ETV Bharat / international

Israel vs Hamas: ଗାଜା ଉପରେ ୬ହଜାର ବୋମା ଫିଙ୍ଗିଲା ଇସ୍ରାଏଲ, ୨୦୦୯ ଶ୍ରୀଲଙ୍କା ସିଭିଲ ୱାର ପୁନରାବୃତ୍ତି

author img

By ETV Bharat Odisha Team

Published : Oct 13, 2023, 8:31 PM IST

ଗାଜା ସିଟି ଉପରେ ଇସ୍ରାଏଲ ଗତ ୬ ଦିନ ମଧ୍ୟରେ ୬ହଜାର ବୋମା ଫିଙ୍ଗିଛି । ଏହା ୨୦୦୯ ଶ୍ରୀଲଙ୍କା ସିଭିଲ ୱାର ଓ ୨୦୧୭ ସିରିୟା ରାକ୍କା ଘଟଣାକୁ ମନେ ପକାଇଦେଇଥିବା ଆଲୋଚନା ହୋଇଛି । ଅଧିକ ପଢନ୍ତୁ

Israel vs Hamas
Israel vs Hamas

ହାଇଦ୍ରାବାଦ: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସ ବିରୋଧରେ ଆଜି ସପ୍ତମ ଦିନରେ ଜାରି ରହିଛି ଯୁଦ୍ଧ । ଗତ ଶନିବାରଠାରୁ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରଠୁ ଇସ୍ରାଏଲ ବାୟୁ ସେନା ଗାଜା ସିଟି ଉପରେ ପ୍ରାୟ ୬ ହଜାର ବୋମା ଫିଙ୍ଗିଥିବା କହିଛି । ଏହାର ଅର୍ଥ ଇସ୍ରାଏଲ ପ୍ରତିଦିନ ଗାଜା ଉପରେ ୧ ହଜାର ବୋମା ଫିଙ୍ଗିଛି । ଯାହାକି ୨୦୦୯ ଶ୍ରୀଲଙ୍କା ସିଭିଲ ୱାରକୁ ମନେ ପକାଇ ଦେଇଛି । ଏନେଇ ବିଶ୍ବ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି ।

  • 🚨FOOTAGE: The Israeli army displays its ammunition and says that it will attack Gaza with all of this ammunition.

    Source: Bader pic.twitter.com/ZuF6gjGGP9

    — Mario Nawfal (@MarioNawfal) October 12, 2023 " class="align-text-top noRightClick twitterSection" data=" ">

୨୦୦୯ ମସିହାରେ ଶ୍ରୀଲଙ୍କାର ଏକାଧିକ ବୋମା ବିସ୍ଫୋରଣରେ ଲିବରେସନ ଟାଇଗର୍ସ ଅଫ ତାମିଲ ଇଲାମ (LTTE) ବିରୁଦ୍ଧ ଯୁଦ୍ଧରେ ହଜାର ହଜାର ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଜାତିସଂଘ ରିପୋର୍ଟ ଅନୁସାରେ ମୃତକଙ୍କ ସଂଖ୍ୟା ୪୦ ହଜାରରୁ ୭୦ ହଜାର କୁହାଯାଇଥିଲା । ହେଲେ ଅନ୍ୟ ରିପୋର୍ଟ ଅନୁସାରେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୪୦ ହଜାର ଥିଲା ବୋଲି ଆକଳନ କରାଯାଇଥିଲା । ତେବେ ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଏହି ଘଟଣାବଳୀକୁ ମନେ ପକାଇଦେଇଛି ।

  • Israel blockade: Gaza is on brink of running out of food, water, electricity and critical supplies, says UNWFP https://t.co/tkz1UYhO8I

    — ETV Bharat (@ETVBharatEng) October 13, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ-Israel-Palestine War: ଭ୍ରମିତ କରୁଛି ଇସ୍ରାଏଲ, ଘର ନ ଛାଡିବାକୁ ଗାଜାବାସୀଙ୍କୁ କହିଲା ହମାସ

ଇସ୍ରାଏଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗାଜା ସିଟିରେ ଥିବା ହମାସର ଏକାଧିକ ଆଡ୍ଡାସ୍ଥଳୀ ଉପରେ ଫାଇଟର ଜେଟ୍‌ ଓ ହେଲିକପ୍ଟର ଦ୍ବାରା ଆକ୍ରମଣ କରାଯାଉଛି । ଇସ୍ରାଏଲର ବାୟୁସେନା ଏଯାବତ ଗାଜା ଉପରେ ୬ ହଜାର ବୋମା ଫିଙ୍ଗିଥିବା କହିଛି । ଫଳରେ ଗାଜା ସିଟିରେ ଖାଦ୍ୟ, ପାଣି, ବିଦ୍ୟୁତ ସମସ୍ୟା ଉପୁଜିଛି । ଜାତିସଂଘର ପାଲେଷ୍ଟାଇନ ଶରଣାର୍ଥୀ ଏଜେନ୍ସି UNRWA ଅନୁଯାୟୀ, ପାଲେଷ୍ଟାଇନ ଏନକ୍ଲେଭ ସିଲ ହୋଇଥିବା ଯୋଗୁଁ ୨୩ ଲକ୍ଷ ବାସିନ୍ଦାଙ୍କ ପାଇଁ ବାହାରୁ କୌଣସି ସହାୟତା ଆସିପାରିବ ନାହିଁ । ସେପଟେ ଯୁଦ୍ଧ ଯୋଗୁଁ ପ୍ରାୟ ୨୨୦,୦୦୦ ବିସ୍ଥାପିତ ଗାଜାର ବିଭିନ୍ନ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି ।

  • A lot of analysts and journalists are struggling to grasp that at this rate the best points of comparison will end up being early 00s Grozny, late 00s Jaffna and Mullaitivu than any of the US or European counter-insurgency wars of the last 20 years. https://t.co/ZVgeaNaQBb

    — Alexander Clarkson  (@APHClarkson) October 12, 2023 " class="align-text-top noRightClick twitterSection" data=" ">

ଅନ୍ୟପଟେ ଇସ୍ରାଏଲର ୬୦୦୦ ବୋମା ଫିଙ୍ଗିବା ଘଟଣା ୨୦୧୭ ସିରିୟାର ରାକ୍କା ଉପରେ ଆମେରିକାର ଆକ୍ରମଣ ଘଟଣାକୁ ମଧ୍ୟ ମନେ ପକାଇଥିବା ଆଲୋଚନା ହୋଇଛି । ୨୦୧୭ ମସିହାରେ ଇରାକ ଓ ସିରିୟା ଉପରେ ଆମେରିକା ପ୍ରତି ମାସରେ ୪୦୦୦ ଲେଖାଏଁ ବୋମା ଫିଙ୍ଗିଥିଲା । ଆମ୍ନାଷ୍ଟି ଇଣ୍ଟରନ୍ୟାସନାଲ ଅନୁଯାୟୀ ୨୦୧୭ ମସିହା ଜୁନ୍ ୬ରୁ ଅକ୍ଟୋବର ୧୭ ମଧ୍ୟରେ ଆମେରିକା ସୈନ୍ୟ ବାହିନୀ ୪ ମାସ ଓ ୧ ସପ୍ତାହ ଧରି ରାକ୍କା ଉପରେ ୩୦ ହଜାରରୁ ଅଧିକ ଗୁଳି ଚାଳନ କରିଥିଲେ ।

ଇସ୍ରାଏଲ ବାୟୁ ସେନା ହମାସ ଆଡ୍ଡାସ୍ଥଳୀ ଉପରେ କରିଥିବା ଆକ୍ରମଣ ସମ୍ପର୍କରେ କହି ସୂଚନା ଦେଇଛି ଯେ ଏୟାର ଷ୍ଟ୍ରାଇକ ଯୋଗୁଁ ଶତାଧିକ ହମାସ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କର ୩୬୦୦ ଆଡ୍ଡାସ୍ଥଳୀ ଉପରେ ଆକ୍ରମଣ କରାଯାଇଛି । ଏଥିରୁ କମାଣ୍ଡ କଣ୍ଟ୍ରୋଲ ଟାର୍ଗେଟ, ଅସ୍ତ୍ର ପ୍ରଡକ୍ସନ ସାଇଟ, ଲିଡରସିପ ଟାର୍ଗେଟ, ରକେଟ ସିଷ୍ଟମ ଟାର୍ଗେଟ ଅନ୍ତର୍ଭୁକ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.