ETV Bharat / international

Israel- Hamas war: ଉତ୍ତର ଗାଜା ଛାଡିବାକୁ 3 ଘଣ୍ଟାର ମହଲତ ଦେଲା ଇସ୍ରାଇଲ ସେନା, ହୋଇପାରେ ଗ୍ରାଉଣ୍ଡ ଆଟାକ - ଗାଜାବାସୀଙ୍କୁ 3 ଘଣ୍ଟାର ମହଲତ

ଆକ୍ରମଣ ରୋକିଲା ଇସ୍ରାଇଲ । ଗାଜାବାସୀଙ୍କୁ ଦେଲା 3 ଘଣ୍ଟାର ମହଲତ, 3 ଘଣ୍ଟା ମଧ୍ୟରେ ଗାଜା ପଟ୍ଟି ଛାଡିବାକୁ ନିର୍ଦ୍ଦେଶ । ଆରମ୍ଭ ହୋଇପାରେ ଡୋର ଟୁ ଡୋର ଅପରେସନ । ଅଧିକ ପଢନ୍ତୁ

Israel- Hamas war
Israel- Hamas war
author img

By ETV Bharat Odisha Team

Published : Oct 15, 2023, 2:57 PM IST

ହାଇଦ୍ରାବାଦ: ଏକ ସପ୍ତାହ ହେଲା ଇସ୍ରାଇଲ-ହମାସ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ହମାସ ଆକ୍ରମଣର ପ୍ରତିଶୋଧ ନେବାକୁ ରକ୍ତମୁଖା ହୋଇଉଠିଛି ଇସ୍ରାଇଲ । 9 ଦିନର ଏହି ଯୁଦ୍ଧ ମଧ୍ୟରେ ଗାଜା ପଟ୍ଟିକୁ ଏକପ୍ରକାର ଧ୍ୱଂସସ୍ତୁପରେ ପରିଣତ କରିସାରିଲାଣି । ଅନ୍ୟପଟେ ଉତ୍ତର ଗାଜା ପଟ୍ଟିରେ 3 ଘଣ୍ଟା ପାଇଁ ଆକ୍ରମଣ ବନ୍ଦ କରିଛି ଇସ୍ରାଇଲ ସେନା ଆଇଡିଏଫ । ଉତ୍ତର ଗାଜା ପଟ୍ଟି ଛାଡି ଦକ୍ଷିଣ ଆଡକୁ ଯିବାକୁ ଗାଜା ଅଧିବାସୀଙ୍କୁ 3 ଘଣ୍ଟାର ମହଲତ ଦେଇଛି । ଇସ୍ରାଇଲ ଏଭଳି ନିର୍ଦ୍ଦେଶ ଗ୍ରାଉଣ୍ଡ ଆଟାକ ପୂର୍ବପ୍ରସ୍ତୁତି ବୋଲି ଚର୍ଚ୍ଚା ହେଉଛି ।

  • Residents of Gaza City and northern Gaza, in the past days, we've urged you to relocate to the southern area for your safety. We want to inform you that the IDF will not carry out any operations along this route from 10 AM to 1 PM. During this window, please take the opportunity… pic.twitter.com/JUkcGOg0yv

    — Israel Defense Forces (@IDF) October 15, 2023 " class="align-text-top noRightClick twitterSection" data=" ">

ଇସ୍ରାଇଲ ଆକ୍ରମଣର ଫାଇନାଲ ଫାଇଟ । ଗାଜାରେ ଏୟାର ଆଟାକ ପରେ ଏବେ ଇସ୍ରାଇଲ ସେନା ଆଇଡିଏଫର ଗ୍ରାଉଣ୍ଡରେ ପଶି ଡୋର ଟୁ ଡୋର ଅପରେସନ ଆରମ୍ଭ ହୋଇପାରେ । କାରଣ କରିବାକୁ ଆକ୍ରମଣକୁ 3 ଘଣ୍ଟା ପାଇଁ ବିରତି ଦେଇ ଲୋକମାନଙ୍କୁ ଉତ୍ତର ଗାଜା ଛାଡିବାକୁ ପରାମର୍ଶ ଦେଇଛି ଇସ୍ରାଇଲ । ଇସ୍ରାଇଲ ସେନା ଆଇଡିଏଫ ଗାଜା ନାଗରିକଙ୍କୁ ଉତ୍ତର ଗାଜାରୁ ଦକ୍ଷିଣ ଆଡକୁ ଯିବା ପାଇଁ 3 ଘଣ୍ଟାର ସମୟ ଦେଇଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଇଛି ଆଇଡିଏଫ ।

ଏହାମଧ୍ୟ ପଢନ୍ତୁ..Israel-Hamas War: ଇସ୍ରାଏଲର ଡ୍ରୋନ୍‌ ଆକ୍ରମଣରେ ଟଳିଲା ହମାସର ଟପ୍ କମାଣ୍ଡର

ଆଇଡିଏଫ ପକ୍ଷରୁ ଟ୍ୱିଟ କରି କୁହାଯାଇଛି, 'ଆମେ ଆପଣମାନଙ୍କୁ ସୂଚିତ କରିବାକୁ ଚାହୁଁଛୁ ଯେ, ଆଇ଼ଡିଏଫ ଆଜି(ରବିବାର) ସକାଳ 10ଟାରୁ 1ଟା ଯାଏ ଏହି ରାସ୍ତାରେ କୌଣସି ଅପରେସନ କରିବ ନାହିଁ । ଏହି ସମୟ ମଧ୍ୟରେ ଦୟାକରି ଉତ୍ତର ଗାଜାରୁ ଦକ୍ଷିଣ ଆଡକୁ ପଳାଇଯାଆନ୍ତୁ । ଆପଣ ଓ ଆପଣଙ୍କ ପରିବାରର ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଦୟାକରି ନିର୍ଦ୍ଦେଶ ଅନୁସରଣ କରନ୍ତୁ । ଉତ୍ତରଗାଜା ଛାଡିବାକୁ 3 ଘଣ୍ଟାର ମହଲତ ଏନେଇ ଟ୍ବିଟ କରି ସୂଚନା ଦେଇଛି ଆଇଡିଏଫ ।

ଏହାମଧ୍ୟ ପଢନ୍ତୁ..Israel-Hamas war: ପ୍ରତିଶୋଧ ନେଲା ଇସ୍ରାଏଲ ! ଆକ୍ରମଣରେ ହମାସ ବାୟୁସେନା ମୁଖ୍ୟଙ୍କ ମୃତ୍ୟୁ

ଟ୍ୟାଙ୍କ ସହ ଗାଜା ପଟ୍ଟିରେ ଦାଖଲ ହୋଇ ସାରିଛି ଇସ୍ରାଇଲ ସେନା । ବର୍ତ୍ତମାନ ସୁଦ୍ଧା ଏହି ଯୁଦ୍ଧରେ ଇସ୍ରାଇଲର ପାଖାପାଖି 1300ସେନାଙ୍କ ମୃତ୍ୟୁ ହୋଇଥିବା ବେଳେ 2800ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଅନ୍ୟପଟେ ହମାସର 1900 ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 8000 ଆହତ ହୋଇଥିବା ଇସ୍ରାଇଲ ସେନା ପକ୍ଷରୁ ଦାବି ହୋଇଛି । ସେହିଭଳି ଇସ୍ରାଇଲ ଏବେସୁଦ୍ଧା 6 ହଜାରରୁ ଅଧିକ ଏୟାର ଆଟାକ କରିଥିବା ବେଳେ ହମାସ ପକ୍ଷରୁ 3000 ଆଟାକ କରାଯାଇଛି । ଇସ୍ରାଇଲ ପ୍ରତିଦିିନ 700 ରକେଟ ମାଡ କରୁଥିବା ହମାସ ପକ୍ଷରୁ 400 ରକେଟ ଆକ୍ରମଣ କରାଯାଉଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.