ETV Bharat / international

Ukraine Crisis: ଋଷରେ ସମସ୍ତ ଅଫିସ ବନ୍ଦ କରିବ ଇନଫୋସିସ

author img

By

Published : Apr 3, 2022, 2:44 PM IST

ୟୁକ୍ରେନ ଉପରେ ଆକ୍ରମଣ ପରେ ଗୋଟିଏ ପରେ ଗୋଟିଏ ଦେଶ ଓ କମ୍ପାନୀ ଋଷ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି । ଏପରି ସମୟରେ ଋଷକୁ ବଡ ଝଟକା ଦେଇଛି ଇନଫୋସିସ । ଅଧିକ ପଢନ୍ତୁ

Ukraine Crisis: ଋଷକୁ ନୂଆ ଝଟକା, ଋଷରେ ସମସ୍ତ ଅଫିସ ବନ୍ଦ କରିବ ଇନଫୋସିସ

ମସ୍କୋ: ଦିନକୁ ଦିନ ଉଗ୍ର ରୂପ ନେଉଛି ୟୁକ୍ରେନ-ଋଷ ଯୁଦ୍ଧ । ୟୁକ୍ରେନ ଉପରେ ଆକ୍ରମଣ ପରେ ଗୋଟିଏ ପରେ ଗୋଟିଏ ଦେଶ ଓ କମ୍ପାନୀ ଋଷ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି । ଏପରି ସମୟରେ ଋଷକୁ ବଡ ଝଟକା ଦେଇଛି ଇନଫୋସିସ । ଋଷରେ ଥିବା ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରିବା ନେଇ ଘୋଷଣା କରିଛି ଇନଫୋସିସ ।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ କମ୍ପାନୀର ସହ-ସଂସ୍ଥାପକ ଏନଆର ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଋଷି ସନକଙ୍କ ଉପରେ ଋଷ ରାଷ୍ଟ୍ରପତି ପୁଟିନ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ପୁଟିନ କହିଛନ୍ତି କି ଋଷି ସନକ ବ୍ରିଟିସର ଚାନ୍ସଲର ଭାବେ କାର୍ଯ୍ୟ କରୁଛନ୍ତି । ତେବେ BBC ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ମସ୍କୋରେ କାମ କରୁଥିବା ଇନଫୋସିସର କର୍ମଚାରୀ ମାନଙ୍କୁ ଅନ୍ୟ ସ୍ଥାନରେ କାମ ଖୋଜିବାକୁ କମ୍ପାନୀ ତରଫରୁ କୁହାଯାଇଛି । କିନ୍ତୁ ଏନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନାହିଁ ।

ସେପଟେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରେ ଋଷରେ ଥିବା ଇନଫୋସିସ କାର୍ଯ୍ୟାଳୟ ପକ୍ଷରୁ ମସ୍କୋର ଅନ୍ୟ କୌଣସି ସଂସ୍ଥା ସହ ସଂପର୍କ ନଥିବା କଥା କମ୍ପାନୀ ପକ୍ଷରୁ କୁହାଯାଇଛି । ୟୁକ୍ରେନରେ ଯୁଦ୍ଧ ପୀଡିତମାନଙ୍କୁ ଇନଫୋସିସ ପକ୍ଷରୁ ୧ ମିଲିୟନ ଡଲାରର ସହାୟତା ଯୋଗାଇଥିବା କଥା କମ୍ପାନୀ ପକ୍ଷରୁ ଏକ ବିବୃତ୍ତିରେ ସୂଚନା ଦିଆଯାଇଛି । ମାର୍ଚ୍ଚ ୩୧ ତାରିଖ ଦିନ ପଶ୍ଚିମ ଋଷ ଅଞ୍ଚଳରେ ଥିବା ଏକ ତୈଳ ଡିପୋ ଉପରେ ୟୁକ୍ରେନର ଆକ୍ରମଣ କରିଛି । ଏହି ଆକ୍ରମଣେରେ ଦୁଇ ଜଣ ଆହତ ହୋଇଥିବା ସେକାର ଗଭର୍ଣ୍ଣର କହିଛନ୍ତି ।ଏହା ଋଷର ସୈନ୍ୟବାହିନୀ ପାଇଁ ଏକ ଲଜ୍ଜାଜନକ ବୋଲି ମନେ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.