ETV Bharat / international

Israel-Gaza War: ଇସ୍ରାଏଲକୁ ଇରାନର କଡା ଧମକ, ଆକ୍ରମଣ ବନ୍ଦ ନ କଲେ ଅନ୍ୟ ଦିଗରୁ ମୁଣ୍ଡ ଟେକିବ ଯୁଦ୍ଧ !

author img

By ETV Bharat Odisha Team

Published : Oct 13, 2023, 11:59 AM IST

ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ଇରାନ ପକ୍ଷରୁ ଏକ ବଡ଼ ବୟାନ ଜାରି କରାଯାଇଛି । ଯଦି ଇସ୍ରାଇଲ ପାଲେଷ୍ଟାଇନ ଉପରେ ଆକ୍ରମଣ ବନ୍ଦ ନ କରେ ତେବେ ଅନ୍ୟ କାରଣରୁ ମଧ୍ୟ ଯୁଦ୍ଧ ମୁଣ୍ଡ ଟେକିପାରେ ବୋଲି କହି ପରୋକ୍ଷ ଧମକ ଦେଇଛି । ଆଗକୁ ପଢନ୍ତୁ

Israel-Gaza War:
Israel-Gaza War

ହାଇଦ୍ରାବାଦ: ଇସ୍ରାଇଲ ଓ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଏହାମଧ୍ୟରେ ଇରାନ ପକ୍ଷରୁ ଏକ ବଡ ବୟାନ ଜାରି କରାଯାଇଛି । ଯୁଦ୍ଧ ବନ୍ଦ କରିବା ନେଇ ଇସ୍ରାଇଲକୁ ଚେତାବନୀ ଦେଇଛି ଇରାନ । ଯଦି ଇସ୍ରାଇଲ ପାଲେଷ୍ଟାଇନ ଉପରେ ଆକ୍ରମଣ ବନ୍ଦ ନକରେ ତେବେ ଅନ୍ୟ କାରଣରୁ ମଧ୍ୟ ଯୁଦ୍ଧ ମୁଣ୍ଡ ଟେକିପାରେ ବୋଲି କହି ପରୋକ୍ଷ ଧମକ ଦେଇଛି ଓ ତାହାର ପରିଣାମ ଯାହା ହେବ ସେଥିପାଇଁ ଇସ୍ରାଏଲ ହିଁ ଦାୟୀ ରହିବ ବୋଲି କହିଛନ୍ତି ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଅମିରାବ୍ଦୋଲ୍ଲାହିଆନ ।

ଗୁରୁବାର ଦିନ ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଅମିରାବ୍ଦୁଲ୍ଲାହିଆନ ବୈରୁଟ ଗସ୍ତ କରିଥିଲେ । ସେଠାରେ ଲେବାନନ ଅଧିକାରୀଙ୍କ ସହ ହମାସ ଓ ପାଲେଷ୍ଟାଇନ ଇସଲାମିକ ଜିହାଦଙ୍କ ପ୍ରତିନିଧିମାନେ ତାଙ୍କୁ ସ୍ବାଗତ କରିଥିଲେ । ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, " ଗାଜା ଉପରେ ଆକ୍ରାମଣାତ୍ମକ, ଯୁଦ୍ଧ ଅପରାଧ ଓ ଘେରାବନ୍ଦୀ ଯୋଗୁ ଅନ୍ୟ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ଯଦି ଗାଜା ଉପରେ ଇସ୍ରାଇଲ ଆକ୍ରମଣ ଜାରି ରହେ ତେବେ ଅନ୍ୟ କାରଣରୁ ଯୁଦ୍ଧ ଆରମ୍ଭ ହୋଇପାରେ ।"

ଏହାମଧ୍ୟ ପଢନ୍ତୁ..Israel Hamas War: ଶତାଧିକ ହମାସ ଆକାଉଣ୍ଟ ହଟାଇଲା ଏକ୍ସ, କହିଲା ଆତଙ୍କୀ ସଂଗଠନ ପାଇଁ ନାହିଁ ସ୍ଥାନ

ତେବେ ବୈରୁଟ ଗସ୍ତ ପୂର୍ବରୁ ଅମିରାବ୍ଦୁଲ୍ଲାହିଆନ ଇରାକ ଗସ୍ତ କରିଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ମହମ୍ମଦ ଶିୟା ଉଲ ସୁଦାନୀଙ୍କ ସହ ସାକ୍ଷାତ କରିବା ସହ ଆଲୋଚନା କରିଥିଲେ । ଯାହାପରେ ଏଭଳି ବୟାନ ଜାରି କରିଛନ୍ତି । ତେବେ ଇସ୍ରାଇଲ-ହମାସ ଯୁଦ୍ଧକୁ ନେଇ ଆମେରିକା, ଭାରତ, ବ୍ରିଟେନ, ୟୁକ୍ରେନ ପ୍ରମୁଖ ଦେଶଗୁଡିକ ଇସ୍ରାଇଲକୁ ସମର୍ଥନ ଜଣାଇଥିବା ବେଳେ ଇସଲାମିକ ରାଷ୍ଟ୍ର ଇରାନ, ଇରାକ, ପାକିସ୍ତାନ ଓ ଚୀନ, ଋଷ ପ୍ରମୁଖ ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି । ଅନ୍ୟପଟେ ଏହି ଆକ୍ରମଣ ପାଇଁ ହମାସକୁ ଇରାନ ଫଣ୍ଡିଂ ଯୋଗାଇଥିବା ଭଳି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଯଦିଓ ଏହାକୁ ହମାସ ପକ୍ଷରୁ ଖଣ୍ଡନ କରାଯାଇଛି ତଥାପି ହମାସକୁ ଇରାନ ସାହାଯ୍ୟ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ବର୍ତ୍ତମାନ ଇରାନ ବିଦେଶ ମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇସଲାମିକ ରାଷ୍ଟ୍ରଗୁଡିକ ମିଳିତ ଭାବେ ଏହି ଯୁଦ୍ଧରେ ହସ୍ତକ୍ଷେପ କରିବେ ବୋଲି ଯଦିଓ ସେ ପ୍ରତ୍ୟକ୍ଷ ଭାବେ କହିନାହାନ୍ତି କିନ୍ତୁ ତାଙ୍କ ଚେତାବନୀରୁ ଏହା ସ୍ପଷ୍ଟ ଜଣାପଡୁଛି । ବର୍ତ୍ତମାନ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ, ସିରିୟା, ଲେବାନନ ଆତଙ୍କୀ ସଂଗଠନ ହିଜବୁଲ୍ଲାହ ପ୍ରମୁଖ ମିଳିତ ହୋଇ ଯୁଦ୍ଧ ମୈଦାନକୁ ଓହ୍ଲାଇଛନ୍ତି । ସେମାନଙ୍କ ସହ ଇସ୍ରାଏଲ ଯୁଦ୍ଧ ଜାରି ରଖିଥିବା ବେଳେ ଯଦି ଅନ୍ୟାନ୍ୟ ମୁସଲିମ ଦେଶଗୁଡିକ ସଂଗଠିତ ହୁଅନ୍ତି ତେବେ ଇସ୍ରାଏଲରେ ସମସ୍ୟା ଆହୁରି ବୃଦ୍ଧି ପାଇବ ।

ଏହାମଧ୍ୟ ପଢନ୍ତୁ..Gaza-Israel war: ହତ୍ୟାର ଶିକାର ନବଜାତ ଶିଶୁର ଫଟୋ ସେୟାର କରି ନେତାନ୍ୟାହୁଙ୍କ ଚେତାବନୀ

ଶନିବାର ଦିନ ଇସ୍ରାଏଲ ଉପରେ ହମାସ ଆତଙ୍କୀ ସଂଗଠନ ପକ୍ଷରୁ ହଜାର ହଜାର ରକେଟ ମାଡ କରାଯାଇଥିଲା । ଯାହାର ଜବାବରେ ଇସ୍ରାଏଲ ମଧ୍ୟ ରକ୍ତମୁଖା ହୋଇ ଉଠିଛି । ଦୀର୍ଘ 7 ଦିନ ହେଲା 2 ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଅନ୍ୟପଟେ ଗାଜାକୁ 4 ପାଖରୁ ଅବରୋଧ କରିଥିବାରୁ ଗାଜାରେ ସାଧାରଣ ଲୋକଙ୍କ ଅବସ୍ଥା ବିପର୍ଯ୍ୟସ୍ଥ ହୋଇପଡ଼ିଛି । ଗାଜାରେ ଅତ୍ୟାବଶ୍ୟକ ସେବା ଯେପରିକି ଖାଦ୍ୟ, ବିଜୁଳି, ପାନୀୟଜଳ ଭଳି ପ୍ରମୁଖ ସେବାଗୁଡ଼ିକ ବନ୍ଦ ରହିଛି । ଯାହାଦ୍ବାରା ସାଧାରଣ ଜନତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ଏବେ ସୁଦ୍ଧା ଏହି ଯୁଦ୍ଧରେ ଇସ୍ରାଏଲରେ 12 ଶହରୁ ଉର୍ଦ୍ଧ୍ବ ଲୋକଙ୍କର ଜୀବନ ଯାଇଥିବା ବେଳେ ଇସ୍ରାଇଲ ଏୟାର ଷ୍ଟ୍ରାଇକରେ ପାଲେଷ୍ଟାଇନ୍‌ର 1400ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.