁ ବେଶ ପସନ୍ଦ କରିଛନ୍ତି କଟକିଆ ।

ବାଇଟ: ପର୍ଯ୍ୟଟକ
ବାଇଟ: ପର୍ଯ୍ୟଟକ

ଭିଓ୨: ଅନ୍ୟପଟେ ସୁରକ୍ଷା ଦୃଷ୍ଟି ରୁ ଅଭିଜ୍ଞ ଟ୍ରେନର,  ବ୍ୟାରିକେଡ ର ମଧ୍ୟ ଵ୍ୟଵସ୍ଥା କରିଛି ଏହି ସଂସ୍ଥା । ସ୍କୁଵା ଡ୍ରାଇଭିଂ , ବୋଟିଂ ପାଇଁ  8 କିମି ପର୍ଯ୍ୟନ୍ତ ଲାଇଫ ବୋଟ ର ମଧ୍ୟ ମୁତୟନ କରାଯାଇଛି । ଯାହାଦ୍ୱାରା ପାଣି ରେ କୌଣସି ପ୍ରକାର ବିପଦ ଆସିବନି । ଏହାସହିତ ଏଠାରେ ଡିଫେନ୍ସ ପାଇଁ ଆଗ୍ରହୀ  ପିଲା ମାନକୁ ଉଚିତ ପ୍ରଶିକ୍ଷଣ ଦିଆଯିବ ବୋଲି କହିଛନ୍ତି ସଂସ୍ଥା ପରିଚାଳକ ସତ୍ୟ ସ୍ବରୂପ ମଲିକ । ଦୀର୍ଘ ଦିନ ଧରି କଟକ ବାସୀ ଏହି କ୍ରୀଡା ରେ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଯାହାକୁ ପୁରଣ କରି ମୁ ବହୁତ ଖୁସି ବୋଲି କହିଛନ୍ତି ସେ ।

ବାଇଟ: ସଂସ୍ଥା ପରିଚାଳକ ( ସତ୍ୟ ସ୍ବରୂପ ମଲିକ )

ଫାଭିଓ: ଗ୍ରୀଷ୍ମ ପ୍ରବାହ ବଢିବା ସହ  ଦିନକୁ ଦିନ  ବଢିଚାଲିଛି ଏହି ଜଳକ୍ରୀଡା ସଂସ୍ଥା ର ଲୋକପ୍ରିୟତା । ସିସୋର ପରେ  ଏହି ଜଳକ୍ରୀଡ଼ା ସଂସ୍ଥା  କଟକ ବାସୀଙ୍କ ମନରେ ଆଣିଛି ଖୁସି ଓ ଆନନ୍ଦ ର ଲହରୀ । 

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ନ୍ୟୁଜ ।

Visual and byte on mojo plz check 

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.