ETV Bharat / international

ସିଙ୍ଗାପୁର ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଭାରତୀୟ ଯୁବକକୁ 16 ବର୍ଷ ଜେଲ, 12 ବେତ ପାହାର ଦଣ୍ଡ ଦେଲେ କୋର୍ଟ - ଭାରତୀୟ ଯୁବକକୁ 16 ବର୍ଷ ଜେଲ

2019ରେ ସିଙ୍ଗାପୁର ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଦଣ୍ତିତ ହେଲେ ଭାରତୀୟ ଯୁବକ । 16 ବର୍ଷ ଜେଲ ଦଣ୍ଡ ସହ 12 ପାହାର ବେତ ମାଡ ଦେବାକୁ ରାୟ ଶୁଣାଇଛନ୍ତି କୋର୍ଟ । କଣ ଥିଲା ପୁରା ମାମଲା ପଢନ୍ତୁ ସମ୍ପୂର୍ଣ୍ଣ ଖବର ସିଙ୍ଗାପୁରରେ ଭାରତୀୟ ଯୁବକକୁ ଜେଲ ଦଣ୍ଡ ।

raping university student
raping university student
author img

By ETV Bharat Odisha Team

Published : Oct 28, 2023, 10:57 AM IST

ସିଙ୍ଗାପୁର: ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ସିଙ୍ଗାପୁରରେ ଦଣ୍ଡିତ ହେଲେ ଭାରତୀୟ ଯୁବକ । 2019 ମସିହାର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି ସିଙ୍ଗାପୁରର ଏକ ଅଦାଲତ । ଏହି ମାମଲାରେ 26 ବର୍ଷୀୟ ଭାରତୀୟ ଯୁବକକୁ 16 ବର୍ଷ ଜେଲ ଦଣ୍ଡ ସହ 12 ପାହାର ବେତ ମାଡ ଖାଇବାକୁ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଅନ୍ତର୍ଜାତୀୟ ଏକ ଖବରକାଗଜରେ ଏ ସମ୍ପର୍କରେ ପ୍ରକାଶ ପାଇଛି ।

2019 ମସିହାର ଘଟଣା: 2019 ମସିହାରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା । ଜଣେ 23 ବର୍ଷୀୟା ବିଶ୍ବବିଦ୍ୟାଳୟର ଛାତ୍ରୀଙ୍କୁ ଭାରତୀୟ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡିତା ରାତିରେ ବସଷ୍ଟପ ଆଡକୁ ଯାଉଥିବା ବେଳେ ଅଭିଯୁକ୍ତ ତାଙ୍କର ପିଛା କରିଥିଲା । ପରେ ଅଶ୍ଲୀଳ ଇଙ୍ଗିତ କରିଥିଲା । ପରେ ଜଙ୍ଗଲକୁ ଘୋଷାଡି ନେଇ ମୁହଁକୁ ମାଡ ମାରିବା ପରେ ଦୁଷ୍କର୍ମ କରିଥିଲା । ପୀଡିତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଏପରିକି ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ତାଙ୍କୁ ଚିହ୍ନି ହେଉନଥିଲା ବୋଲି ଯୁବତୀଙ୍କ ପୁରୁଷବନ୍ଧୁ କହିଛନ୍ତି । ଏପରିକି ପୀଡିତାଙ୍କ ଗଳା ଚିପି ମାରିବାକୁ ଚାହୁଁଥିଲା ଅଭିଯୁକ୍ତ । ମାଡ ଯୋଗୁଁ ପୀଡିତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା ।

ଏହା ମଧ୍ୟ ପଢନ୍ତୁ: ସହପାଠିନୀ ସାଜିଲା ଶତ୍ରୁ, ନିଶା ଦେଇ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

2019, ମେ’ 4ରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା । 4 ବର୍ଷ ପରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ଜଣକ ଚିନ୍ନୈୟା କାର୍ତ୍ତିକ ବୋଲି ଜଣାପଡିଛି । ପୀଡିତା ଯେଉଁ ରାତିରେ ବସଷ୍ଟପ ଦେଇ ଯାଉଥିଲେ ସେ ସମୟରେ ଅଭିଯୁକ୍ତ କାର୍ତ୍ତିକ ସେଠାରେ ସଫେଇ କାର୍ଯ୍ୟ କରୁଥିଲା । ଘଟଣା ଘଟାଇବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଯୁବତୀ ଜଣଙ୍କ କ୍ଷତାକ୍ତ ଅବସ୍ଥାରେ ନିଜ ବନ୍ଧୁକୁ ଫୋନ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପୀଡିତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା ।

ଏହା ବି ପଢନ୍ତୁ: ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ, ଥାନାରେ ମାମଲା

ପରେ ଘଟଣାର ତଦନ୍ତ କରିବା ପରେ ଘଟଣାର ଦିନକ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ତେବେ ଦୀର୍ଘ 4 ବର୍ଷ ପରେ ମାମଲା ଶୁଣାଣି ହୋଇଛି । ଅଭିଯୁକ୍ତ ଚିନ୍ନୈୟା କାର୍ତ୍ତିକକୁ 16 ବର୍ଷ ଜେଲ ଦଣ୍ଡ ସହ 12 ଥର ବେତ ପାହାର ଦେବାକୁ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.