ETV Bharat / international

ଇସ୍ରାଇଲ-ହମାସ ଯୁଦ୍ଧ: ବନ୍ଧକଙ୍କୁ ମୁକ୍ତି ଦାବିରେ ଇସ୍ରାଏଲରେ ବିଶାଳ ରାଲି - ଇସ୍ରାଇଲରେ ବିଶାଳ ରାଲି

March in Israel: 6 ସପ୍ତାହ ହେଲା ଜାରି ରହିଛି ଇସ୍ରାଇଲ ହମାସ ଯୁଦ୍ଧ । ଏହାମଧ୍ୟରେ ହମାସ ଦ୍ବାରା ବନ୍ଦୀ ସାଧାରଣ ଲୋକଙ୍କ ଜୀବନ ସଙ୍ଗୀନ ସ୍ଥିତି ଆଡ଼କୁ ଗତି କରୁଛି । ସେମାନଙ୍କୁ ମୁକୁଳାଇବା ଦାବିରେ ଇସ୍ରାଇଲରେ ହଜାର ହଜାର ଲୋକେ ଏକ ବିଶାଳ ରାଲି କରିଛନ୍ତି । ଅଧିକ ପଢ଼ନ୍ତୁ

ବନ୍ଧକଙ୍କୁ ମୁକ୍ତି ଦାବିରେ ଇସ୍ରାଇଲରେ ବିଶାଳ ରାଲି

author img

By ETV Bharat Odisha Team

Published : Nov 19, 2023, 10:16 AM IST

ଜେରୁସାଲେମ: ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଜାରି ରହିଛି ଇସ୍ରାଏଲ- ହମାସ ମଧ୍ୟରେ ମହାଯୁଦ୍ଧ । ହମାସକୁ ସମୂଳେ ଧ୍ବଂସ କରିବା ପାଇଁ ଇସ୍ରାଇଲ ଲାଗିଥିବା ବେଳେ ହମାସ ମଧ୍ୟ ଆକ୍ରମଣ ଜାରି ରଖିଛି । ଏହାମଧ୍ୟରେ ଇସ୍ରାଇଲରେ ଦେଖାଯାଇଛି ଏକ ବଡ ରାଲି । ଯୁଦ୍ଧ ପାଇଁ ହମାସ ନିକଟରେ ବନ୍ଧକ ଥିବା ଇସ୍ରାଏଲ ନାଗରିକଙ୍କୁ ମୁକୁଳାଇବା ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ନିବେଦନ କରିଛନ୍ତି ହଜାର ହଜାର ଇସ୍ରାଏଲ ନାଗରିକ । ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ଫେରାଇ ଆଣିବା ପାଇଁ କରିଛନ୍ତି ଆକୁଳ ନିବେଦନ । ଇସ୍ରାଏଲରେ ହଜାର ହଜାର ନାଗରିକମାନେ ଏକ ବିଶାଳ ରାଲି କରି ବନ୍ଧକମାନଙ୍କୁ ମୁକୁଳାଇବାକୁ ଆକୁଳ ନିବେଦନ କରିଥିଲେ ।

ଶନିବାର ଦିନ ଆନ୍ଦୋଳନକାରୀମାନେ ହାତରେ ଇସ୍ରାଏଲ ପତାକା ଓ ହମାସ ଦ୍ବାରା ବନ୍ଦୀ ଥିବା ବନ୍ଧକଙ୍କ ଫଟୋ ଧରି ଏକ ବିଶାଳ ରାଲିରେ ବାହାରିଥିଲେ । ପାଖାପାଖି 70 କିଲୋମିଟର ରାଲି କରି ଶେଷରେ ଜେରୁସାଲେମରେ ପ୍ରଧାନମନ୍ତ୍ରୀ ନିତାନ୍ୟାହୁଙ୍କ କାର୍ଯ୍ୟାଳୟ ପାଖରେ ଆନ୍ଦୋଳନ କରିଥିଲେ । ନେତାନ୍ୟାହୁଙ୍କୁ ଭେଟିବାକୁ ଦାବି କରିଥିବା ବେଳେ ନେତାନ୍ୟାହୁଙ୍କ ବଦଳରେ ଇସ୍ରାଏଲ ଯୁଦ୍ଧ କ୍ୟାବିନେଟର ପୂର୍ବତନ ସଦସ୍ୟ ବେନ୍ନି ଗନଟାଜ ଓ ପୂର୍ବତନ ସେନା ମୁଖ୍ୟ ସେମାନଙ୍କ ସହ ଆଲୋଚନା କରିବାକୁ ରାଜି ହୋଇଥିଲେ । ଆନ୍ଦୋଳନକାରୀଙ୍କ ପ୍ରତିନିଧି ଓ ସେମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବନ୍ଧକମାନଙ୍କ ମୁ୍କ୍ତି ନେଇ ବୈଠକରେ ଆଲୋଚନା ହୋଇଥିଲା । ବନ୍ଧକମାନଙ୍କୁ ମୁକୁଳାଇବା ଶତ ଚେଷ୍ଟା କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

ଏହାମଧ୍ୟ ପଢନ୍ତୁ..ଗାଜାରୁ ଉଦ୍ଧାର ହେଲେ କାଶ୍ମୀର ମହିଳା ଓ ତାଙ୍କ ଝିଅ, ସୁରକ୍ଷିତ ଇଜିପ୍ଟ ସ୍ଥାନାନ୍ତର

ତେବେ ଅକ୍ଟୋବର 7 ତାରିଖ ସକାଳ ସମୟରେ ଦକ୍ଷିଣ ଇସ୍ରାଏଲରେ ଅତର୍କିତ ଆକ୍ରମଣ କରିଥିଲା ହମାସ । ହମାସ ପକ୍ଷରୁ ଇସ୍ରାଇଲରେ 5000ରୁ ଊର୍ଦ୍ଧ୍ୱ ରକେଟ ମାଡ଼ କରାଯାଇଥିଲା । ଯେଉଁଥିରେ ଇସ୍ରାଏଲର ପାଖାପାଖି 1200 ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ଓ ସୀମାନ୍ତ ମଧ୍ୟରେ ପ୍ରବେଶ କରି ହମାସ ଆତଙ୍କୀ ପାଖାପାଖି 240 ଇସ୍ରାଇଲ ଲୋକଙ୍କୁ ଅପହରଣ କରିନେଇଥିଲା । ଏଭଳି ଘଟଣା ପରେ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଏଲ । ହମାସ ଆକ୍ରମଣ ପ୍ରତି ଜବାବ ଦେବାକୁ ଯାଇ ରକ୍ତମୁଖା ହୋଇପଡ଼ିଛି ଇସ୍ରାଇଲ । ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେଲା 2 ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଜାରି ରହିଛି ।

ପାଖାପାଖି 6 ସପ୍ତାହ ଧରି ଜାରି ରହିଥିବା ଏହି ଯୁଦ୍ଧରେ ଇସ୍ରାଏଲର ଗାଜାରେ ଶତୃ ସଂହାର ଜାରି ରହିଛି । ଆକାଶ, ସ୍ଥଳ ସବୁଠୁ ଆକ୍ରମଣ ଜାରି ରହିଛି ଇସ୍ରାଇଲ । ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି ଆଇଡିଏଫ (ଇସ୍ରାଇଲ ଡିଫେନ୍ସ ଫୋର୍ସ) । ହସ୍ପିଟାଲଠୁ ନେଇ ଚର୍ଚ୍ଚ ପର୍ଯ୍ୟନ୍ତ, ଯେଉଁଠି ଆତଙ୍କବାଦୀ ଲୁଚିଥିବା ଖବର ପାଉଛି ସେଇଠି ଆକ୍ରମଣ କରୁଛି ଇସ୍ରାଏଲ । ଯେଉଁଥିପାଇଁ ପାଖାପାଖି 11, 500 ପାଲେଷ୍ଟାଇନର ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି ।

ତେବେ ହମାସ ଦ୍ବାରା ପାଖାପାଖି 240 ଜଣଙ୍କୁ ବନ୍ଧକ ରଖାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 5 ଉଦ୍ଧାର ହୋଇଛନ୍ତି । 4 ଜଣଙ୍କୁ ହମାସ ପକ୍ଷରୁ ଛଡାଯାଇଥିବା ବେଳେ ଜଣଙ୍କୁ ଇସ୍ରାଇଲ ସେନା ପକ୍ଷରୁ ଉଦ୍ଧାର କରାଯାଇଥିଲା । ଯାହା ଦ୍ବାରା ଅନ୍ୟ ବନ୍ଧକ ପରିବାରମାନଙ୍କୁ ସେମାନଙ୍କ ସଦସ୍ୟ ପାଇବାର ଆଶା ଉଦ୍ଜୀବିତ ହୋଇଥିଲା । ହେଲେ ଚଳିତ ସପ୍ତାହରେ 2 ଇସ୍ରାଇଲ ବନ୍ଧକଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହେବା ପରେ ସେମାନଙ୍କ ପରିବାର ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । କିଭଳି ସ୍ଥିତିରେ ବନ୍ଧକମାନେ ଥିଲେ ସେନେଇ ଚିନ୍ତାରେ ଅଛନ୍ତି ପରିବାର ଲୋକେ । ତେବେ ହମାସ ପକ୍ଷରୁ ଜାରି କିଛି ଭିଡିଓରେ ବନ୍ଧକମାନେ ଅସୁସ୍ଥ ଓ ଭୟ ମଧ୍ୟରେ ଥିବା ଦେଖିବାକୁ ମିଳିଥିଲା । ଫଳରେ ଭୟରେ ଅଛନ୍ତି ବନ୍ଧକଙ୍କ ପରିବାର ଲୋକେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.