ETV Bharat / international

Luna-25: ଚନ୍ଦ୍ରରେ ଅବତରଣ ପୂର୍ବରୁ ଋଷିଆର ଲୁନା-୨୫ରେ ଯାନ୍ତ୍ରିକ ତ୍ରୁଟି

author img

By

Published : Aug 20, 2023, 12:13 PM IST

ଚନ୍ଦ୍ରରେ ଅବତରଣ ପୂର୍ବରୁ ଋଷିଆର ଲୁନା-୨୫ରେ ସାମ୍ନାକୁ ଆସିଲା ଯାତ୍ରିକ ତ୍ରୁଟି । ଋଷୀୟ ମହାକାଶ ଗବେଷଣା ସଂସ୍ଥା ରସକସମସ୍ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

ଋଷିଆର ଲୁନା-୨୫ରେ ଯାନ୍ତ୍ରିକ ତ୍ରୁଟି
ଋଷିଆର ଲୁନା-୨୫ରେ ଯାନ୍ତ୍ରିକ ତ୍ରୁଟି

ମସ୍କୋ: ଋଷିଆର ମୁନ ମିଶନ ଲୁନା-୨୫ ପାଇଁ ବଢିଲା ମୁସ୍କିଲ । ଦୀର୍ଘ ୪୭ ବର୍ଷ ପରେ ଋଷିଆ ଚନ୍ଦ୍ରପୃଷ୍ଠକୁ ପଠାଇଥିବା ମହାକାଶଯାନ ଲୁନା-୨୫ରେ ଏବେ ଯାନ୍ତ୍ରିକ ତ୍ରୁଟି ସାମ୍ନାକୁ ଆସିଛି । ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ନିଜର କକ୍ଷପଥ ପରିବର୍ତ୍ତନ କରୁଥିବା ବେଳେ ଲୁନା ମହାକାଶଯାନରେ ଅସ୍ବାଭାବିକ ସ୍ଥିତି ଦେଖାଯାଇଛି । ଏନେଇ ଋଷିଆର ମହାକାଶ ଗବେଷଣା ସଂସ୍ଥା ରସକସମସ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଚନ୍ଦ୍ରପୃଷ୍ଠରେ ଅବତରଣ ପୂର୍ବରୁ ଶନିବାର ଲୁନା-୨୫ର ଯାଞ୍ଚ ସମୟରେ ଏମର୍ଜେନ୍ସି ସ୍ଥିତି ସାମ୍ନାକୁ ଆସିଛି । ଏହା ପ୍ରାକ୍ ଅବତରଣକାଳୀନ କକ୍ଷପଥରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଏଥିରେ ସମସ୍ୟା ଦେଖାଯାଇଛି । ଲୁନା-୨୫ ଅଗଷ୍ଟ ୨୧ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ଅଛି । ଋଷୀୟ ମହାକାଶ ଗବେଷଣ ସଂସ୍ଥା କହିଛି, ମହାକାଶଯାନର ଲାଣ୍ଡିଂ ପୂର୍ବରୁ କକ୍ଷପଥକୁ ପଠାଇବା ପାଇଁ ଥ୍ରଷ୍ଟ ଜାରି କରାଯାଇଥିଲା । ଏହି ସମୟରେ ଅଟୋମେଟିକ ଷ୍ଟେସନରେ ଏମର୍ଜେନ୍ସି ସ୍ଥିତି ସୃଷ୍ଟି ହୋଇଥିଲା । ଏହି କାରଣରୁ ନିର୍ଦ୍ଧାରିତ ସମୟରେ କକ୍ଷପଥ ପରିବର୍ତ୍ତନ କରିପାରିଲା ନାହିଁ ।

ଏହାମଧ୍ୟ ପଢନ୍ତୁ: Chandrayaan-3: ଚନ୍ଦ୍ରପୃଷ୍ଠରୁ ଆଉ ମାତ୍ର କିଛି ଦୂରରେ ଲ୍ୟାଣ୍ଡର, 23 ସଂଧ୍ୟାରେ ଲ୍ୟାଣ୍ଡିଂ !

ଭାରତର ଚନ୍ଦ୍ରଯାନ-୩ ସହିତ ଋଷିଆର ଲୁନା-୨୫ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଆଗକୁ ବଢୁଛି । ପାଖାପାଖି ୫୦ ବର୍ଷ ପରେ ଋଷିଆ ଏହି ମୁନ ମିଶନ ଅଗଷ୍ଟ ୧୧ ତାରିଖରେ ଭୋସ୍ତୋଚିନ୍ କସମୋଡ୍ରୋମରୁ ଲଞ୍ଚ କରାଯାଇଥିଲା । ଲୁନା-୨୫କୁ ବୁଧବାର ସଫଳତାପୂର୍ବକ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ କରାଯାଇଥିଲା । ବର୍ତ୍ତମାନ ଏହି ମହାକାଶଯାନରେ ବୈଷୟିକ ତ୍ରୁଟି ଦେଖାଯିବା ପରେ ବିଶେଷଜ୍ଞ ଟିମ୍ ସ୍ଥିତିର ବିଶ୍ଲେଷଣ କରୁଛନ୍ତି । ଏହାବ୍ୟତୀତ ଋଷୀୟ ସ୍ପେସ ଏଜେନ୍ସି ପକ୍ଷରୁ ଅନ୍ୟ କୌଣସି ସୂଚନା ଦିଆଯାଇ ନାହିଁ । ଏହି ଯାନ୍ତ୍ରିକ ସମସ୍ୟା ଯୋଗୁଁ ସୋମବାର ଦକ୍ଷିଣ ମେରୁରେ ଲୁନା ୨୫ର ଲ୍ୟାଣ୍ଡିଂ ବିଳମ୍ବ ହେବ କି ନାହିଁ ସେନେଇ ମଧ୍ୟ କିଛି ସୂଚନା ଦିଆଯାଇନି ।

ପ୍ରକାଶଥାଉ କି, ଗତ ଜୁନରେ ରସକସମସ୍ ମୁଖ୍ୟ ୟୁରି ବୋରିସୋବ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଏହି ଚନ୍ଦ୍ର ମିଶନ ବିପଦଜନକ ଏବଂ ଏହାର ସଫଳତା ସମ୍ଭାବନା ପାଖାପାଖି ୭୦ ପ୍ରତିଶତ ବୋଲି କହିଥିଲେ । ଚନ୍ଦ୍ରର ଲୁନା-୨୫ରେ ଚନ୍ଦ୍ରପୃଷ୍ଠରେ ପ୍ରାୟ ଏକ ବର୍ଷ ରହି ନମୁନା ସଂଗ୍ରହ ସହ ମାଟିର ବିଶ୍ଳେଷଣ କରିବ ବୋଲି ଆଶା କରାଯାଉଛି । ପୂର୍ବରୁ ଲୁନା-୨୫ର ଲ୍ୟାଣ୍ଡରର ଲାଗିଥିବା କ୍ୟାମେରା ଅନ୍ତରୀକ୍ଷରେ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତାର ଚିତ୍ର ଉତ୍ତୋଳନ କରିସାରିଛି । ଅନ୍ୟପଟେ ଭାରତର ଚନ୍ଦ୍ରଯାନ-୩ ମଧ୍ୟ ଚନ୍ଦ୍ର ପାଖାପାଖି ପହଞ୍ଚି ଯାଇଛି । ଆଜି ଭୋର ସମୟର ଲାଣ୍ଡରର ଦ୍ବିତୀୟ ଡିବୁଷ୍ଟିଂ ସଫଳ ହୋଇଛି ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.