ETV Bharat / international

Israel-Hamas war: ପ୍ରତିଶୋଧ ନେଲା ଇସ୍ରାଏଲ ! ଆକ୍ରମଣରେ ହମାସ ବାୟୁସେନା ମୁଖ୍ୟଙ୍କ ମୃତ୍ୟୁ

author img

By ETV Bharat Odisha Team

Published : Oct 14, 2023, 6:23 PM IST

ଇସ୍ରାଏଲ ହମଲାରେ ହମାସ ବାୟୁସେନା ମୁଖ୍ୟଙ୍କ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଇସ୍ରାଏଲ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକରେ ହମାସ ବାୟୁସେନା ମୁଖ୍ୟ ମୁରାଦ ଅବୁ ମୁରାଦର ମୃତ୍ୟୁ ହୋଇଥିବା ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ( ଆଇଡିଏଫ) ଦାବି କରିଛି । ଅଧିକ ପଢ଼ନ୍ତୁ

ଇସ୍ରାଏଲର ହମଲାରେ ହମାସ ବାୟୁସେନା ମୁଖ୍ୟଙ୍କ ମୃତ୍ୟୁ

ତେଲ ଆଭିଭ: ଇସ୍ରାଏଲ ହମଲାରେ ହମାସ ବାୟୁସେନା ମୁଖ୍ୟଙ୍କ ମୃତ୍ୟୁ । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଇସ୍ରାଏଲ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକରେ ହମାସ ବାୟୁସେନା ମୁଖ୍ୟ ମୁରାଦ ଅବୁ ମୁରାଦର ମୃତ୍ୟୁ ହୋଇଥିବା ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ( ଆଇଡିଏଫ) ଦାବି କରିଛି । ଆଇଡିଏଫର ସୂଚନା ମୁତାବକ, ସେମାନେ ଅବୁ ମୁରାଦଙ୍କ ମୁଖ୍ୟାଳୟକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ । ଅବୁ ମରାଦର ଏହି ସ୍ଥାନରୁ ହମାସ ବାୟୁ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଥିଲା । ଏୟାର ଷ୍ଟ୍ରାଇକରେ ଅବୁ ମୁରାଦର ମୃତ୍ୟୁ ହୋଇଛି।

  • Last night, IAF fighter jets conducted wide-scale strikes throughout the Gaza Strip. These included dozens of Hamas terror targets as well as “Nukhba” terrorist operatives that were in a staging ground in the Gaza Strip. pic.twitter.com/fmI7ilhya6

    — Israeli Air Force (@IAFsite) October 14, 2023 " class="align-text-top noRightClick twitterSection" data=" ">

ତେବେ ଗତ ସପ୍ତାହରେ ଇସ୍ରାଏଲରେ ହୋଇଥିବା ହତ୍ୟାକାଣ୍ଡରେ ଅବୁ ମୁରାଦ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବା ଆଇଡିଏଫ ଦାବି କରିଛି । ଅବୁ ମୁରାଦର ନିର୍ଦ୍ଦେଶରେ ହମାସ ଆତଙ୍କୀମାନେ ଆକାଶ ମାର୍ଗରୁ ଆକ୍ରମଣ କରିଥିଲେ । ହ୍ୟାଙ୍ଗ ଗ୍ଲାଇଡର୍ସ ମାଧ୍ୟମରେ ଇସ୍ରାଏଲରେ ପ୍ରବେଶ କରଥିବା ଆତଙ୍କବାଦୀମାନଙ୍କୁ ମୁରାଦଲ ନିର୍ଦ୍ଦେଶ ଦେଇଥିଲା । ଗତ ଶୁକ୍ରବାର ରାତିରେ ହମାସ ବାୟୁସେନାର ଅନେକ ସ୍ଥାନରେ ଆକାଶ ମାର୍ଗରୁ ଆକ୍ରମଣ କରିଥିଲା ଇସ୍ରାଏଲ । ଆଜି(ଶନିବାର) ଆକ୍ରମଣକୁ ଆହୁରି ତୀବ୍ର କରିଛି ଇସ୍ରାଏଲ । ଇସ୍ରାଏଲର ସୈନ ଗାଜାର ସୀମା ଭିତରେ ପ୍ରବେଶ କରି ଆକ୍ରମଣ ଆରମ୍ଭ କରିଛି । ଏଥିରେ ଗାଜାର ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...Israel-Hamas War: ଯୁଦ୍ଧ ଖବର ସଂଗ୍ରହ କରିବାକୁ ଯାଇ ରୟଟର୍ସ ସାମ୍ବାଦିକ ମୃତ, 6 ଆହତ

ଗତ ଶନିବାର ଅର୍ଥାତ ଅକ୍ଟୋବର 7 ତାରିଖ ଦିନ ହମାସ ଆତଙ୍କବାଦୀମାନଙ୍କ ଆକ୍ରମଣ ପରେ ଇସ୍ରାଏଲ ଗାଜା ଉପରେ ଏୟାର ଷ୍ଟାଇକ କରିଆସୁଛି । ହମାସର ଆକ୍ରଣଣରେ ଇସ୍ରାଏଲର 1300ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ସେହିପରି ଇସ୍ରାଏଲର ପାଲଟା ଜବାବରେ ଗାଜାର 1500ରି ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଇସ୍ରାଏଲ ଲଗାତାର ଆକ୍ରମଣ ଜାରି ରଖିଛି ଏହାସହ ଇସ୍ରାଏଲ ଭିତରେ ପଶି ଆସିଥିବା ପ୍ରାୟ 1500 ହମାସ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବା ଇସ୍ରାଏଲ କହିଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ, ଏହା କେବଳ ଆରମ୍ଭ । ପୂର୍ବ ଅପେକ୍ଷା ଆମେ ଏହି ଯୁଦ୍ଧକୁ ଅଧିକ ଜୋରଦାର ସମାପ୍ତ କରିବୁ । ଏହାସହ ଆମେ ହମାସକୁ ଧ୍ୱଂସ କରିବୁ ।

ଏହା ମଧ୍ୟ ପଢ଼ନ୍ତୁ ......Israel Gaza War: 13ଶହ ମୃତ, ଇସ୍ରାଏଲରର ସମ୍ପୂର୍ଣ୍ଣ ଅବରୋଧ ନିର୍ଦ୍ଦେଶ ପରେ ଗାଜାରେ ମାନବୀୟ ସଙ୍କଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.