ETV Bharat / international

ଜିରୋ କୋଭିଡ ନୀତିକୁ ନେଇ ଅଶାନ୍ତ ଚୀନ, ସାମ୍ବାଦିକଙ୍କ ହାତ ବାନ୍ଧି ମାଡ ମାରିଲା ପୋଲିସ - ଜିରୋ କୋଭିଡ ନୀତି

ଚୀନରେ ଜିରୋ କୋଭିଡ ନୀତିକୁ ନେଇ ରାଷ୍ଟ୍ରପତି ଜିନପିଙ୍ଗ ବିରୋଧରେ ତେଜୁଛି ଆନ୍ଦୋଳନ । ସଂଘାଇରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ପୋଲିସ ଜଣେ ସାମ୍ବାଦିକଙ୍କୁ ମାଡ ମାରିଥିବା ଅଭିଯୋଗ ଆଣିଲା ଏକ ଗଣମାଧ୍ୟମ ସଂସ୍ଥା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Nov 28, 2022, 12:21 PM IST

ବେଜିଂ: ଚୀନରେ ପୁଣି ଆରମ୍ଭ ହୋଇ ଯାଇଛି କୋରୋନାର ତାଣ୍ଡବ । ଏଥିରେ ରୋକ ଲଗାଇବାକୁ ଜିରୋ କୋଭିଡ ନୀତି ଆପଣାଇଛନ୍ତି ରାଷ୍ଟ୍ରପତି ଜିନପିଙ୍ଗ । ଯାହାକୁ ନେଇ ଚୀନରେ ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନକୁ ଜୋରଦାର କରାଯାଇଛି । ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ରାଷ୍ଟ୍ରପତିଙ୍କ ବିରୋଧରେ ନାରାବାଜି କରି ଆନ୍ଦୋଳନକୁ ଜୋରଦାର କରିଛନ୍ତି । ସଂଘାଇରେ ଉଗ୍ର ରୂପ ନେଇଛି ଏହି ଆନ୍ଦୋଳନ । ଏଠାରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ । ଆନ୍ଦୋଳନ ତୀବ୍ର ହେବାରୁ ପୋଲିସ ବିକ୍ଷୋଭକାରୀଙ୍କୁ ଗିରଫ କରିଥିବା ବେଳେ ଜଣେ ସାମ୍ବାକିକଙ୍କୁ ମଧ୍ୟ ଗିରଫ କରିଥିଲା । ଗିରଫ ପରେ ସାମ୍ବାଦିକଙ୍କ ହାତବାନ୍ଧି ପୋଲିସ ମାଡ ମାରିଥିବା ଏକ ଘରୋଇ ଚ୍ୟାନେଲ ତରଫରୁ କୁହାଯାଇଛି ।

ଏନେଇ ଘରୋଇ ଚ୍ୟାନେଲ ତରଫରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, ‘‘ସଂଘାଇରେ ଜିରୋ କୋଭିଡ ନୀତି ବିରୋଧରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ଆମର ସାମ୍ବାଦିକ ଏଡ ଲରେନ୍ସଙ୍କୁ ଗିରଫ କରାଯାଇଛି । ଗିରଫ ବେଳେ ପୋଲିସ ତାଙ୍କ ହାତରେ ହ୍ୟାଣ୍ଡ କପ ପକାଇ ନିସ୍ତୁକ ମାଡ ମାରିଥିଲା । ତାଙ୍କର ଚିକିତ୍ସାକୁ ନେଇ ଆମେ ଚିନ୍ତିତ ଅଛୁ । ସେ ଜଣେ ସ୍ବିକୃତିପ୍ରାପ୍ତ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିବା ବେଳେ ଏହା ଘଟିଥିବା’’ ଚ୍ୟାନେଲ ତରଫରୁ କୁହାଯାଇଛି ।

  • Police had to seal off parts of the center of Brussels, deploy water cannons, and fire tear gas to disperse crowds following violence during and after Morocco’s 2-0 upset win over Belgium at the World Cup. https://t.co/49uBvY8DR6

    — NBC News (@NBCNews) November 27, 2022 " class="align-text-top noRightClick twitterSection" data=" ">

‘‘ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଆମ ସାମ୍ବାଦିକଙ୍କୁ ଆକ୍ରମଣ କରାଯିବା ଅତ୍ୟନ୍ତ ଚିନ୍ତା ଜନକ ବିଷୟ । ଏନେଇ ଚୀନ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ସ୍ପଷ୍ଟୀକରଣ ବା କ୍ଷମା ପ୍ରାର୍ଥନା କରାଯାଇନାହିଁ । ବରଂ ପରେ ସାମ୍ବାକିଙ୍କ ଭଲ ପାଇଁ ତାଙ୍କୁ ଗିରଫ କରାଯାଇଥିଲା ଓ ମୁକ୍ତ କରାଯାଇଥିବା କୁହାଯାଇଛି । କିନ୍ତୁ ଏହାକୁ ଆମେ ସ୍ପଷ୍ଟୀକରଣ ମାନୁ ନାହିଁ ବୋଲି’’ ଚ୍ୟାନେଲ ତରଫରୁ କୁହାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ 24 ତାରିଖରେ ଉତ୍ତର ପଶ୍ଚିମ ଚୀନର ଜିନଜିଆଙ୍ଗ ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିଲା । ଫଳରେ 10ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 9 ଜଣ ଆହତ ହୋଇଥିଲେ । ତେବେ କୋଭିଡ କଟକଣା ଯୋଗୁଁ ଠିକ ସମୟରେ ସହାୟତା ମିଳିନପାରି ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଶୁକ୍ରବାର ହଜାର ହଜାର ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି । ବିକ୍ଷୋଭକାରୀ ମାନେ ଜିନପିଙ୍ଗଙ୍କ ବିରୋଧରେ “ଷ୍ଟେପ୍ ଡାଉନ୍, ସି ଜିନପିଙ୍ଗ୍! ଷ୍ଟେପ୍ ଡାଉନ୍, କମ୍ୟୁନିଷ୍ଟ ପାର୍ଟି” ନାରା ଦେଉଥିବା ଶୁଣିବାକୁ ମିଳୁଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.