ETV Bharat / international

Sri Lanka Violence: କ୍ରେଡିଟ ମୋଡରେ ଇନ୍ଧନ ଯୋଗାଣ ପାଇଁ ପୁଟିନଙ୍କୁ ନିବେଦନ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକସେ । କ୍ରେଡିଟ ମୋଡରେ ଇନ୍ଧନ ଯୋଗାଇବା ନେଇ ହେଲା ଆଲୋଚନା । ଅଧିକ ପଢନ୍ତୁ

Sri Lanka violence: କ୍ରେଡିଟ ମୋଡରେ ଇନ୍ଧନ ଯୋଗାଣ ପାଇଁ ପୁଟିନଙ୍କୁ ନିବେଦନ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

author img

By

Published : Jul 7, 2022, 6:31 PM IST

କଲୋମ୍ବୋ: ଦ୍ବୀପରାଷ୍ଟ୍ର ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଦେଶରେ ସବୁଠୁ ଅଧିକ ଅଭାବ ରହିଛି ଇନ୍ଧନର । ତେବେ ଦେଶରେ ସ୍ଥିତି ଅଣାୟତ ହେବାକୁ ଯାଉଥିବା ବେଳେ ଋଷ ଠାରୁ ଇନ୍ଧନ ସହାୟତା ମାଗିଛି ଶ୍ରୀଲଙ୍କା । ଏହି ପ୍ରସଙ୍ଗରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଟେଲିଫୋନିକ ବାର୍ତ୍ତାଳାପ କରିଥିବା ସୂଚନା ମିଳିଛି । ବାର୍ତ୍ତାଳାପ ନେଇ ଗୋଟାବାୟା ମଧ୍ୟ ଟ୍ବିଟ କରିଛନ୍ତି । ଏହା ଏକ ଫଳପ୍ରଦ ବାର୍ତ୍ତାଳପ ଥିଲା । ଶ୍ରୀଲଙ୍କାକୁ କ୍ରେଡିଟ ମୋଡରେ ଇନ୍ଧନ ଯୋଗାଇବା ପାଇଁ ସେ ପୁଟିନଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ଓ ଋଷ ସମସ୍ତ ସହଯୋଗ କରିବା ନେଇ ସହମତି ପ୍ରକାଶ କରିଥିବା ସେ ନିଜ ଟ୍ବିଟରେ ପ୍ରକାଶ କରିଛନ୍ତି ।

  • 1/2
    Had a very productive telecon with the #Russia President, Vladimir Putin. While thanking him for all the support extended by his gvt to overcome the challenges of the past, I requested an offer of credit support to import fuel to #lka in defeating the current econ challenges.

    — Gotabaya Rajapaksa (@GotabayaR) July 6, 2022 " class="align-text-top noRightClick twitterSection" data=" ">

ତେବେ କେବଳ ବର୍ତ୍ତମାନର ଅର୍ଥିକ ସମସ୍ୟା ନୁହେଁ ବରଂ ଉଭୟ ଦେଶ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢୀକରଣ ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନ, ବାଣିଜ୍ୟ, ଶକ୍ତି ଓ ସଂସ୍କୃତି କ୍ଷେତ୍ରରେ ସହଭାଗୀତା ନେଇ ମଧ୍ୟ ଆଲୋଚନା ହୋଇଛି । ଶ୍ରୀଲଙ୍କାକୁ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ଋଷ ସମସ୍ତ ପ୍ରୟାସ କରିବାକୁ ଆକ୍ରହ ପ୍ରକାଶ କରିଛି ବୋଲି ମଧ୍ୟ ଗୋଟାବାୟା ଟ୍ବିଟରେ ଉଲ୍ଲେଖ କରିଛନ୍ତି ।

ଅନ୍ୟପଟେ ଏକମାତ୍ର ନିକଟତମ ପଡୋଶୀ ଭାବେ ଭାରତ ମଧ୍ୟ ସଙ୍କଟ ଆରମ୍ଭରୁ ପର୍ଯ୍ୟାୟକ୍ରମେ ଶ୍ରୀଲଙ୍କାକୁ ସହାୟତା ଯୋଗାଣ ଜାରି ରଖିଛି । ଇନ୍ଧନ, ଖାଦ୍ୟ ସାମଗ୍ରୀ, ଔଷଧ ଓ ଜରୁରୀ ଚିକିତ୍ସା ସାମଗ୍ରୀର ଏକାଧିକ ସିପମେଟ ଭାରତ ଠାରୁ ଗ୍ରହଣ କରିସାରିଛି ଶ୍ରୀଲଙ୍କା । ଭାରତ ମଧ୍ୟ ସହଯୋଗ ପାଇଁ ସଦା ପ୍ରସ୍ତୁତ ଥିବା ସହ ପଡୋଶୀ ପ୍ରଥମ ମନ୍ତ୍ରରେ ବିଶ୍ବାସ ରଖେ ବୋଲି ସ୍ପଷ୍ଟ କରିସାରିଛି । ଶ୍ରୀଲଙ୍କାରେ ଅର୍ଥନୈତିକ ଓ ସାମାଜିକ ସ୍ଥିରତା ଆଣିବା ଭାରତ ତାର ସମସ୍ତ ନୈତିକ ଦାୟିତ୍ବ ଲିଭାଇବା ପାଇଁ ପ୍ରସ୍ତୁତ ଥିବା ନେଇ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିସାରିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.