ETV Bharat / international

Israel-Hamas War: ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଗସ୍ତ କରିପାରନ୍ତି ଜୋ ବାଇଡେନ - ଇସ୍ରାଏଲ ଯିବେ ଜୋ ବାଇଡେନ

ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ! ଯୁଦ୍ଧ ଘନଘଟା ଭିତରେ ଇସ୍ରାଏଲ ଗସ୍ତ କରିପାରନ୍ତି ବାଇଡେନ । ଅଧିକ ପଢ଼ନ୍ତୁ

jo biden visit to israel
jo biden visit to israel
author img

By ETV Bharat Odisha Team

Published : Oct 16, 2023, 8:35 AM IST

Updated : Oct 16, 2023, 8:54 AM IST

ୱାଶିଂଟନ: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍ଗୀ ସଂଗଠନ ହମସା ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜିକୁ 10ମ ଦିନରେ ପହଞ୍ଚିଛି । ଦୁଇ ପକ୍ଷ ଭିତରେ ଘମାଘୋଟ ଯୁଦ୍ଧ ଲାଗି ରହିଛନ୍ତି । ଏହା ଭିତରେ ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି । ଯୁଦ୍ଧ ଘନଘାଟା ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେଇ ଇସ୍ରାଏଲ ଗସ୍ତ କରିପାରନ୍ତି ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିମନ୍ତ୍ରଣ କରିଛନ୍ତି । ତେଣୁ ଜୋ ବାଇଡେନଙ୍କ ଇସ୍ରାଏଲ ଗସ୍ତ ସମ୍ଭାବନା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛି । ଆମେରିକା ଇସ୍ରାଏଲ ସାଥୀରେ ରହିଛି ବୋଲି ପୂର୍ବରୁ ସ୍ପଷ୍ଟ କରି ସାରିଛି ଆମେରିକା । ଆମେରିକା ଇସ୍ରାଏଲକୁ ସମର୍ଥନ କରିଛି । ଗାଜାକୁ ଇସ୍ରାଏଲ କବ୍‌ଜା କରିବା ନେଇ କେବେ ବି ଆମେରିକା ସମର୍ଥନ କରିବା ନାହିଁ ବୋଲି ସଫା ସଫା କହି ଦେଇଥିଲେ ରାଷ୍ଟ୍ରପତି ଜୋ ବାଇଡେନ । ହମାସ ସମ୍ପୂର୍ଣ୍ଣ ଶେଷ ହେବା ଦରକାର ।

ଇସ୍ରାଏଲ ସହ ଅଛି ଭାରତ: ଇସ୍ରାଏଲରେ ହୋଇଥିବା ବର୍ବର ଆକ୍ରମଣକୁ ବିଶ୍ବ ନେତା କଡ଼ା ନିନ୍ଦା କରିଥିଲେ । ଏଭଳି ହିଂସା ତୁରନ୍ତ ବନ୍ଦ କରିବାକୁ ବିଶ୍ବ ନେତା କହିଛନ୍ତି । ଆମେରିକା, ଫ୍ରାନ୍ସ, ବ୍ରିଟେନ୍‌, ଜର୍ମାନୀ ଓ ଇଟାଲୀ ରାଷ୍ଟ୍ରମୁଖ୍ୟ ଇସ୍ରାଏଲକୁ ସମର୍ଥନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇସ୍ରାଏଲ ସହ ଥିବା କହିଥିଲେ । ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ଖବରରେ ସେ ଗଭୀର ମର୍ମାହତ ଓ ସ୍ତବ୍ଧ ଥିବା କହିଥିଲେ । ଏଭଳି ଜଟିଳ ପରିସ୍ଥିତିରେ ଆମେ ଇସ୍ରାଏଲ ସହ ଅଛୁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...Israel- Hamas war: ଉତ୍ତର ଗାଜା ଛାଡିବାକୁ 3 ଘଣ୍ଟାର ମହଲତ ଦେଲା ଇସ୍ରାଇଲ ସେନା, ହୋଇପାରେ ଗ୍ରାଉଣ୍ଡ ଆଟାକ

ଏହା ବି ପଢନ୍ତୁ...Israel-Hamas War: ଇସ୍ରାଏଲର ଡ୍ରୋନ୍‌ ଆକ୍ରମଣରେ ଟଳିଲା ହମାସର ଟପ୍ କମାଣ୍ଡର

ପ୍ରକାଶ ଥାଉ କି, ଗତ ଅକ୍ଟୋବର 7 ତାରିଖରୁ ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଦୁଇ ପକ୍ଷ ଭିତରେ ଦିନକୁ ଦିନ ଆକ୍ରମଣ ଭୟଙ୍କର ହେଉଛି । ଇସ୍ରାଏଲ ଆକ୍ରମଣରେ ଏଯାବତ 2670 ପାଲେଷ୍ଟାନୀୟଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧର ନବମ ଦିନ ସୁଦ୍ଧା ଦୁଇ ପକ୍ଷର ମୃତ୍ୟୁ ସଂଖ୍ୟା 4 ହଜାର ପାର କରିଛି । ହମାସ ଆକ୍ରମଣରେ 1300 ଇସ୍ରାଏଲ ନାଗରିକଙ୍କର ବି ମୃତ୍ୟୁ ହୋଇଛି । ହଜାର ହଜାର ଲୋକ ଆହତ ହୋଇଛନ୍ତି । ପାଲେଷ୍ଟାଇନର ହମାସ ଆତଙ୍କବାଦୀ ଗୋଷ୍ଠୀ ପ୍ରଥମେ ଇସ୍ରାଏଲ ଉପରେ ଭୟାନକ ଆକ୍ରମଣ କରିଥିଲା । ଏହା ପରେ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଏଲ । ଶତାଧିକ ଇସ୍ରାଏଲଙ୍କୁ ବନ୍ଦୀ କରି ନେଇଥିଲା ହମାସ ।

Last Updated : Oct 16, 2023, 8:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.