ETV Bharat / international

୮୮ ଥର ବିବାହ କରିବେ ୬୧ ବର୍ଷୀୟ ବୃଦ୍ଧ, ଛାଡିଲେଣି ୮୭ ସ୍ତ୍ରୀ

author img

By

Published : Nov 3, 2022, 10:23 AM IST

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ! ୬୧ ବର୍ଷ ବୟସରେ ୮୮ ଥର ବିବାହ କରିବେ ଜଣେ ଇଣ୍ଡୋନେସିଆ ବ୍ୟକ୍ତି । ଆଜି ପର୍ଯ୍ୟନ୍ତ ୮୭ ଜଣ ସ୍ତ୍ରୀଙ୍କୁ ଛାଡି ସାରିଲେଣି । ଅଧିକ ପଢନ୍ତୁ

୮୮ ଥର ବିବାହ କରିବେ ୬୧ ବର୍ଷୀୟ ବୃଦ୍ଧ, ଛାଡିଲେଣି ୮୭ ସ୍ତ୍ରୀ
୮୮ ଥର ବିବାହ କରିବେ ୬୧ ବର୍ଷୀୟ ବୃଦ୍ଧ, ଛାଡିଲେଣି ୮୭ ସ୍ତ୍ରୀ

ଜାଭା: ଜଣେ ବ୍ୟକ୍ତି ତିନି କିମ୍ବା ଚାରୋଟି ବିବାହ କରିଥିବାର ହୁଏତ ଆପଣ ଜାଣିଥିବେ । କିନ୍ତୁ କେହି ୬୧ ବର୍ଷ ବୟସରେ ୮୦ରୁ ଅଧିକ ବିବାହ କରିବାର କେବେ ଶୁଣିଛନ୍ତି କି ? ଇଣ୍ଡୋନେସିଆର ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏକି ନିଜ ବୟସ ଠାରୁ ଅଧିକ ବିବାହ କରିସାରିଲେଣି । ୮୭ ଥର ବିବାହ କରିବା ପରେ ସେ ବର୍ତ୍ତମାନ ୮୮ ଥର ବାହାଘର ପାଇଁ ପ୍ରସ୍ତୁତ ହେଉଛନ୍ତି(Indonesian Playboy King marrying for 88th time) । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

ଇଣ୍ଡୋନେସିଆ ପଶ୍ଚିମ ଜାଭାର ମଜେଲେଙ୍ଗକା ନିବାସୀ ୬୧ ବର୍ଷୀୟ କାନ୍ । ସେ ସ୍ଥାନୀୟ ଅଞ୍ଚଳରେ ପ୍ଲେବୟ କିଙ୍ଗ ଭାବେ ଜଣାଶୁଣା । କାରଣ କାନ୍ ଏ ପର୍ଯ୍ୟନ୍ତ ୮୭ ଥର ବିବାହ କରିସାରିଲେଣି । ଏଥର ସେ ଯାହାକୁ ବିବାହ କରିବାକୁ ଯାଉଛନ୍ତି ତାଙ୍କୁ ସେ କିଛି ବର୍ଷ ପୂର୍ବ ଛାଡପତ୍ର ଦେଇଥିଲେ । ମହିଳା ତାଙ୍କର ୮୬ ତମ ସ୍ତ୍ରୀ ଥିଲେ । ରିପୋର୍ଟ ଅନୁଯାୟୀ, କାନ୍ ଜଣେ କୃଷକ ଅଟନ୍ତି । ସେ ଗରୀବ ହୋଇଥିବାରୁ ସ୍ତ୍ରୀମାନେ ତାଙ୍କ ସହ ଅଧିକ ଦିନ ରହିବାକୁ ପସନ୍ଦ କରୁନଥିଲେ । ତେଣୁ ସେମାନେ ଛାଡି ଚାଲିଯାଇଥିଲେ ।

ଜଣେ ସ୍ତ୍ରୀ ଛାଡିବା ପରେ ସେ ଆଉ ଜଣକୁ ବିବାହ କରୁଥିଲେ । ଏହିପରି ଭାବେ ଆଜି ପର୍ଯ୍ୟନ୍ତ କାନ୍ ୮୭ ଥର ବିବାହ କରିସାରିଲେଣି । କାନ୍ କହିଛନ୍ତି, ସେ ୧୪ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀ ତାଙ୍କ ଠାରୁ ବୟସରେ ଦୁଇ ବର୍ଷ ବଡ ଥିଲା । ବିବାହର ଦୁଇ ବର୍ଷ ପରେ ପତ୍ନୀ ତାଙ୍କ ଠାରୁ ଛାଡପତ୍ର ନେଇଥିଲେ । ଏହି ଘଟଣା ପରେ କାନ୍ ବହୁତ ଭାଙ୍ଗି ପଡିଥିଲେ । ଏପରିକି ମହିଳାମାନଙ୍କୁ ନିଜ ପ୍ରେମରେ ପକାଇବା ପାଇଁ ସେ ଗୁଣିଗାରେଡିର ସହାୟତା ନେବାକୁ ଚିନ୍ତା କରିଥିଲେ ।

ଏହାମଧ୍ୟ ପଢନ୍ତୁ: ସ୍ବାମୀକୁ ପିଟୁଛି ସ୍ତ୍ରୀ, ପିଏମଓକୁ ଟ୍ବିଟ କରି ସୁରକ୍ଷା ମାଗିଲେ ସ୍ବାମୀ

କିନ୍ତୁ ପୁଣି କୌଣସି ମହିଳାଙ୍କ ଭାବନା ସହ ଖେଳିବାକୁ ସେ ଠିକ୍ ଭାବିନଥିଲେ । ତେଣୁ ସେ ଆଉ ଥରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଗୋଟିଏ ପରେ ଗୋଟିଏ ସ୍ତ୍ରୀ ତାଙ୍କୁ ଛାଡି ଚାଲିଯାଇଥିଲେ । ବର୍ତ୍ତମାନ କାନ୍ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ତାଙ୍କର ୮୬ ତମ ସ୍ତ୍ରୀ । ବିବାହର ମାତ୍ର ଏକ ମାସ ପରେ ଉଭୟ ଅଲଗା ହୋଇଯାଇଥିଲେ । ହେଲେ ମହିଳା ତାଙ୍କ ଏବେ ବି ପ୍ରେମ କରୁଥିବାରୁ କାନ ପୁଣିଥରେ ତାଙ୍କୁ ବିବାହ ପାଇଁ ସଜବାଜ ହେଉଛନ୍ତି । ତେବେ ଇଣ୍ଡୋନେସିଆର ଏହି ପ୍ଲେବୟ କିଙ୍ଗଙ୍କ କେତୋଟି ପିଲାଛୁଆ ଅଛନ୍ତି ତାହା ବାବଦରେ କୌଣସି ସୂଚନା ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.